Advertisment

‘ଦ ଇମୋର୍ଟାଲ ଅଶ୍ୱଥାମା’ରେ ସାରା!

ମୁମ୍ୱାଇ: ପୁଣି ଏକ ବଡ ପ୍ରୋଜେକ୍ଟରେ ନଜର ଆସିପାରନ୍ତି ସୈଫ ଅଲ୍ଲି ଖାନଙ୍କ ଲାଡଲି ସାରା ଅଲ୍ଲି ଖାନ। ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଅପକମିଂ ଫିଲ୍ମ ‘ଦ ଇମୋର୍ଟାଲ ଅଶ୍ୱଥାମା’ରେ ବିକି କୌଶଲଙ୍କ ଅପୋଜିଟରେ ନଜର ଆସିପାରନ୍ତି ସାରା। ମୁମ୍ବାଇ ମିରର ରିପୋର୍ଟ ମୁତାବକ, ଏହି ଫିଲ୍ମର ଲିଡ ରୋଲ ପାଇଁ ସାରା ଅଲ୍ଲି ଖାନ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଅଛନ୍ତି। ତେଣୁ ଖୁବ୍ ଶୀଘ୍ର ସାରା ମଧ୍ୟ ଏହି ଫିଲ୍ମ […]

author-image
Madhupriya Mistry
ଅଦ୍ୟତନ ହୋଇଛି
‘ଦ ଇମୋର୍ଟାଲ ଅଶ୍ୱଥାମା’ରେ ସାରା!

sara-1

ମୁମ୍ୱାଇ: ପୁଣି ଏକ ବଡ ପ୍ରୋଜେକ୍ଟରେ ନଜର ଆସିପାରନ୍ତି ସୈଫ ଅଲ୍ଲି ଖାନଙ୍କ ଲାଡଲି ସାରା ଅଲ୍ଲି ଖାନ। ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଅପକମିଂ ଫିଲ୍ମ ‘ଦ ଇମୋର୍ଟାଲ ଅଶ୍ୱଥାମା’ରେ ବିକି କୌଶଲଙ୍କ ଅପୋଜିଟରେ ନଜର ଆସିପାରନ୍ତି ସାରା।

Advertisment

ମୁମ୍ବାଇ ମିରର ରିପୋର୍ଟ ମୁତାବକ, ଏହି ଫିଲ୍ମର ଲିଡ ରୋଲ ପାଇଁ ସାରା ଅଲ୍ଲି ଖାନ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଅଛନ୍ତି। ତେଣୁ ଖୁବ୍ ଶୀଘ୍ର ସାରା ମଧ୍ୟ ଏହି ଫିଲ୍ମ ପାଇଁ ସାଇନ୍ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି। ସେପଟେ ଏହି ଫିଲ୍ମକୁ ନେଇ ବିକି କୌଶଲ ବେଶ ଉତ୍ସାହିତ ଅଛନ୍ତି। ଏଥିପାଇଁ ଜୋରସୋରେ ପ୍ରସ୍ତୁତି ଆରମ୍ଭ କରିବା ସହ ସେ ମାର୍ଶଲ ଆର୍ଟସର ଟ୍ରେନିଂ ମଧ୍ୟ ନେଉଛନ୍ତି।

ଫିଲ୍ମଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହେବ। ଏହାର ଶୁଟିଂ ଭାରତ ସେମତ ଗ୍ରୀସ, ନ୍ୟୁଜିଲାଣ୍ଡ, ଜାପାନ ଏବଂ ନାମ୍ବିଆରେ ହେବ। ପ୍ରାୟ ୮୦ରୁ ୯୦ ଦିନ ମଧ୍ୟରେ ଫିଲ୍ମର ଶୁଟିଂ ଶେଷ ହେବ ବୋଲି ନିର୍ଦ୍ଦେଶକ ଆଦିତ୍ୟ ଧର କହିଛନ୍ତି।

Advertisment
Bollywood