ସାମ୍ନାକୁ ଆସିଲା ଶାହାରୁଖ୍‌ଙ୍କ ଝିଅ ସୁହାନାଙ୍କ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ପପୁଲାର୍‌ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ଜଣେ। ତାଙ୍କ ଲୋକପ୍ରିୟତା ପାଇଁ ସେ ସୋଶାଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।  ସୋଶାଲ୍‌ ମିଡିଆରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍‌ କିଛି କମ୍‌ ନାହାନ୍ତି। ଯେତେବେଳେ ସେ ଘରୁ ବାହାରକୁ ବାହାରନ୍ତି ଲୋକମାନେ ତାଙ୍କୁ ଦେଖିବାକୁ ଭିଜ ଜମାଇ ଦିଅନ୍ତି। ଘର ଆଗରେ ଭିଡ଼ ଜମାଉଥିବା ଫ୍ୟାନ୍ ଏବେ ତାଙ୍କୁ ଫିଲ୍ମରେ ଦେଖି ପାରିବେ। କାରଣ ଏକ ମିଡିଆ […]

suhana

suhana

Rosalin Rath
  • Published: Thursday, 13 June 2019
  • Updated: 13 June 2019, 01:14 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ପପୁଲାର୍‌ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ଜଣେ। ତାଙ୍କ ଲୋକପ୍ରିୟତା ପାଇଁ ସେ ସୋଶାଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।  ସୋଶାଲ୍‌ ମିଡିଆରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍‌ କିଛି କମ୍‌ ନାହାନ୍ତି। ଯେତେବେଳେ ସେ ଘରୁ ବାହାରକୁ ବାହାରନ୍ତି ଲୋକମାନେ ତାଙ୍କୁ ଦେଖିବାକୁ ଭିଜ ଜମାଇ ଦିଅନ୍ତି। ଘର ଆଗରେ ଭିଡ଼ ଜମାଉଥିବା ଫ୍ୟାନ୍ ଏବେ ତାଙ୍କୁ ଫିଲ୍ମରେ ଦେଖି ପାରିବେ।

କାରଣ ଏକ ମିଡିଆ ରିପୋର୍ଟ ଅନୁସାରେ କିଙ୍ଗ୍‌ଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନାଙ୍କୁ ଆପଣ ବହୁତ  ଶୀଘ୍ର ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। ଏବେ ତାଙ୍କର ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସୁହାନା ଏକ କାର୍‌ ସିଟ୍‌ରେ ବସିଥିବାର ଦେଖାଯାଉଛନ୍ତି। କୁହାଯାଉଛି ଯେ, ସେ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

ଏହି ଫଟୋକୁ ସୁହାନାଙ୍କ ଫ୍ୟାନ୍‌ ପେଜ୍‌ରେ ଶେଆର୍‌ କରାଯାଇଛି। ଏବଂ କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ, ସୁହାନାଙ୍କର କ୍ଷୁଦ୍ର ଚଳଚ୍ଚିତ୍ରର ଏହା ଏକ ଶର୍ଟ। ଏହି ଫିଲ୍ମଟି ତାଙ୍କ ସ୍କୁଲ୍‌ ସାଙ୍ଗ ତିଆରି କରୁଛନ୍ତି।

ପୂର୍ବରୁ ମଧ୍ୟ ସୁହାନାଙ୍କର ଏପରି ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ସେହି ଫଟୋରେ ସୁହାନା ତାଙ୍କ ସାଙ୍ଗମାନଙ୍କ ସହ ସୁଟିଂ କରୁଥିବାର ଦେଖାଯାଇଥିଲା। ଏବେ ସୁହାନା ଆମେରିକାରେ ଫିଲ୍ମ ଏବଂ ଥିଏଟର୍‌ ବିଷୟରେ ପାଠ ପଢ଼ୁଛନ୍ତି।

କିଛି ଦିନ ପୂର୍ବରୁ ସୁହାନାଙ୍କ ଜଣେ ସାଙ୍ଗ ଏକ ସାକ୍ଷାତକାରରେ କହିଥିଲେ ଯେ, ସୁହାନା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ ଫିଲ୍ମ ଜରିଆରେ ଡେବ୍ୟୁ କରିଥାନ୍ତେ। କିନ୍ତୁ କରନ୍‌ ଜୋହର୍‌ଙ୍କ ପାଇଁ ତାହା ହୋଇପାରି ନଥିଲା।

 

ଏଠାରେ ଆମେ କହିରଖିବାକୁ ଯାଉଛୁ ଯେ, କିଛି ଦିନ ପୂର୍ବରୁ ସୁହାନାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହି ଭିଡିଓ ପାଇଁ ସେ ଟ୍ରଲ୍‌ ବି ହୋଇଥିଲେ। କିଛି ୟୁଜର୍‌ ତାଙ୍କ ପୋଷାକକୁ ନେଇ ଟ୍ରଲ୍‌ କରିଥଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos