Advertisment

ଟେଲି ଅଭିନେତ୍ରୀ ସୌମ୍ୟାଙ୍କ ଘରେ ଅଗ୍ନିକାଣ୍ଡ

ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘ଭାବିଜୀ ଘର୍ ପର୍ ହୈ’ର ଗୋରୀ ମେମ୍ ଓରଫ୍ ସୌମ୍ୟା ଟଣ୍ଡନ୍‌ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସୌମ୍ୟା ଟ୍ୱିଟ୍ କରି ଏହି ଖବର ଦେବା ସହ କିଛି ଫଟୋ ମଧ୍ୟ ଶେଆର୍ କରିଛନ୍ତି। ସୌମ୍ୟା ଟ୍ୱିଟରେ ଲେଖିଛନ୍ତି, ‘ଏହି ଘଟଣାରୁ ମୁଁ ଏକ ଲେସନ୍ ପାଇଲି। କେବେ ମଧ୍ୟ ଲିକ୍ୱିଡ୍ ମଶା କଏଲକୁ ନିଜ ବେଡ୍ ପାଖରେ ରଖିବା ଉଚିତ […]

ଟେଲି ଅଭିନେତ୍ରୀ ସୌମ୍ୟାଙ୍କ ଘରେ ଅଗ୍ନିକାଣ୍ଡ

saumya-tandon-house-fire-ma

Advertisment

ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ ଶୋ' 'ଭାବିଜୀ ଘର୍ ପର୍ ହୈ'ର ଗୋରୀ ମେମ୍ ଓରଫ୍ ସୌମ୍ୟା ଟଣ୍ଡନ୍‌ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସୌମ୍ୟା ଟ୍ୱିଟ୍ କରି ଏହି ଖବର ଦେବା ସହ କିଛି ଫଟୋ ମଧ୍ୟ ଶେଆର୍ କରିଛନ୍ତି।

Advertisment

ସୌମ୍ୟା ଟ୍ୱିଟରେ ଲେଖିଛନ୍ତି, 'ଏହି ଘଟଣାରୁ ମୁଁ ଏକ ଲେସନ୍ ପାଇଲି। କେବେ ମଧ୍ୟ ଲିକ୍ୱିଡ୍ ମଶା କଏଲକୁ ନିଜ ବେଡ୍ ପାଖରେ ରଖିବା ଉଚିତ ନୁହେଁ। ସ୍ୱିଚ୍ ଓ ପ୍ଲଗ୍ କନେକ୍ସନ୍ କରିବା ସମୟରେ ଧ୍ୟାନ ଦେବା ଉଚିତ୍' । ଏହି ଅଗ୍ନିକାଣ୍ଡରେ ସୌମ୍ୟାଙ୍କୁ କୌଣସି କ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରଶଂସକ ସୌମ୍ୟାଙ୍କ ଭଲମନ୍ଦ ପଚାରି ବୁଝୁଛନ୍ତି ।

ନିକଟରେ ସୌମ୍ୟା ମା' ହେବାର ସୌଭାଗ୍ୟ ଲାଭ କରିଛନ୍ତି ଏବଂ ସେଥିପାଇଁ ସେ ଶୋ'ରୁ କିଛିଦିନ ବିରତି ନେଇଥିଲେ। ଏବେ ସୌମ୍ୟା ତାଙ୍କ ପୁଅର ନାମକରଣ ପାଇଁ ଏକ ଭଲ ନାଁ ସଜେଷ୍ଟ୍ କରିବା ପାଇଁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।

Advertisment

https://twitter.com/saumyatandon/status/1098418665043546112

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe