Advertisment

କ୍ୟାନସରରେ ଆକ୍ରାନ୍ତ ହେଲେ ‘ସବିତା ଭାବି’ ଫେମ୍‌ ଅଭିନେତ୍ରୀ

ମୁମ୍ବାଇ: ଟେଲିଭିଜନ ଜଗତକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି। ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଥିବା ଖବର ଗତକାଲି ଗଣମାଧ୍ୟମରେ ପ୍ରଚାରିତ ହୋଇଥିବା ବେଳେ ଆଜି ସାମନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ‘ସବିତା ଭାବି’ ଫେମ୍‌ ଅଭିନେତ୍ରୀ ରୋଜଲିନ ଖାନ କ୍ୟାସନରରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏନେଇ ସେ ସୋଶାଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେଆର କରିଛନ୍ତି। ୨୦୧୫ ମସିହାରେ […]

ଅଦ୍ୟତନ ହୋଇଛି
କ୍ୟାନସରରେ ଆକ୍ରାନ୍ତ ହେଲେ ‘ସବିତା ଭାବି’ ଫେମ୍‌ ଅଭିନେତ୍ରୀ

pic

Advertisment

ମୁମ୍ବାଇ: ଟେଲିଭିଜନ ଜଗତକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି। ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଥିବା ଖବର ଗତକାଲି ଗଣମାଧ୍ୟମରେ ପ୍ରଚାରିତ ହୋଇଥିବା ବେଳେ ଆଜି ସାମନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ‘ସବିତା ଭାବି’ ଫେମ୍‌ ଅଭିନେତ୍ରୀ ରୋଜଲିନ ଖାନ କ୍ୟାସନରରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏନେଇ ସେ ସୋଶାଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେଆର କରିଛନ୍ତି।

Advertisment

୨୦୧୫ ମସିହାରେ ଆମେରିକୀୟ ସଙ୍ଗଠନ ପେଟା ପାଇଁ ଏକ ରକ୍ତାକ୍ତ ଫଟୋସୁଟ କରି ଚର୍ଚ୍ଚାରେ ଥିଲେ ରୋଜଲିନ । ବର୍ତ୍ତମାନ ସମୟରେ ସେ ଜୀବନର ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ।

ରୋଜଲିନ ନିଜ ପୋଷ୍ଟରେ ଲେଖିଛନ୍ତି, କଷ୍ଟସାଧ୍ୟ ଲୋକଙ୍କ ଜୀବନ ସହଜ ନୁହେଁ ବୋଲି  ପଢ଼ିଥିଲି। ବର୍ତ୍ତମାନ ଏହା ଜାଣି ପାରିଲି ଯେ ଏପରି ଉକ୍ତି ମୋ’ ପାଇଁ ଉଦ୍ଦିଷ୍ଟ । ଭଗବାନ ନିଜର ସବୁଠୁ ଶକ୍ତିଶାଳୀ ସୈନିକଙ୍କୁ ସବୁଠୁ ଅଧିକ କଠିନ ପରିସ୍ଥିତର ସମ୍ମୁଖୀନ କରାଇଥାନ୍ତି। ଏହା ମୋ ଜୀବନର ଏକ ଅଧ୍ୟାୟ ହୋଇପାରେ ।  ପ୍ରତ୍ୟେକ ଅସୁବିଧା ମୋତେ ଅଧିକ ଶକ୍ତିଶାଳୀ କରିଛି ବୋଲି ମୋର ବିଶ୍ୱାସ ରହିଛି। ଏହା ମଧ୍ୟ ମୋତେ ଅଧିକ ଶକ୍ତିଶାଳୀ କରିବ ବୋଲି ବି ଆଶା ଅଛି।  '

Advertisment

ଏହି ପୋଷ୍ଟରେ ରୋଜଲିନ୍ ଆହୁରି ଲେଖିଛନ୍ତି, 'ମୋ ଜୀବନରେ କିଛି ସୁନ୍ଦର ଲୋକ ଅଛନ୍ତି ଯେଉଁମାନେ ମୋ ପାଇଁ ସବୁବେଳେ ପ୍ରାର୍ଥନା କରୁଛନ୍ତି, ଯେଉଁଥିପାଇଁ ଭଲ ହୋଇଯିବି ବୋଲି ବିଶ୍ୱାସ ଅଛି।  ବେକ ଏବଂ ପିଠିରେ ପ୍ରବଳ ଯନ୍ତ୍ରଣା ବ୍ୟତୀତ ମୋର କୌଣସି ଣସି ଅସୁବିଧା ନଥିଲା । ଏହାକୁ ମୁଁ ଜିମ୍ନାଷ୍ଟିକ୍ ଯନ୍ତ୍ରଣା ବୋଲି ମନେ ମନେ ଭାବି ନେଇଥିଲି।  ହେଲେ ଶୀଘ୍ର ସତ ଜାଣି ପାରିଥିଲି।

ଏଥି ସହିତ, ରୋଜଲିନ୍ ନିଜ କାର୍ଯ୍ୟ ବିଷୟରେ ଉଲ୍ଲେଖ କରି କହିଛନ୍ତି,  'ପ୍ରିୟ ବ୍ରାଣ୍ଡଗୁଡିକ ମୁଁ ଆପଣଙ୍କ ପାଇଁ ପ୍ରତ୍ୟେକ ମାସର ଦ୍ୱିତୀୟ ସପ୍ତାହରେ ସୁଟିଂ ପାଇଁ ଉପଲବ୍ଧ ହେବି। କାରଣ ମୋତେ ଆସନ୍ତା ୭ ମାସ ପାଇଁ କେମୋଥେରାପି ଦେଇ ଗତି କରିବାକୁ ପଡିବ । ପ୍ରତ୍ୟେକ କେମୋଥେରାପି ପରେ ଏକ ସପ୍ତାହ ବିଶ୍ରାମ ଆବଶ୍ୟକ ହେବ । ହୁଏତ ଏକ ଲଣ୍ଡିତ ମସ୍ତିଷ୍କର  ମଡେଲ ସହିତ କାମ କରିବାକୁ ଆପଣମାନଙ୍କୁ ସତସାହସ ଯୋଗାଡ଼ କରିବାକୁ ପଡ଼ିବ ।’

ରୋଜଲିନ ବହୁ କ୍ଷୁତ୍ର ଫିଲ୍ମ ସହ ବିଜ୍ଞାପନରେ ବି କାମ କରି ସାରିଛନ୍ତି। ଏହାବାଦ ସବିତା ଭାବି,‘ ଜି ଲେନେ ଦେ ଏକ ପଲ’ ରେ ବି ତାଙ୍କ ଅଭିନୟ ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe