Advertisment

ଦିନକୁ ଥରେ ଖାଆନ୍ତି ଶାହରୁଖ ଖାନ୍

ଦି ଗାର୍ଡିଆନକୁ ଦେଇଥିବା ସାକ୍ଷାତକାରରେ ଶାହରୁଖ ଖାନ ତାଙ୍କ ଡାଏଟ ବାବଦରେ ଖୁଲାସା କରିଛନ୍ତି।

ଅଦ୍ୟତନ ହୋଇଛି
Shah Rukh Khan

Shah Rukh Khan

Advertisment

ନିକଟରେ ଏକ ସାକ୍ଷାତକାର ସମୟରେ ନିଜର ଦୈନିକ ରୁଟିନର ଖୁଲାସା କରିଛନ୍ତି ଶାହରୁଖ ଖାନ୍। ଶାହରୁଖଙ୍କ ଶୋଇବା ରୁଟିନ୍ ବାବଦରେ ଅନେକ ଫ୍ୟାନ୍ସ ଅବଗତ ଥିବେ ନିଶ୍ଚୟ, ହେଲେ ତାଙ୍କ ଡାଏଟ୍ ବାବଦରେ ପ୍ରାୟ ଜାଣିନଥିବେ। ଏକ ସାକ୍ଷାତକାରରେ ଶାହରୁଖ ଏ ବାବଦରେ ଆଲୋଚନା କରିଛନ୍ତି।

Advertisment

ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡ ବାଦଶାହ ଶାହରୁଖ ଖାନ୍ ଦିନରେ ମାତ୍ର ଥରେ ଖାଇଥାନ୍ତି। ଏଥିସହ କେବେ ହେଲେ ଜିମ୍ କରିବାକୁ ଭୁଲନ୍ତି ନାହିଁ। ଅଧ ଘଣ୍ଟା ପାଇଁ ହେଲେ ମଧ୍ୟ ସେ ପ୍ରତ୍ୟେହ ବ୍ୟାୟାମ କରନ୍ତି ଏବଂ ସେ ସବୁଦିନ ସକାଳ 5ଟାରେ ଶୋଇଥାନ୍ତି ବୋଲି ସାକ୍ଷାତାକର ସମୟରେ କହିଛନ୍ତି। 

ଦି ଗାର୍ଡିଆନକୁ ଦେଇଥିବା ସାକ୍ଷାତକାରରେ ଶାହରୁଖ ଖାନ କହିଛନ୍ତି ଯେ, ସେ ଦିନକୁ କେବଳ ଗୋଟିଏ ଥର ଭୋଜନ କରନ୍ତି। ଏହା ତାଙ୍କର ଅଧାଦିନ ଉପବାସ ନୁହେଁ, ବରଂ ବ୍ୟକ୍ତିଗତ ପସନ୍ଦ ବୋଲି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, "ମୁଁ ସକାଳ ପାଞ୍ଚଟା ବେଳେ ଶୋଇବାକୁ ଯାଏ। ଯେତେବେଳେ ମାର୍କ ୱାଲବର୍ଗ (ଆମେରିକୀୟ ଅଭିନେତା) ଉଠନ୍ତି, ମୁଁ ସେତେବେଳେ ଶୋଇବାକୁ ଯାଏ। ସୁଟିଂ ଥିଲେ ସକାଳ 10ଟା ସୁଦ୍ଧା ଉଠିପଡ଼େ। ରାତି 2ଟାରେ ଘରକୁ ଫେରିବା ପରେ ଗାଧୋଇଥାଏ ଏବଂ ତା ପରେ ୱାକ୍ ଆଉଟ୍ ସାରି ଶୋଇବାକୁ ଯାଏ।"

ନିଜର ସ୍ୱପ୍ନ ବାବଦରେ ଆଲୋଚନା କରି ଶାହରୁଖ ଖାନ କହିଛନ୍ତି, "ମୁଁ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଜଣେ ଆଥଲେଟ୍ ଥିଲି। ମୋ ଜୀବନର ସ୍ୱପ୍ନ ଥିଲା ସିକ୍ସ ପ୍ୟାକ୍ ବଡି, ହ୍ୱାଇଟ୍ ସାର୍ଟ ପିନ୍ଧିଥିବି, ମୋ ବାହୁରେ ଜଣେ ମହିଳା ଥିବେ, ମୋ ମୁହଁରେ ରକ୍ତ ଲାଗିଥିବ ଏବଂ ମୋ ହାତରେ ବନ୍ଧୁକ ଥିବ। ମୁଁ ଯେତେବେଳେ ଏକ ରୁମକୁ ପ୍ରବେଶ କରୁଥିବି, କେହି ଜଣେ ମୋତେ ‘ତୁମେ କିଏ’ ପଚାରିବେ ଏବଂ ମୁଁ ତାଙ୍କୁ ଗୁଳି କରିଦେବି।"

SRK Daily Routine Shah Rukh Khan Diet Shah Rukh Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe