ଫଟୋ ଦୂର କଲା ଦ୍ୱନ୍ଦ୍ୱ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନଙ୍କ ରିଲେସନ୍‌ସିପ୍‌ ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ! ‘କଫି ୱିଥ୍ କରନ୍‌’ର ଏକ ଏପିସୋଡ୍‌କୁ ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ଅତିଥି ଭାବେ ଆସିଥିବା ବେଳେ ‘କାର୍ତ୍ତିକ’ ତାଙ୍କର କ୍ରସ୍ ବୋଲି ସାରା କହିଥିଲେ। କାର୍ତ୍ତିକଙ୍କୁ ସେ ପସନ୍ଦ କରନ୍ତି ଓ ସେ ଦେଖିବାକୁ ବହୁତ୍ କ୍ୟୁଟ୍ ବୋଲି କହିଥିଲେ ସାରା। ଏହା ପରେ ତାଙ୍କୁ ଓ କାର୍ତ୍ତିକଙ୍କୁ ନେଇ ଚର୍ଚ୍ଚା […]

dsc_7828_555_072719091059

Biswobandita Swain
  • Published: Saturday, 27 July 2019
  • , Updated: 27 July 2019, 01:56 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନଙ୍କ ରିଲେସନ୍‌ସିପ୍‌ ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ! ‘କଫି ୱିଥ୍ କରନ୍‌’ର ଏକ ଏପିସୋଡ୍‌କୁ ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ଅତିଥି ଭାବେ ଆସିଥିବା ବେଳେ ‘କାର୍ତ୍ତିକ’ ତାଙ୍କର କ୍ରସ୍ ବୋଲି ସାରା କହିଥିଲେ। କାର୍ତ୍ତିକଙ୍କୁ ସେ ପସନ୍ଦ କରନ୍ତି ଓ ସେ ଦେଖିବାକୁ ବହୁତ୍ କ୍ୟୁଟ୍ ବୋଲି କହିଥିଲେ ସାରା। ଏହା ପରେ ତାଙ୍କୁ ଓ କାର୍ତ୍ତିକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।  ତେବେ ସତରେ ଦୁହେଁ ରିଲେସନ୍‌ସିପ୍‌ରେ ଅଛନ୍ତି କି ନାହିଁ, ସେ ନେଇ ଏହି ଦୁଇ କଳାକାରଙ୍କ ପ୍ରଶଂସକମାନେ ଦ୍ୱନ୍ଦରେ ଥିବା ବେଳେ ଏବେ ଏକ ଫଟୋ ଭାଇରାଲ୍‌ ହେଉଛି। ଏ ଫଟୋ ସେମାନଙ୍କ ଫ୍ୟାନଙ୍କ ଦ୍ୱନ୍ଦ୍ୱ ଦୂର କରି ଦେଇଥିବା କୁହାଯାଉଛି। ଏ ଫଟୋରେ କାର୍ତ୍ତିକ୍‌ ଓ ସାରାଙ୍କ ଭାଇ ଇବ୍ରାହିମ୍‌ ଅଛନ୍ତି। ଆଉ ଏ ଫଟୋରୁ ଜଣାପଡୁଛି, କେବଳ ସାରା ନୁହେଁ, ତାଙ୍କ ଭାଇ ଇବ୍ରାହିମ୍‌ଙ୍କ ସହ ବି କାର୍ତ୍ତିକ୍‌ଙ୍କର ସ୍ପେଶାଲ୍‌ ବଣ୍ଡ୍‌ ରହିଛି।

ଗତ ଶୁକ୍ରବାର ଦିନ ସାରା ଏକ ରାମ୍ପ ଶୋ’ ରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଚିଅର୍‌ କରିବା ପାଇଁ ପହଞ୍ଚିଥିଲେ ଉଭୟ କାର୍ତ୍ତିକ ଓ ଇବ୍ରାହିମ୍‌।

ସାରା ଯେତେବେଳେ ରାମ୍ପ ଫ୍ଲୋରରେ ଚାଲୁଥିଲେ କାର୍ତ୍ତିକ ଓ ଇବ୍ରାହିମ୍‌ ତାଙ୍କୁ ବେଶ୍ ଖୁସିରେ ଚିୟର କରୁଥିଲେ ଏବଂ ଦୁହେଁ ପରସ୍ପର ସହ ମଜାମସ୍ତି କରିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଏସବୁ ଫଟୋ ସୋଶାଲ୍ ମିଡିଆରେ ବୁଲୁଛି।

ସୂଚନାଯୋଗ୍ୟ, ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌ ଆଜ କଲ୍‌’ର ସିକ୍ୱେଲ୍‌ ନିର୍ମାଣ ହେଉଛି। ଏଥିରେ ମୁଖ୍ୟ ଭୂମିକାରେ କାର୍ତ୍ତିକ ଏବଂ ସାରା ଅଭିନୟ କରୁଛନ୍ତି। ଇମ୍‌ତିଆଜ୍‌ ଅଲ୍ଲୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

Related story