/odisha-reporter/media/post_attachments/uploads/2020/04/sara-ibrahim.jpg)
sara-ibrahim
ମୁମ୍ବାଇ: ସାରା ଦେଶ ଲକଡାଉନ୍, ଯେଉଁଥିପାଇଁ ବଲିଉଡ୍ ତାରକାମାନେ ଏବେ ଘରେ ହିଁ ରହୁଛନ୍ତି। ତେବେ ସମୟ ବିତାଇବାକୁ ଘରେ ହିଁ କିଛି ମନୋରଞ୍ଜନର ମାଧ୍ୟମ ଖୋଜି ଖୁସି ଓ ବ୍ୟସ୍ତ ରହିବାକୁ ଚେଷ୍ଟା କରୁଛନ୍ତି। ଲକଡାଉନ ବେଳେ ପ୍ରାୟ ସବୁଦିନେ ତାରକାମାନଙ୍କ ନିଆରା ଭିଡିଓମାନ ସୋଶାଲ ମିଡିଆରେ ଦେଖିବାକୁ ମିଳିଥାଏ, ଯାହାକୁ ଫ୍ୟାନମାନେ ଦେଖି ମଧ୍ୟ ଖୁବ୍ ଖୁସି ହେଉଛନ୍ତି।
Advertisment
ଲକଡାଉନ୍ ପାଇଁ ଚୁଲବୁଲି ସାରା ଅଲୀ ଖାନଙ୍କ ମସ୍ତି ଏବେ ଘରର ପରିସର ଭିତରେ ହିଁ ରହିଯାଉଛି। ଘରେ ରହି ମଧ୍ୟ ସେ ଖୁବ୍ ମଜାମସ୍ତି କରୁଥିବା ଦେଖିବାକୁ ମିଳିଛି। ଏନେଇ ସେ ଲଗାତାର ନିଜର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଶେୟାର କରୁଛନ୍ତି | ନିକଟରେ ସାରା ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଭାଇ ଇବ୍ରାହିମ ଅଲୀ ଖାନଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି।
View this post on InstagramThrowback to when you could... 👊🏻👊🏻🚪😹👏🏻🐣🐥 But for now #stayhome #staysafe and don’t go knocking🚫❌‼️
A post shared by Sara Ali Khan (@saraalikhan95) on
Advertisment
ଭିଡିଓରେ ସାରା ତାଙ୍କ ଭାଇଙ୍କ ସହ ଖେଳୁଥିବା ନଜର ଆସିଛନ୍ତି। ଏହି ପୋଷ୍ଟ କରି ସେ ଲେଖିଛନ୍ତି, "ଥ୍ରୋବ୍ୟାକ୍, ଯେତେବେଳେ ବି ତୁମେ ପାରିବ। କିନ୍ତୁ ବର୍ତ୍ତମାନ ଘରେ ରୁହ, ସୁରକ୍ଷିତ ରୁହ ଏବଂ ଠକ୍ ଠକ୍ କର ନାହିଁ।" ଅଭିନେତ୍ରୀଙ୍କ ଏହି ଭିଡିଓ ପାଇଁ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି | କେବଳ ଏତିକି ନୁହେଁ ଅନେକ ପ୍ରଶଂସକ ଭାଇ-ଭଉଣୀଙ୍କ ଯୋଡ଼ିକୁ ପସନ୍ଦ ମଧ୍ୟ କରିଛନ୍ତି।
ଏଠାରେ କହି ରଖୁଛୁ ଯେ, ସାରା ଆଗକୁ 'କୁଲି ନମ୍ବର ୱାନ୍' ଫିଲ୍ମରେ ନଜରକୁ ଆସିବେ | ଫିଲ୍ମରେ ବରୁୁଣ ଧାଓ୍ୱନଙ୍କୁ ତାଙ୍କ ଅପୋଜିଟରେ ଦେଖିବାକୁ ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
