Advertisment

ଚାଲିଗଲେ ଅଭିନେତା ସରତ ବାବୁ

ମୃତ୍ୟୁ ବେଳକୁ ସରତ ବାବୁଙ୍କୁ ୭୧ ବର୍ଷ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Sarat Babu

Sarat Babu

ଦକ୍ଷିଣ ଭାରତର ଭେଟେରାନ ଅଭିନେତା ସରତ ବାବୁଙ୍କର ଆଜି ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

Advertisment

ସରତ ବାବୁ ଗତ ମାସ ୨୦ ତାରିଖରୁ ହାସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କର ଅନେକ ପ୍ରମୁଖ ଅଙ୍ଗ ଆଉ ଭଲ ଭାବେ କାମ କରୁ ନଥିଲା। ତାଙ୍କର ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ମାସେ ଧରି ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶେଷରେ ଆଜି ସରତ ବାବୁ ଆଖି ବୁଜି ଦେଇଛନ୍ତି।

ସରତ ବାବୁ ଉଭୟ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ରଜନୀକାନ୍ତ, କମଲ ହାସନ, ଏନ୍‌ଟିଆର, ଚିରଞ୍ଜୀବୀ ଓ ଅନ୍ୟ ବଡ଼ ଷ୍ଟାରଙ୍କ ସହିତ କାମ କରିଥିଲେ।

Advertisment

ତାଙ୍କ ମୃତ୍ୟୁ ଖବର ଆସିବା ପରେ ଦକ୍ଷିଣ ଭାରତରେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ସମସ୍ତ ଲୋକ ଦୁଃଖ ପ୍ରକାଶ କରିଛନ୍ତି। କମଲ ହାସନ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି- ସରତ ବାବୁ ଜଣେ ଭଲ ଅଭିନେତା ଓ ଭଲ ବନ୍ଧୁ ଥିଲେ, ଯିଏ ଆଜି ଚାଲିଗଲେ। ଚଳଚ୍ଚିତ୍ର ଜଗତ ଜଣେ ଭଲ ଅଭିନେତାଙ୍କୁ ହରାଇଲା। ତାଙ୍କ ସହିତ ମୁଁ କରିଥିବା ଅଭିନୟ ଦିନଗୁଡ଼ିକ ଆଜି ବି ମନେପଡ଼େ। ସେ ଅନେକ ଭଲ ଚରିତ୍ରରେ ଅଭିନୟ କରିଥିଲେ, ଯେଉଁଗୁଡ଼ିକୁ କେବେ ଭୁଲି ହେବ ନାହିଁ।

୧୯୭୩ରେ ତେଲୁଗୁ ଫିଲ୍ମ Rama Rajyamରେ ଡେବ୍ୟୁ କରିଥିଲେ ସରତ। ସେ ଫିଲ୍ମ Nizhalgal Nijamagiradhu ରୁ ପ୍ରସିଦ୍ଧି ଲାଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ କମଲ ହାସନ ମଧ୍ୟ ଥିଲେ। Annamalai ଓ Muthu ଭଳି ଫିଲ୍ମରେ ସେ ରଜନୀକାନ୍ତଙ୍କ ସହିତ ଅଭିନୟ କରିଥିଲେ।

ତେଲୁଗୁ ଓ ତାମିଲ ସହିତ ସରତ ବାବୁ କିଛି ମଲାୟାଲାମ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଶେଷ ଥର ପାଇଁ ଦର୍ଶକ ତାଙ୍କୁ ତାମିଲ ଫିଲ୍ମ Vasantha Mullai ଓ ପବନ କଲ୍ୟାଣ ଫିଲ୍ମ Vakeel Saab ରେ ଦେଖିଥିଲେ।

Tollywood