Advertisment

ଆତ୍ମହତ୍ୟା ଧମକ ଦେଲେ ଶାହାରୁଖ୍‌ଙ୍କ ଫ୍ୟାନ୍

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ ବର୍ଷେ ହେଲାଣି ପରଦାରୁ ଦୂରେଇ ରହିଛନ୍ତି। ଗତ ବର୍ଷ ଡିସେମ୍ବର ୨୧ରେ ତାଙ୍କ ଫିଲ୍ମ ‘ଜିରୋ’ ରିଲିଜ୍ ହୋଇଥିଲା। ଏହା ପରଠୁ ତାଙ୍କର ଆଉ କୌଣସି ଫିଲ୍ମ ଆସିନାହିଁ। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ପରଦାରେ ଦେଖିବା ପାଇଁ ଅତିଷ୍ଠ ହୋଇପଡ଼ିଲେଣି। ଏଭଳିକି ଜଣେ ଫ୍ୟାନ୍‌ ଧମକ ଦେଇଛନ୍ତି ଯେ ଯଦି ଶାହାରୁଖ୍‌ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ଘୋଷଣା ନ କରନ୍ତି, ତା’ହେଲେ ସେ ଆତ୍ମହତ୍ୟା କରିବେ। ଗତ ମାସରେ […]

ଅଦ୍ୟତନ ହୋଇଛି
ଆତ୍ମହତ୍ୟା ଧମକ ଦେଲେ ଶାହାରୁଖ୍‌ଙ୍କ ଫ୍ୟାନ୍

srk

Advertisment

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ ବର୍ଷେ ହେଲାଣି ପରଦାରୁ ଦୂରେଇ ରହିଛନ୍ତି। ଗତ ବର୍ଷ ଡିସେମ୍ବର ୨୧ରେ ତାଙ୍କ ଫିଲ୍ମ ‘ଜିରୋ’ ରିଲିଜ୍ ହୋଇଥିଲା। ଏହା ପରଠୁ ତାଙ୍କର ଆଉ କୌଣସି ଫିଲ୍ମ ଆସିନାହିଁ। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ପରଦାରେ ଦେଖିବା ପାଇଁ ଅତିଷ୍ଠ ହୋଇପଡ଼ିଲେଣି। ଏଭଳିକି ଜଣେ ଫ୍ୟାନ୍‌ ଧମକ ଦେଇଛନ୍ତି ଯେ ଯଦି ଶାହାରୁଖ୍‌ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ଘୋଷଣା ନ କରନ୍ତି, ତା’ହେଲେ ସେ ଆତ୍ମହତ୍ୟା କରିବେ।

Advertisment

ଗତ ମାସରେ ଶାହାରୁଖ ନିଜ ଜନ୍ମ ଦିନରେ କହିଥିଲେ ଯେ ଖୁବ୍‌ଶୀଘ୍ର ସେ ତାଙ୍କ ନୂଆ ଫିଲ୍ମ ବିଷୟରେ ଘୋଷଣା କରିବେ। ହେଲେ ଏ ପର୍ଯ୍ୟନ୍ତ ସେ କିଛି ଘୋଷଣା କରି ନାହାନ୍ତି। ତେଣୁ ତାଙ୍କ ଫ୍ୟାନ୍‌ମାନଙ୍କର ଧୈର୍ଯ୍ୟଚ୍ୟୁତ ହୋଇଛି ଓ ସେମାନେ ରାଗି ଯାଇଛନ୍ତି। ତେଣୁ ଏବେ ଟ୍ୱିଟର୍‌ରେ #WeWantAnnouncementSRK ଟ୍ରେଣ୍ଡ କରୁଛି। ସୋଶାଲ୍‌ ମିଡିଆରେ ଫ୍ୟାନ୍‌ମାନେ ଶାହାରୁଖଙ୍କ ଆଗାମୀ ଫିଲ୍ମର ଘୋଷଣା ଦାବି କରି ନାନା ପୋଷ୍ଟ ବି ଶେଆର୍‌ କରୁଛନ୍ତି।

#WeWantAnnouncementSRK@iamsrk
if you don't announce your next on 1st January I will sucide
I repeat I will sucide..#ShahRukhKhan

Advertisment

— AniketSRK⚡ (@____SRKFAN____) December 29, 2019

ଜଣେ ବ୍ୟକ୍ତି ଲେଖିଛନ୍ତି,“ଶାହାରୁଖ ଆପଣ ଯଦି ଜାନୁଆରୀ ୧ତାରିଖ ସୁଦ୍ଧା ନିଜ ଅପ୍‌କମିଂ ଫିଲ୍ମର ନାଁ ଘୋଷଣା ନ କରନ୍ତି, ତା’ହେଲେ ମୁଁ ଆତ୍ମହତ୍ୟା କରିବି। ମୁଁ ପୁଣି ଥରେ କହି ରଖୁଛି ଯେ ମୁଁ ଆତ୍ମହତ୍ୟା କରିଦେବି।‘’ ସେହିପରି ଆଉ ଜଣେ ଲେଖିଛନ୍ତି, “ଖାନ୍‌ ସାହେବ, ବହୁତ ହୋଇଗଲା। ମୁଁ ‘ଜିରୋ’ ପରଠୁ କୌଣସି ଫିଲ୍ମ ଦେଖିନାହିଁ। ଏବେ ଆପଣଙ୍କୁ କିଛି ଭଲ ଖବର ଦେବାକୁ ପଡ଼ିବ।”

https://twitter.com/UsmanZara/status/1211566275211739136

https://twitter.com/KnightAnish01/status/1210961734766231552

ଆଉ ଜଣେ ଫ୍ୟାନ୍‌ ଲେଖିଛନ୍ତି, “ଭାଇ ମୁଁ ମୋ କମ୍ପାନୀର ନାଁ ଆପଣଙ୍କ ନାଁରେ ରଖିଛି। ଆଉ ଏହି କମ୍ପାନୀ ନିଜ ଓପନିଂ ସେରିମନିର ଅପେକ୍ଷାରେ ଅଛି। ଆପଣ ଆଗାମୀ ଫିଲ୍ମର ନାଁ ଘୋଷଣା ହେବା ପରେ ଯାଇ ଏହାର ଓପନିଂ ହେବ।  ଦୟା କରି ଶୀଘ୍ର କରନ୍ତୁ ଭାଇ। ଏହା ଆପଣଙ୍କର ଜଣେ ଫ୍ୟାନ୍‌ଙ୍କର ନିବେଦନ ଯିଏ କି ୧୬ ବର୍ଷ ହେଲା ଆପଣଙ୍କୁ ପୂଜା କରିଆସୁଛି।”

https://twitter.com/iamSanketSRK/status/1210946787374067714

https://twitter.com/SHAH_ki_Arzoo_/status/1210980508357652481

https://twitter.com/SHAH_ki_Arzoo_/status/1211703687489282048

ଟ୍ୱିଟ୍‌ରେ ଫ୍ୟାନ୍‌ମାନଙ୍କର ଏଭଳି ପୋଷ୍ଟ ଓ ଧମକକୁ ନେଇ ଏ ପର୍ଯ୍ୟନ୍ତ ଶାହାରୁଖଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ତେବେ ଦେଖିବାକୁ ବାକି ରହିଲା ଯେ କିଙ୍ଗ୍‌ ଖାନ୍‌ ୨୦୨୦ର ଆରମ୍ଭରେ ନିଜ ଅପ୍‌କମିଂ ଫିଲ୍ମର ନାଁ ଘୋଷଣା କରୁଛନ୍ତି କି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe