Advertisment

Satish Shah: ଭେଟରାନ ଅଭିନେତା ସତୀଶ ଶାହଙ୍କ ଦେହାନ୍ତ

ସତୀଶ ବେଶ କିଛି ସମୟ ହେଲା କିଡନୀ ଜନିତ ରୋଗରେ ପୀଡ଼ିତ ଥିଲା। ନିକଟରେ ତାଙ୍କର କିଡ୍‌ନୀ ପ୍ରତିରୋପଣ ମଧ୍ୟ ହୋଇଥିଲା। କିନ୍ତୁ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ସିତୀଶ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

satish-shah

ସତୀଶ ଶାହ (ଫାଇଲ ଫଟୋ)

Advertisment

ଆଉ ନାହାନ୍ତି ବଲିଉଡ(Bollywood)ର ଭେଟରାନ ଅଭିନେତା ସତୀଶ ଶାହ। ଆଜି(ଶନିବାର) ଅପରାହ୍ନ ୨.୩୦ରେ ସତୀଶ ଶାହ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଅନେକ ବଲିଉଡ ସିନେମା ଓ ଟିଭି ଶୋ’ରେ ନଜର ଆସିଥିବା ସତୀଶଙ୍କୁ ମୃତ୍ୟୁ ବେଳକୁ ୭୪ ବର୍ଷ ବୟସ ହୋଇଥିଲା। 

Advertisment

ସରାଭାଇ ବନାମ ସରାଭାଇ, ଜାନେ ଭି ଦୋ ୟାରୋ ଓ ମେଁ ହୁଁ ନା ଭଳି ସିନେମାରେ ଅଭିନୟ କରିଥିବା ସତୀଶ ବେଶ କିଛି ସମୟ ହେଲା କିଡନୀ ଜନିତ ରୋଗରେ ପୀଡ଼ିତ ଥିଲା। ନିକଟରେ ତାଙ୍କର କିଡ୍‌ନୀ ପ୍ରତିରୋପଣ ମଧ୍ୟ ହୋଇଥିଲା। କିନ୍ତୁ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ସିତୀଶ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଏବେ ତାଙ୍କ ପାର୍ଥିବ ଶରୀର ହସ୍ପିଟାଲରେ ରହିଛି ଓ ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। 

ଦୀର୍ଘ ୪୦ ବର୍ଷ ଧରି ଅଭିନୟ ଜଗତ ସହ ଯୋଡ଼ି ହୋଇ ରହିଥିବା ସତୀଶ ନିଜର ଅଭିନୟ ପାଇଁ ଘରେଘରେ ପରିଚିତ ହୋଇପାରିଥିଲେ। ଉଭୟ ଟିଭି ଓ ସିନେମାରେ ସେ ନିଜର ବଳିଷ୍ଠତା ଦେଖାଇ ପାରିଛନ୍ତି। ୧୯୮୩ରେ ଜାନେ ଭି ଦୋ ୟାରୋରେ ସେ କରିଥିବା ଅଭିନୟ ତାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। 

Advertisment

ସେ ହମ ସାଥ ସାଥ ହୈ, ମେଁ ହୁଁ ନା, କାଲ ହୋ ନା ହୋ, କଭି ହାଁ କଭି ନାଁ, ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ ଓ ଓମ ଶାନ୍ତି ଓମ ଭଳି ସୁପର ହିଟ୍ ସିନେମାରେ ସତୀଶ ନିଜ ଯାଦୁ ଦେଖାଇଥିଲେ। 

ଭାରତୀୟ ଟିଭି ଇତିହାସର ସବୁଠାରୁ ଚର୍ଚ୍ଚିତ ହାସ୍ୟ ଅଭିନେତା ଭାବେ ସତୀଶ ଶାହ ସରାଭାଇ ବନାମ ସରାଭାଇରେ ନିଜର ନିଖୁଣତା ପ୍ରନର୍ଶନ କରିଥିଲେ।  ଆଜି ତାଙ୍କ ବିୟୋଗରେ ଭାରତୀୟ ମନୋରଞ୍ଜନ ଦୁନିଆରେ ଗୋଟିଏ ଯୁଗର ଅବସାନ ଘଟିଛି। 

୨୫୦ରୁ ଅଧିକ ସିନେମା ଓ ଟିଭି ସିରିଏଲରେ ଅଭିନୟ କରିଥିବା ସତୀଶ ୧୯୫୧ ମସିହା ଜୁନ ୨୫ରେ ବମ୍ବେରେ ଜନ୍ମ ଗ୍ରହଣ କରିଥିଲେ। । ସେ ୧୯୭୮ରେ ସେ ଅରବିନ୍ଦ କି ଅଜବୀ ଦାସ୍ତାନ ଜରିଆରେ ସିନେମାରେ ଡେବ୍ୟୁ କରିଥିଲେ। କିନ୍ତୁ ୧୯୮୩ରେ ଜାନେ ଭି ଦୋ ୟାରୋରେ ସେ ମ୍ୟୁନିସପାଲ କମିଶନର ଡି’ମେଲ୍ଲୋ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ପାଖରେ ଆଦୃତ ହୋଇଥିଲେ। 

Entertainment Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe