Advertisment

ଅଭିନେତା ଜୟସୂର୍ଯ୍ୟଙ୍କ ବିରୁଦ୍ଧରେ ଦ୍ୱିତୀୟ ମାମଲା, 'ମି ଠୁ' ଅଭିଯୋଗ ଆଣିଲେ ଅଭିନେତ୍ରୀ

ମଲିଉଡ ବା କେରଳର ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଛି 'ମି ଠୁ' ଝଡ଼।

ଅଦ୍ୟତନ ହୋଇଛି
Actor Jayasurya

Actor Jayasurya

Advertisment

ମଲିଉଡ ବା କେରଳର ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଛି 'ମି ଠୁ' ଝଡ଼। ଜଣେ ପରେ ଜଣେ ଅଭିନେତ୍ରୀ ଆଣୁଛନ୍ତି ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ। ଏହି କ୍ରମରେ ଅଭିନେତା ଜୟସୂର୍ଯ୍ୟଙ୍କ ବିରୁଦ୍ଧରେ ଦ୍ୱିତୀୟ ମାମଲା ଦାଖଲ ହୋଇଛି।

Advertisment

କେରଳ ପୁଲିସ କହିଛି ଯେ, ଜୟସୂର୍ଯ୍ୟଙ୍କ ବିରୁଦ୍ଧରେ ଆଉ ଏକ 'ମି ଠୁ' ଅଭିଯୋଗ ଆସିଛି। ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଥିରୁଅନନ୍ତପୁରମ ଥାନାରେ ଏହି ଅଭିଯୋଗ ହୋଇଥିଲା, କିନ୍ତୁ ଏହାକୁ ଥୋଡୁପୁଜହ ଥାନାକୁ ସ୍ଥାନାନ୍ତର କରାଯାଇଛି। 

ଜୟସୂର୍ଯ୍ୟଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରା 354, 354A(A1)(I) 354D ଆଧାରରେ ମାମଲା ରୁଜୁ କରାଯାଇଛି।

Advertisment

ଗତକାଲି ମଧ୍ୟ ଜଣେ ଅଭିନେତା ତଥା ବିଧାୟକଙ୍କ ବିରୁଦ୍ଧରେ 'ମି ଠୁ' ଅଭିଯୋଗ ଆସିଥିଲା। CPI (M) ବିଧାୟକ ଏମ ମୁକେଶ ଦୁଷ୍କର୍ମ କରିଥିବା ନେଇ ମୀନୁ ମୁନେର ଅଭିଯୋଗ ଆଣିଥିଲେ। 

କେରଳରେ ହେମା କମିଟି ରିପୋର୍ଟ ଆସିବା ପରେ ଅଭିନେତ୍ରୀମାନେ ଅଭିନେତା, ନିର୍ଦ୍ଦେଶକ ଏବଂ ସହକର୍ମୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଅଭିଯୋଗ ଆଣୁଛନ୍ତି, ଯାହାକୁ ନେଇ କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼ ସୃଷ୍ଟି ହୋଇଛି।  

Me Too Kerala Film Industry Mollyood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe