Advertisment

ସେପ୍ଟେମ୍ବର ୨ରେ ବି-ଟାଉନକୁ ଆସିବ ଧୋନିଙ୍କ ବାୟୋପିକ୍

ମୁମ୍ବାଇ: ୨୦୧୬ ସେପ୍ଟେମ୍ବର ୨ ତାରିଖରେ ରିଲିଜ ହେବ ଟିମ୍ ଇଣ୍ଡିଆର ଅଧିନାୟକ ଏମଏସ୍ ଧୋନିଙ୍କ ଉପରେ ପର୍ଯ୍ୟବେସିତ ଡ୍ରାମା ଭିତ୍ତିକ ବାୟୋପିକ୍ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’। ଏଥିରେ ମୁଖ୍ୟ ଭୂମିକାରେ ନଜରକୁ ଆସିବେ ‘କାଇ ପୋ ଚେ’ ଓ ‘ପିକେ’ ଷ୍ଟାରର ସୁସାନ୍ତ ସିଂହ ରାଜପୁତ। ଏ ନେଇ ସେ ମଙ୍ଗଳବାର ସୋସିଆଲ ମିଡିଆରେ ଟ୍ୱିଟ କରିଛନ୍ତି। ଏହାସହ ସେ ଏହି ବାୟୋପିକର ପୋଷ୍ଟର ମଧ୍ୟ ପୋଷ୍ଟ କରିଛନ୍ତି। ଏହାକୁ ନୀରଜ ପାଣ୍ଡେ […]

author-image
Rakesh Mallick
ସେପ୍ଟେମ୍ବର ୨ରେ ବି-ଟାଉନକୁ ଆସିବ ଧୋନିଙ୍କ ବାୟୋପିକ୍

sushant shing rajput

ମୁମ୍ବାଇ: ୨୦୧୬ ସେପ୍ଟେମ୍ବର ୨ ତାରିଖରେ ରିଲିଜ ହେବ ଟିମ୍ ଇଣ୍ଡିଆର ଅଧିନାୟକ ଏମଏସ୍ ଧୋନିଙ୍କ ଉପରେ ପର୍ଯ୍ୟବେସିତ ଡ୍ରାମା ଭିତ୍ତିକ ବାୟୋପିକ୍ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’। ଏଥିରେ ମୁଖ୍ୟ ଭୂମିକାରେ ନଜରକୁ ଆସିବେ ‘କାଇ ପୋ ଚେ’ ଓ ‘ପିକେ’ ଷ୍ଟାରର ସୁସାନ୍ତ ସିଂହ ରାଜପୁତ। ଏ ନେଇ ସେ ମଙ୍ଗଳବାର ସୋସିଆଲ ମିଡିଆରେ ଟ୍ୱିଟ କରିଛନ୍ତି। ଏହାସହ ସେ ଏହି ବାୟୋପିକର ପୋଷ୍ଟର ମଧ୍ୟ ପୋଷ୍ଟ କରିଛନ୍ତି।

Advertisment

[embed]https://twitter.com/itsSSR/status/681381819414102016/photo/1?ref_src=twsrc%5Etfw[/embed]

ଏହାକୁ ନୀରଜ ପାଣ୍ଡେ ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା ଦେଇଛନ୍ତି ପାରଶ ଜୈନ ଓ ଭିନୀତ ଜୈନ୍।

Advertisment

ଏଥିରେ ସୁରେଶ ରାଇନା ଭୂମିକାରେ ଟଲିଉଡ ଷ୍ଟାର ରାମ ଚରଣ, ପାନ ସିଂହ ଭୂମିକାରେ ଅନୁପମ ଖେର, ଜାହୀର ଖାନ ଭୂମିକାରେ ଗୌତମ ଗୁଲାଟି, ଯୁବରାଜ ସିଂହ ଭୂମିକାରେ ଜନ ଆବ୍ରାହମ, ସାକ୍ଷୀ ସିଂହ ଧୋନିଙ୍କ ଭୂମିକାରେ କାଇରା ଆଡଭାନୀ ଓ ବିରାଟ କୋହଲିଙ୍କ ଭୂମିକାରେ ଫୱାଦ୍ ଖାନ ନଜରକୁ ଆସିବେ।