Advertisment

ମୁହଁରେ ପଲିଥିନ ବାନ୍ଧି କରୋନା ସଚେତନ କରାଇଲେ ଅଭିନେତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ଦୃଷ୍ଟିରେ ରଖୀ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶକୁ ସମ୍ବୋଧିତ କରିଛନ୍ତି। ସାରା ଦେଶରେ ୨୧ ଦିନ ପାଇଁ ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି। ପିଏମ ମୋଦୀଙ୍କ ଏହି ନିଷ୍ପତ୍ତି ଉପରେ ବଲିଉଡର କଳାକାରମାନେ ପ୍ରତିକ୍ରିୟା ଦେଉଛନ୍ତି। ବର୍ତ୍ତମାନ ବଲିଉଡର ଜଣାଶୁଣା ଅଭିନେତ୍ରୀ ଶେଫାଳି ଶାହା ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆରର କରି ଲୋକଙ୍କୁ କରୋନା ଭାଇରସରୁ ଦୂରେଇ ରହିବାକୁ ପରାମର୍ଶ […]

author-image
Biswobandita Swain
ଅଦ୍ୟତନ ହୋଇଛି
ମୁହଁରେ ପଲିଥିନ ବାନ୍ଧି କରୋନା ସଚେତନ କରାଇଲେ ଅଭିନେତ୍ରୀ

sss999000

ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ଦୃଷ୍ଟିରେ ରଖୀ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶକୁ ସମ୍ବୋଧିତ କରିଛନ୍ତି। ସାରା ଦେଶରେ ୨୧ ଦିନ ପାଇଁ ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି।
Advertisment
ପିଏମ ମୋଦୀଙ୍କ ଏହି ନିଷ୍ପତ୍ତି ଉପରେ ବଲିଉଡର କଳାକାରମାନେ ପ୍ରତିକ୍ରିୟା ଦେଉଛନ୍ତି। ବର୍ତ୍ତମାନ ବଲିଉଡର ଜଣାଶୁଣା ଅଭିନେତ୍ରୀ ଶେଫାଳି ଶାହା ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆରର କରି ଲୋକଙ୍କୁ କରୋନା ଭାଇରସରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।
ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି, ଶେଫାଳି ତାଙ୍କ ଚେହେରାକୁ ପ୍ଲାଷ୍ଟିକ ବ୍ୟାଗରେ ଢାଙ୍କି ଦେଇଛନ୍ତି। ଯେତେବେଳେ କୋଭିଡ-୧୯ ବିସ୍ତାର ହବ, ସେତେବେଳେ ଲୋକଙ୍କ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଯିବ। ଠିକ ଏମିତି ଅନୁଭବ ହେବ, ଯଦି ପରିବାର ର କେହି ଲୋକ ବାହାରକୁ ଯାଉଛନ୍ତି ତେବେ ଦୟାକରି ତାଙ୍କୁ ବୁଝାନ୍ତୁ ବୋଲି ସେ କହିଛନ୍ତି।
Advertisment
 ଶେଫାଳି ଶାହାଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ ସିରିଜ୍ ଦିଲ୍ଲୀ କ୍ରାଇମରେ ଦେଖିବାକୁ ମିଳିଥିଲା।
 ସୂଚନାଯୋଗ୍ୟ,  ଭାରତରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୫୬୨ କୁ ବୃଦ୍ଧି ପାଇଛି ଯେଉଁଥିରେ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି।