ଫଟୋଗ୍ରାଫରଙ୍କୁ ଚିଠି ଲେଖିଲେ ସାରା, କ’ଣ ପାଇଁ ପଢ଼ନ୍ତୁ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କେଦାରନାଥ୍‌’ ଡିସେମ୍ବର ୭ ତାରିଖରେ ରିଲିଜ୍‌ ହେଉଛି।  ଫିଲ୍ମରେ ସାରାଙ୍କ ସହ ସୁଶାନ୍ତ ସିଂହ ରାଜ୍‌ପୁତ୍‌ ଲିଡ୍‌ ଚରିତ୍ରରେ ଅଭିନୟ କରୁଛନ୍ତି।  ସୁଶାନ୍ତ ଜଣେ ମୁସ୍‌ଲିମ୍‌ ଯୁବକ ଚରିତ୍ରରେ ଅଭିନୟ କରୁଥିବା ବେଳେ ସାରା ଜଣେ ହିନ୍ଦୁ ଝିଅ ଭୂମିକାରେ ଅଛନ୍ତି।  ଏହି ଫିଲ୍ମ ସାରାଙ୍କର ଡେବ୍ୟୁ ଫିଲ୍ମ, ଯାହାକୁ ନେଇ ସାରା ଓ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ଏକ୍ସସାଇଟେଡ୍ ଅଛନ୍ତି। କାରଣ […]

sara-ali-khan

Mihir Pattnayak
  • Published: Monday, 03 December 2018
  • , Updated: 03 December 2018, 05:55 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କେଦାରନାଥ୍‌’ ଡିସେମ୍ବର ୭ ତାରିଖରେ ରିଲିଜ୍‌ ହେଉଛି।  ଫିଲ୍ମରେ ସାରାଙ୍କ ସହ ସୁଶାନ୍ତ ସିଂହ ରାଜ୍‌ପୁତ୍‌ ଲିଡ୍‌ ଚରିତ୍ରରେ ଅଭିନୟ କରୁଛନ୍ତି।  ସୁଶାନ୍ତ ଜଣେ ମୁସ୍‌ଲିମ୍‌ ଯୁବକ ଚରିତ୍ରରେ ଅଭିନୟ କରୁଥିବା ବେଳେ ସାରା ଜଣେ ହିନ୍ଦୁ ଝିଅ ଭୂମିକାରେ ଅଛନ୍ତି।  ଏହି ଫିଲ୍ମ ସାରାଙ୍କର ଡେବ୍ୟୁ ଫିଲ୍ମ, ଯାହାକୁ ନେଇ ସାରା ଓ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ଏକ୍ସସାଇଟେଡ୍ ଅଛନ୍ତି। କାରଣ ଏହି ଫିଲ୍ମ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଛି।

ତେବେ ଫିଲ୍ମରେ ସାରାଙ୍କ ଅଭିନୟ କେମିତି ରହିବ ସେ କଥା ଫିଲ୍ମ ଦେଖିଲେ ଜଣା ପଡ଼ିବ। କିନ୍ତୁ ସେ

ବ୍ୟକ୍ତିଗତ ଜୀବନରେ ଖୁବ୍‌ ମାଚ୍ୟୁଅଡ ଓ ଉଦାର ସ୍ୱଭାବର । ମାତ୍ର ୨୩ ବର୍ଷ ବୟସରେ ବଲିଉଡ୍‌ରେ ଏଣ୍ଟ୍ରି କରି ବି ଇଣ୍ଡଷ୍ଟ୍ରିରେ କେମିତି ଚଳିବାକୁ ହେବ ତାଙ୍କୁ ସେ ବିଷୟରେ ବେଶ୍‌ ଭଲ ଭାବେ ଜଣା।

ଆମେ ସାରାଙ୍କ ଏତେ ପ୍ରଶଂସା କରିବାର କାରଣ କ’ଣ ଜାଣନ୍ତି ?

ନିକଟରେ ସାରା ଫଟୋଗ୍ରାଫରମାନଙ୍କୁ ନିଜ ହାତ ଲେଖା ଏକ ଚିଠି ପଠାଇ ତାଙ୍କୁ କଫି ପିଇବାକୁ ନିମନ୍ତ୍ରଣ କରିଛନ୍ତି। ଆଉ ଫିଲ୍ମରେ ଡେବ୍ୟୁ ପୂର୍ବରୁ ତାଙ୍କୁ ଏତେ ଆଟେନ୍‌ସନ୍‌ ଦେଇଥିବାରୁ ସମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସାରାଙ୍କ ଏହି ଲେଟରକୁ ଜଣେ ଫଟୋଗ୍ରାଫର ନିଜ ଇନ୍‌ଷ୍ଟା ପେଜ୍‌ରେ ଶେଆର କରିଛନ୍ତି। ଫଟୋଗ୍ରାଫର ଜଣକ ଲେଖିଛନ୍ତି, “ଏହି କଥାରେ ଆମେ ଖୁବ୍‌ ଖୁସି ଯେ, ସାରା ଆମ ପାଇଁ ଏତିକି ଭାବିଲେ ଓ ସମୟ ବାହାର କରି ଚିଠି ଲେଖିଲେ।

ଏହା ମଧ୍ୟ ସ୍ୱଭାବିକ୍‌ କଥା, କାରଣ ସେମାନଙ୍କ ଷ୍ଟାର ହେବା ପଛରେ ଫଟୋଗ୍ରାଫରମାନଙ୍କର ବି ହାତ ଅଛି। ଏମିତି କି ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଅନେକ ଭୁଲି ଯାଆନ୍ତି। ତେଣୁ ସାରାଙ୍କ ଏମିତି ପଦକ୍ଷପ ନିଶ୍ଚିତ ଭାବେ ପ୍ରଶଂସନୀୟ।”

Related story