‘ପଦ୍ମାବତୀ’ଙ୍କୁ ସାତ ଜନ୍ମର ସାଥୀ କଲେ ‘ଆଲ୍ଲାଉଦ୍ଦିନ୍‌’

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରାଣୀ ‘ପଦ୍ମାବତୀ’ଙ୍କ ସୌନ୍ଦର୍ଯ୍ୟ ‘ଆଲ୍ଲାଉଦ୍ଦିନ୍‌’ଙ୍କୁ ଏତେ ବିମୋହିତ କଲା ଯେ ସେ ନିଜ ବୁଦ୍ଧି, ବିବେକ ହରାଇ ବସିଲେ। କେବଳ ତାଙ୍କ ସୌନ୍ଦର୍ଯ୍ୟର ଟିକେ ଝଲକ୍‌ ପାଇବା ପାଇଁ ଗଡି ଚାଲିଲା ମୁଣ୍ଡ। ଭୟାବହ ଯୁଦ୍ଧର ପରିସମାପ୍ତି ହେଲା ସତ। ହେଲେ ପଦ୍ମାବତୀ ନିଜ ସତୀତ୍ୱ ରକ୍ଷା ପାଇଁ ଅଗ୍ନିକୁ ଝାସ ଦେଲେ। ନିରାଶ ହେଲେ ନିର୍ଦ୍ଦୟ ଶାସକ ଆଲ୍ଲାଉଦ୍ଦିନ୍‌। କିନ୍ତୁ ଆଜି ସ୍ଥିତି ଓଲଟା। ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ରୂପେଲୀ […]

yy

yy

Mihir Pattnayak
  • Published: Thursday, 15 November 2018
  • Updated: 15 November 2018, 03:28 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରାଣୀ ‘ପଦ୍ମାବତୀ’ଙ୍କ ସୌନ୍ଦର୍ଯ୍ୟ ‘ଆଲ୍ଲାଉଦ୍ଦିନ୍‌’ଙ୍କୁ ଏତେ ବିମୋହିତ କଲା ଯେ ସେ ନିଜ ବୁଦ୍ଧି, ବିବେକ ହରାଇ ବସିଲେ। କେବଳ ତାଙ୍କ ସୌନ୍ଦର୍ଯ୍ୟର ଟିକେ ଝଲକ୍‌ ପାଇବା ପାଇଁ ଗଡି ଚାଲିଲା ମୁଣ୍ଡ। ଭୟାବହ ଯୁଦ୍ଧର ପରିସମାପ୍ତି ହେଲା ସତ। ହେଲେ ପଦ୍ମାବତୀ ନିଜ ସତୀତ୍ୱ ରକ୍ଷା ପାଇଁ ଅଗ୍ନିକୁ ଝାସ ଦେଲେ। ନିରାଶ ହେଲେ ନିର୍ଦ୍ଦୟ ଶାସକ ଆଲ୍ଲାଉଦ୍ଦିନ୍‌।

କିନ୍ତୁ ଆଜି ସ୍ଥିତି ଓଲଟା। ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ରୂପେଲୀ ପରଦାର 'ପଦ୍ମାବତୀ' ପାଲଟିଛନ୍ତି 'ଆଲ୍ଲାଉଦ୍ଦିନ୍‌' ଭୂମିକାରେ ଅବତୀର୍ଣ୍ଣ ଖଳନାୟକଙ୍କ ହୃଦୟର ପାଟରାଣୀ।

ଆମେ କହୁଛୁ ‘ପଦ୍ମାବତ୍‌’ ଫିଲ୍ମର ସେହି ହିଟ୍‌ ଯୋଡ଼ି ଦୀପିକା ଓ ରଣବୀର୍‌ଙ୍କ କଥା। ଉଭୟେ ଏବେ ଗୋଟିଏ ସୂତାରେ ବନ୍ଧା ପଡିଛନ୍ତି। ଦିହିଁଙ୍କର ସୁଖ, ଦୁଃଖ, ଭଲ, ମନ୍ଦ ଏବେ ଏକ ହୋଇଛି। ସରିଛି ବାହାଘର। ରିଅଲ୍‌ ଲାଇଫ୍‌ରେ ସିନା ଦୁହେଁ ଏକାଠି ହୋଇଛନ୍ତି କିନ୍ତୁ ଅଧିକାଂଶ ହିଟ୍‌ ଫିଲ୍ମରେ ଉଭୟଙ୍କର ବିଚ୍ଛେଦରେ ହିଁ ସରିଛି କ୍ଲାଇମାକ୍ସ।

ଫିଲ୍ମ ‘ରାମଲୀଳା’ ହେଉ କି ‘ବାଜିରାଓ ମସ୍ତାନୀ’। ଏସବୁ ଫିଲ୍ମରେ ରଣବୀର ଏବଂ ଦୀପିକାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇଥିଲେ ଦର୍ଶକ। ଫିଲ୍ମ ସୁପରହିଟ୍‌ ବି ହୋଇଥିଲା। କିନ୍ତୁ ଯଦି କେଉଁଠି କିଛି ଅଭାବ ପରିଲିକ୍ଷିତ ହେଉଥିଲା ତାହା ଥିଲା ରଣବୀର ଏବଂ ଦୀପିକାଙ୍କ ବିଚ୍ଛେଦ। ଦର୍ଶକେ ଏହି ଯୋଡିକୁ ସବୁବେଳେ ଏକାଠି ଦେଖିବାକୁ ଚାହିଁଛନ୍ତି। କିନ୍ତୁ କାହାଣୀ ଅନୁଯାୟୀ ସେମାନେ ଅଲଗା ରହିଛନ୍ତି।

ଆଜି ବାସ୍ତବରେ ସେମାନଙ୍କ ବିବାହ ପରେ, ଶୁଣିବାକୁ ମିଳୁଛି କି, ଆଲାଉଦ୍ଦିନ୍‌ ରଣବୀରଙ୍କ ହାତ ଧରିଛନ୍ତି ପଦ୍ମାବତୀ ଦୀପିକା। ତ କିଏ କହୁଛି ରାମ ସହ ଲୀଲା ଆଉ ବାଜିରାଓଙ୍କ ସହ ମସ୍ତାନୀର ବିବାହ ହେଲା ବୋଲି। ସତରେ ବୋଧହୁଏ ଫ୍ୟାନ୍‌ମାନଙ୍କ ପାଇଁ ଏହାହିଁ ସବୁଠାରୁ ବଡ଼ ଉପହାର।

ସୂଚନାଯୋଗ୍ୟ, ଗତକାଲି ଇଟାଲୀର ଲେକ୍ କୋମୋରେ ରଣବୀର ଏବଂ ଦୀପିକାଙ୍କ ବିବାହ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଗତକାଲି କୋଙ୍କଣୀ ପରମ୍ପରା ଅନୁଯାୟୀ ବିବାହ ସମ୍ପନ୍ନ ହେବା ପରେ ଆଜି ଦ୍ୱିତୀୟ ଥର ରଣଭୀର୍‌ଙ୍କ ସିନ୍ଧି ପରମ୍ପରା ଅନୁଯାୟୀ ଉଭୟେ ବାହା ହେବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story