Advertisment

ଆରପାରିରେ 'ସରବଜିତ୍' ଅଭିନେତା ରଞ୍ଜନ ସେହଗଲ

ମୁମ୍ବାଇ: ପଞ୍ଜାବୀ ଏବଂ ହିନ୍ଦୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ରଞ୍ଜନ ସେହଗଲ ଆଉ ନାହାନ୍ତି। ମାତ୍ର 36 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ଅନେକ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କ ଶରୀରର ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା ବୋଲି ସୂତ୍ରରୁ ଜଣାପଡ଼ିଛି। ରଞ୍ଜନ ରଣଦୀପ ହୁଡ୍ଡା ଏବଂ ଐଶ୍ୱର୍ୟା ରାୟ ବର୍ଚ୍ଚନଙ୍କ ଲୋକପ୍ରିୟ ଫିଲ୍ମ ସରବଜିତରେ ଅଭିନୟ କରି ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏକାଧିକ ପଞ୍ଜାବୀ […]

author-image
Pragnya Choudhury
ଆରପାରିରେ 'ସରବଜିତ୍' ଅଭିନେତା ରଞ୍ଜନ ସେହଗଲ

ranhjan sehgal

ମୁମ୍ବାଇ: ପଞ୍ଜାବୀ ଏବଂ ହିନ୍ଦୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ରଞ୍ଜନ ସେହଗଲ ଆଉ ନାହାନ୍ତି। ମାତ୍ର 36 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ଅନେକ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କ ଶରୀରର ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା ବୋଲି ସୂତ୍ରରୁ ଜଣାପଡ଼ିଛି।

Advertisment

ranjan

ରଞ୍ଜନ ରଣଦୀପ ହୁଡ୍ଡା ଏବଂ ଐଶ୍ୱର୍ୟା ରାୟ ବର୍ଚ୍ଚନଙ୍କ ଲୋକପ୍ରିୟ ଫିଲ୍ମ ସରବଜିତରେ ଅଭିନୟ କରି ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏକାଧିକ ପଞ୍ଜାବୀ ଫିଲ୍ମ ତଥା ଟିଭି ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। 2017ରେ ରିଲିଜ୍ ପଞ୍ଜାବୀ ଫିଲ୍ମ 'ମାହି ଏନଆରଆଇ' ଏବଂ 2014ରେ ରିଲିଜ୍ ଫିଲ୍ମ 'ୟାରାଁ ଦା କ୍ୟାଚଅପ୍'ରେ ମଧ୍ୟ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି।

ranjan

ରଞ୍ଜନ ମୂଳତଃ ପଞ୍ଜାବୀ ହୋଇଥିବା ବେଳେ ସେ ଚଣ୍ଡିଗଡ଼ରେ ରହୁଥିଲେ। ସେ ପଞ୍ଜାବ ୟୁନିଭର୍ସିଟିରୁ ଥିଏଟର ଷ୍ଟଡିଜରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

Advertisment

ranjan

ଏହାପରେ ରଞ୍ଜନ ମୁମ୍ୱାଇ ଆସି 'ରିସ୍ତୋଁ ସେ ବଡି ପ୍ରଥା', 'ତୁମ ଦେନା ସାଥ ମେରା, 'କ୍ରାଇମ ପେଟ୍ରୋଲ', 'ସାବଧାନ ଇଣ୍ଡିଆ' ଭଳି ଲୋକପ୍ରିୟ ଟିଭି ସିରିଏଲଗୁଡ଼ିକରେ କାମ କଲେ। 2014ରେ କଷ୍ଟ୍ୟୁମ୍ ଡିଜାଇନର ନିବ୍ୟା ଛାବଡାଙ୍କୁ ବିବାହ କରିଥିଲେ।