Advertisment

ସବୁଠୁ ଅଧିକ କାହାକୁ ଭୟ କରନ୍ତି ପ୍ରଶ୍ନର ଉତ୍ତରରେ 'ମୃତ୍ୟୁ' କହିଥିଲେ ସୁଶାନ୍ତ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ମତ୍ୟୁକୁ ସମସ୍ତଙ୍କର ଭୟଥାଏ। ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଡରୁଥିଲେ। କିନ୍ତୁ ଆତ୍ମହତ୍ୟା କରି ସେ ନିଜର ସବୁଠୁ ବଡ଼ ଭୟକୁ ଯେମିତି ଆଲିଙ୍ଗନ କରିନେଲେ! ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କର ନିଧନ ହୋଇଛି ସେବେଠୁ ସୁଶାନ୍ତଙ୍କ ପୁରୁଣା ଭିଡ଼ିଓ ସବୁ ଭାଇରାଲ୍‌ ହେବାରେ ଲାଗିଛି। ଥରେ ସେ କୋମଲ ନହଟାଙ୍କ ଶୋ ‘ଷ୍ଟୋରୀ ନାଇଟସ୍‌’ଯୋଗ ଦେଇଥିଲେ। ସେଠାରେ ଶୋ’ର ହୋଷ୍ଟ କୋମଲ ନହଟା ସୁଶାନ୍ତ ସବୁଠୁ ଅଧିକ କାହାକୁ ଡରନ୍ତି ବୋଲି ପ୍ରଶ୍ନ କରିଥିଲେ। […]

author-image
Biswobandita Swain
ସବୁଠୁ ଅଧିକ କାହାକୁ ଭୟ କରନ୍ତି ପ୍ରଶ୍ନର ଉତ୍ତରରେ 'ମୃତ୍ୟୁ' କହିଥିଲେ ସୁଶାନ୍ତ, ଦେଖନ୍ତୁ ଭିଡ଼ିଓ

sushant-123

ମୁମ୍ବାଇ: ମତ୍ୟୁକୁ ସମସ୍ତଙ୍କର ଭୟଥାଏ। ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଡରୁଥିଲେ। କିନ୍ତୁ ଆତ୍ମହତ୍ୟା କରି ସେ ନିଜର ସବୁଠୁ ବଡ଼ ଭୟକୁ ଯେମିତି ଆଲିଙ୍ଗନ କରିନେଲେ!

Advertisment

ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କର ନିଧନ ହୋଇଛି ସେବେଠୁ ସୁଶାନ୍ତଙ୍କ ପୁରୁଣା ଭିଡ଼ିଓ ସବୁ ଭାଇରାଲ୍‌ ହେବାରେ ଲାଗିଛି। ଥରେ ସେ କୋମଲ ନହଟାଙ୍କ ଶୋ ‘ଷ୍ଟୋରୀ ନାଇଟସ୍‌’ଯୋଗ ଦେଇଥିଲେ। ସେଠାରେ ଶୋ’ର ହୋଷ୍ଟ କୋମଲ ନହଟା ସୁଶାନ୍ତ ସବୁଠୁ ଅଧିକ କାହାକୁ ଡରନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ସୁଶାନ୍ତ କହିଥିଲେ, ମୃତ୍ୟୁକୁ। କୋମଲ ପଚାରିଥିଲେ କାହିଁକି? ଏହା ସହିତ କୌଣସି ନିଜ ଲୋକଙ୍କ ମୃତ୍ୟୁ ତାଙ୍କୁ ପ୍ରଭାବିତ କରିଛି କି ବୋଲି ସେ ପ୍ରଶ୍ନ କରିଥିଲେ। ସୁଶାନ୍ତ ତାର ଉତ୍ତରରେ କହିଥିଲେ, ୩ ଘଣ୍ଟା ଯଦି ମୁଁ ଶୋଉଛି, ତା’ହେଲେ ମୁଁ ମୋ ଆୟତ୍ତରେ ରହିପାରୁନି। ମାନେ ମୁଁ କିଏ ମୁଁ ଜାଣିପାରୁନି। ନିଜକୁ ନଜାଣିପାରିବା ସବୁଠୁ ବଡ଼ ଭୟଙ୍କର ଜିନିଷ। ମୃତ୍ୟୁରେ ଏମିତି ହୁଏ। ତେଣୁ ମୋତେ ମୃତ୍ୟୁକୁ ଭୟ ଲାଗେ।

https://www.instagram.com/p/CBw2mSZBjWO/?utm_source=ig_web_copy_link

ଏହି ଭାଇରାଲ୍‌ ଭିଡ଼ିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ସୁଶାନ୍ତଙ୍କ ଫ୍ୟାନ୍‌ ପେଜ୍‌ ‘ନୋନାସୁଶାନ୍ତ ରାଜପୁତ’ରୁ ଶେଆର କରାଯାଇଛି। ଏହି ଭିଡ଼ିଓ ପୋଷ୍ଟ୍ କରି ସୁଶାନ୍ତଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୃତ୍ୟୁକୁ ଡରୁଥିବା ଲୋକ କେମିତି ଆତ୍ମହତ୍ୟା କରିପାରିବ? ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଏହି ମାମଲାର ସିବିଆଇ ଯାଞ୍ଚ ହେଉ ବୋଲି ବି ସେମାନେ କମେଣ୍ଟ ଦେଇଛନ୍ତି।

Advertisment