Advertisment

‘ବୁର୍ଜ ଖଲିଫା’ରେ ଶାହାରୁଖ୍‌ଙ୍କ ନାଁ

ମୁମ୍ବାଇ: ଗତକାଲି ଥିଲା ବଲିଉଡ୍ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କ ୫୪ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ସୋଶାଲ୍ ମିଡିଆରେ ଗତକାଲି ଶାହାରୁଖଙ୍କ ବର୍ଥଡେ’ ଟ୍ରେଣ୍ଡ କରୁଥିଲା। ବଲିଉଡ୍ ସେଲେବ୍ରିଟିଙ୍କ ସମେତ ବଡ଼ ବଡ଼ ରାଜନେତାମାନେ ମଧ୍ୟ କିଙ୍ଗ୍ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ‘ମନ୍ନତ’ (ଶାହାରୁଖଙ୍କ ଘର) ବାହାରେ ମଧ୍ୟରାତ୍ରିରେ ଭିଡ଼ ଜମାଇଥିଲେ। […]

ଅଦ୍ୟତନ ହୋଇଛି
‘ବୁର୍ଜ ଖଲିଫା’ରେ ଶାହାରୁଖ୍‌ଙ୍କ ନାଁ

king-khan

Advertisment

ମୁମ୍ବାଇ: ଗତକାଲି ଥିଲା ବଲିଉଡ୍ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କ ୫୪ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ସୋଶାଲ୍ ମିଡିଆରେ ଗତକାଲି ଶାହାରୁଖଙ୍କ ବର୍ଥଡେ’ ଟ୍ରେଣ୍ଡ କରୁଥିଲା। ବଲିଉଡ୍ ସେଲେବ୍ରିଟିଙ୍କ ସମେତ ବଡ଼ ବଡ଼ ରାଜନେତାମାନେ ମଧ୍ୟ କିଙ୍ଗ୍ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ‘ମନ୍ନତ’ (ଶାହାରୁଖଙ୍କ ଘର) ବାହାରେ ମଧ୍ୟରାତ୍ରିରେ ଭିଡ଼ ଜମାଇଥିଲେ। ତେବେ ଏ ସବୁ ବାଦ୍ ଗତକାଲି ଦୁବାଇରେ କିଙ୍ଗ୍‌ ଖାନ୍‌ଙ୍କ ଜନ୍ମଦିନକୁ ନିଆରା ଅନ୍ଦାଜରେ ପାଳନ କରାଯାଇଥିଲା।

Advertisment

publive-imageବିଶ୍ୱର ସବୁଠୁ ଉଚ୍ଚା ବିଲ୍ଡିଂ ‘ବୁର୍ଜ ଖଲିଫା’ ଜରିଆରେ ଦୁବାଇବାସୀ କିଙ୍ଗ୍‌ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଲାଇଟ୍ ଶୋ’ ଓ ମ୍ୟୁଜିକ୍‌ ସହ ବେଶ୍‌ ଧୂମ୍‌ଧାମ୍‌ରେ ସେମାନେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ‘ବୁର୍ଜ ଖଳିଫା’ରେ ଶାହାରୁଖ୍‌ଙ୍କ ନାଁ ବି ଦେଖିବାକୁ ମିଳିଥିଲା।

ଶାହାରୁଖ୍‌ ହେଉଛନ୍ତି ପ୍ରଥମ ବଲିଉଡ୍‌ ଅଭିନେତା, ଯାହାଙ୍କୁ ‘ବୁର୍ଜ ଖଲିଫା’ ଜରିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଗଲା। ସେଥିପାଇଁ ଗତକାଲି ‘ବୁର୍ଜ ଖଲିଫା’ ବାହାରେ ତାଙ୍କ ଫ୍ୟାନ୍‌ମାନଙ୍କର ବେଶ୍‌ ଭିଡ଼ ଜମିଥିଲା। ଏହାର ଏକ ଭିଡିଓ ଶାହାରୁଖ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି ଓ ଦୁବାଇବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଭିଡିଓଟି ଏବେ ଭାଇରାଲ୍‌ ହେଉଛି। ଫ୍ୟାନ୍‌ମାନେ ଏଥିରେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି।

Advertisment

https://www.instagram.com/p/B4X1K57FhE-/?utm_source=ig_web_copy_link

ସୂଚନାଯୋଗ୍ୟ, ଶାହାରୁଖ୍‌ଙ୍କୁ ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା, ଯାହା ଗତବର୍ଷ ଡିସେମ୍ବର ମାସରେ ରିଲିଜ୍ ହୋଇଥିଲା। କୁହାଯାଉଛି, ଖୁବ୍‌ଶୀଘ୍ର ସେ ତାଙ୍କର ନୂଆ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe