Advertisment

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଖୁଲାସା ପରଠାରୁ ବି-ଟାଉନର ଅନେକ ତାରକାଙ୍କ ନାଁ ସାମ୍ନାକୁ ଆସିବାରେ ଲାଗିଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ନଓ୍ୱାବ୍ ସୈଫ୍ ଅଲୀ ଖାନ ଓ ଅମୃତା ସିଂହଙ୍କ ତନୟା ସାରା ଅଲୀ ଖାନ ହେଉଛନ୍ତି ଅନ୍ୟତମ। ସାରାଙ୍କ ନାଁ ସାମ୍ନାକୁ ଆସିବା ପରେ ଏନସିବି ତାଙ୍କୁ ସମନ କରିଛି। ଆସନ୍ତା 26 ତାରିଖରେ ହାଜର ହେବାକୁ ସାରାଙ୍କୁ ସମନ କରିଛି ଏନସିବି। ତେବେ ବର୍ତ୍ତମାନ ସାରା ଗୋଆରେ […]

author-image
Pragnya Choudhury
ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

sara-ali

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଖୁଲାସା ପରଠାରୁ ବି-ଟାଉନର ଅନେକ ତାରକାଙ୍କ ନାଁ ସାମ୍ନାକୁ ଆସିବାରେ ଲାଗିଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ନଓ୍ୱାବ୍ ସୈଫ୍ ଅଲୀ ଖାନ ଓ ଅମୃତା ସିଂହଙ୍କ ତନୟା ସାରା ଅଲୀ ଖାନ ହେଉଛନ୍ତି ଅନ୍ୟତମ। ସାରାଙ୍କ ନାଁ ସାମ୍ନାକୁ ଆସିବା ପରେ ଏନସିବି ତାଙ୍କୁ ସମନ କରିଛି।

Advertisment

ଆସନ୍ତା 26 ତାରିଖରେ ହାଜର ହେବାକୁ ସାରାଙ୍କୁ ସମନ କରିଛି ଏନସିବି। ତେବେ ବର୍ତ୍ତମାନ ସାରା ଗୋଆରେ ଅଛନ୍ତି। ସମନ ପାଇବା ପରେ ମୁମ୍ବାଇ ଆସିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ସେ ଗୋଆ ଏୟାରପୋର୍ଟରେ ପହଞ୍ଚି ସାରିଛନ୍ତି। ତେବେ ଏୟାରପୋର୍ଟରେ ସାରା ମିଡିଆକୁ ଅଣଦେଖା କରି ପଳାଇଛନ୍ତି।

ସୂଚନା ଯେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ସାରା ଦେଶ ଚକିତ ହୋଇଯାଇଛି। ବଲିଉଡ୍ ପାର୍ଟିରେ ଡ୍ରଗ୍ସ ବ୍ୟବହାର ହେଉଥିବା ପର୍ଦ୍ଦାଫାଶ ହେବା ପରେ ବଡ଼ ବଡ଼ ତାରକାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି। ମାମଲାର ତଦନ୍ତ କରୁଥିବା ଏନସିବି ରାଡାରରେ ବର୍ତ୍ତମାନ ବଲିଉଡର ୫୦ ତାରକାଙ୍କ ନାଁ ରହିଛି।

Advertisment

ଅନ୍ୟପଟେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ପୂର୍ବରୁ ଗିରଫ କରିସାରିଛି। ରିୟାଙ୍କୁ ପଚରାଉଚରା କରାଯିବା ବେଳେ ସାରା ଅଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଥିଲା। ଉଭୟଙ୍କୁ ଶନିବାର ଏନସିବି ପଚରାଉଚରା କରିବ। ସେପଟେ ଦୀପିକା ମଧ୍ୟ ଚାଟାର୍ଡ ବିମାନ ଯୋଗେ ଗୋଆରୁ ମୁମ୍ବାଇ ଫେରୁଛନ୍ତି। ଆସନ୍ତା କାଲି ଏନସିବି ତାଙ୍କୁ ଜେରା କରିବ।

Sara Ali Khan NCB