Advertisment

ସଲ୍‌ମାନ୍‌ଙ୍କ ସହ ଫିଲ୍ମ କରିବେ ସାରା !

ମୁମ୍ବାଇ: ସାରା ଅଲୀ ଖାନ୍‌ ଏବେ ବରୁଣ ଧାବନଙ୍କ ସହିତ ‘କୁଲି ନଂ-୧’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଆସନ୍ତା ବର୍ଷ ମେ’ ମାସରେ ରିଲିଜ୍ ହେବ। ତେବେ ଶୁଣିବାକୁ ମିଳିଛି ଯେ ୟା ଭିତରେ ସାରାଙ୍କୁ ଆଉ ଏକ ଫିଲ୍ମର ଅଫର୍ ମିଳିସାରିଛି ଓ ତାହା ପୁଣି ବଲିଉଡ୍‌ର ଭାଇଜାନ୍ ସଲ୍‌ମାନ୍‌ଙ୍କ ସହିତ। ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାଏଙ୍କ ଫିଲ୍ମରେ ତାଙ୍କୁ ସଲ୍‌ମାନ୍‌ଙ୍କ ସହ କାମ କରିବାର ସୁଯୋଗ ମିଳୁଥିବା ନେଇ ସୂଚନା […]

ଅଦ୍ୟତନ ହୋଇଛି
ସଲ୍‌ମାନ୍‌ଙ୍କ ସହ ଫିଲ୍ମ କରିବେ ସାରା !

sara-ali

Advertisment

ମୁମ୍ବାଇ: ସାରା ଅଲୀ ଖାନ୍‌ ଏବେ ବରୁଣ ଧାବନଙ୍କ ସହିତ ‘କୁଲି ନଂ-୧’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଆସନ୍ତା ବର୍ଷ ମେ’ ମାସରେ ରିଲିଜ୍ ହେବ। ତେବେ ଶୁଣିବାକୁ ମିଳିଛି ଯେ ୟା ଭିତରେ ସାରାଙ୍କୁ ଆଉ ଏକ ଫିଲ୍ମର ଅଫର୍ ମିଳିସାରିଛି ଓ ତାହା ପୁଣି ବଲିଉଡ୍‌ର ଭାଇଜାନ୍ ସଲ୍‌ମାନ୍‌ଙ୍କ ସହିତ।

Advertisment

ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାଏଙ୍କ ଫିଲ୍ମରେ ତାଙ୍କୁ ସଲ୍‌ମାନ୍‌ଙ୍କ ସହ କାମ କରିବାର ସୁଯୋଗ ମିଳୁଥିବା ନେଇ ସୂଚନା ମିଳିଛି। ତେବେ ଫିଲ୍ମର ନାଁ କ’ଣ ରହିବ, ସେ ବିଷୟରେ କିଛି ଜଣାପଡ଼ିନି।

publive-imageସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କୁ ନେଇ  ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାଏ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ହିରୋଇନ୍‌ ଚୟନ କରିବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସଲ୍‌ମାନ୍‌ଙ୍କ ହିରୋଇନ୍ କିଏ ହେବେ, ସେ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଗତ ଶୁକ୍ରବାର ଆନନ୍ଦଙ୍କୁ ଦେଖା କରିବା ପାଇଁ ଯାଇଥିଲେ ସାରା। ସେ କେଉଁ କାରଣ ପାଇଁ ତାଙ୍କୁ ଭେଟ କରିବାକୁ ଯାଇଥିଲେ, ତାହା ଜଣାପଡ଼ି ନାହିଁ। କିନ୍ତୁ ସେହିଦିନଠାରୁ ଆନନ୍ଦଙ୍କ ନୂଆ ପ୍ରୋଜେକ୍ଟରେ ସାରା ଅଭିନୟ କରିବେ ବୋଲି ବି’ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ଆନନ୍ଦ ଏହି ଫିଲ୍ମ ସମ୍ପର୍କରେ ଆଲୋଚନା କରିବା ପାଇଁ ସାରାଙ୍କୁ ଡାକିଥିଲେ ବୋଲି ଅନୁମାନ କରାଯାଉଛି। ତେବେ ଆନନ୍ଦ ଓ ସାରା ଏଯାଏ ଏସମ୍ପର୍କରେ ମୁହଁ ଖୋଲି ନାହାନ୍ତି।

Advertisment

ସୂଚନାଯୋଗ୍ୟ, ୨୦୧୮ରେ ‘କେଦାରନାଥ’ ଫିଲ୍ମରେ ସାରା ବଲିଉଡ୍‌ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଥିଲେ।  ସେହି ବର୍ଷ ତାଙ୍କର ଆଉ ଏକ ଫିଲ୍ମ  ‘ସିମ୍ୱା’ ବି ରିଲିଜ୍ ହୋଇଥିଲା। ଏଥିରେ ରଣବୀର ସିଂହ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe