Advertisment

ଶଶି କପୁରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ମୁମ୍ୱାଇ: ୭୦ ଦଶକର ଏଭଗ୍ରୀନ୍ ଅଭିନେତା ଶଶି କପୁରଙ୍କୁ ହିନ୍ଦୀ ସିନେମାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ‘ଲାଇଫଟାଇମ୍ ଆଚିଭମେଣ୍ଟ୍’ ପୁରସ୍କାର ପ୍ରଦାନ କରାଯାଇଛି। ଶରୀର ଅସୁସ୍ଥ ଥିବା ସତ୍ତ୍ୱେ ଷଷ୍ଠ ଜାଗରଣ ଫିଲ୍କ ସମାରୋହକୁ ଆସି ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ରବିବାର ଶଶି କପୁରଙ୍କୁ ନିର୍ଦ୍ଦେଶକ ଶ୍ୟାମ୍ ବେନେଗଲ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ ସୁଧୀର ମିଶ୍ରା କହିଛନ୍ତି, ଶଶି କପୁର ଏହି ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି […]

ଅଦ୍ୟତନ ହୋଇଛି
ଶଶି କପୁରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

shashi

Advertisment

ମୁମ୍ୱାଇ: ୭୦ ଦଶକର ଏଭଗ୍ରୀନ୍ ଅଭିନେତା ଶଶି କପୁରଙ୍କୁ ହିନ୍ଦୀ ସିନେମାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ‘ଲାଇଫଟାଇମ୍ ଆଚିଭମେଣ୍ଟ୍’ ପୁରସ୍କାର ପ୍ରଦାନ କରାଯାଇଛି। ଶରୀର ଅସୁସ୍ଥ ଥିବା ସତ୍ତ୍ୱେ ଷଷ୍ଠ ଜାଗରଣ ଫିଲ୍କ ସମାରୋହକୁ ଆସି ସେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

Advertisment

ରବିବାର ଶଶି କପୁରଙ୍କୁ ନିର୍ଦ୍ଦେଶକ ଶ୍ୟାମ୍ ବେନେଗଲ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ ସୁଧୀର ମିଶ୍ରା କହିଛନ୍ତି, ଶଶି କପୁର ଏହି ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି । କୌଣସି ପୁରସ୍କାର ତାଙ୍କ ଉପଲବ୍ଧିଠାରୁ ଅଧିକ ନୁହଁ। ଏହା ପୂର୍ବରୁ ଶଶି କପୁରଙ୍କୁ ମେ’ ୧୦ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଥିଲା । ପୃଥ୍ୱୀ ଥିଏଟରରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା। କେନ୍ଦ୍ର ଅର୍ଥ ଓ ସୂଚନା, ପ୍ରସାରଣ ମନ୍ତ୍ରୀ ଅରୁଣ ଜେଟଲୀ ବରିଷ୍ଠ ଅଭିନେତା ଶଶି କପୁରଙ୍କୁ ଏହି ଆୱାର୍ଡ ପ୍ରଦାନ କରିଥିଲେ। ଏହି ସମାରୋହରେ ବିଗ ବି ଅମିତାଭଙ୍କ ସହ ବହୁ ବଲିଉଡ ଷ୍ଟାର ଉପସ୍ଥିତ ଥିଲେ।

୧୬୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ୭୬ ବର୍ଷିୟ ଏହି ଅଭିନେତା। ତିନି ତିନ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାଙ୍ଗକୁ ଜୀବନବ୍ୟାପୀ ଅବଦାନ ପାଇଁ ୨୦୧୦ରେ ଫିଲ୍ମ ଫେୟାର ପକ୍ଷରୁ ସମ୍ମାନୀତ କରାଯାଇଛି। ଦିୱାର୍, ସତ୍ୟମ୍ ଶିବମ୍ ସୁନ୍ଦରମ୍ ଭଳି ଚଳଚ୍ଚିତ୍ରରେ ତାଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିଥିଲା। ପୂର୍ବରୁ ସେ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe