ହୃଦୟ ଜିତିଲେ ବାଦଶାହ: ଏସିଡ୍‌ ପୀଡ଼ିତାଙ୍କ ଦାୟିତ୍ୱ ନେବା ସହ ୭ ଭିନ୍ନ ଭିନ୍ନ ଉପାୟରେ ସହାୟତା କରିବେ ଶାହରୁଖ୍‌

ମୁମ୍ବାଇ: ବିଭିନ୍ନ ଅଭିନେତା ଏବଂ ଅଭିନେତ୍ରୀ ବର୍ତ୍ତମାନ କରୋନା ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌ କେୟାର୍‌ସ ଫଣ୍ଡ’ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ କରୁଛନ୍ତି। କିନ୍ତୁ ବଲିଉଡ୍‌ର ବାଦଶାହ କୁହାଯାଉଥିବା କିଙ୍ଗ ଖାନ୍‌ ଶାହରୁଖ୍‌ ଖାନ୍‌ ଟିକେ ନିଆରା ପଦକ୍ଷେପ ନେଇଛନ୍ତି। ଟ୍ୱିଟର ଯୋଗେ ଶାହରୁଖ୍‌ ଏପରି ଘୋଷଣା କରିଛନ୍ତି, ଯେଉଁଥିରେ ୭ ପ୍ରକାରର ସହାୟତା ରହିଛି। ସେ ନିଜ ମାଲିକାନାରେ ଥିବା ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ, କୋଲକାତା ନାଇଟ୍‌ ରାଇଡର୍ସ, ମିଅର ଫାଉଣ୍ଡେସନ୍‌ ଏବଂ […]

shahrukh

Subrat Kumar Nayak
  • Published: Friday, 03 April 2020
  • , Updated: 03 April 2020, 12:17 AM IST

ମୁମ୍ବାଇ: ବିଭିନ୍ନ ଅଭିନେତା ଏବଂ ଅଭିନେତ୍ରୀ ବର୍ତ୍ତମାନ କରୋନା ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌ କେୟାର୍‌ସ ଫଣ୍ଡ’ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ କରୁଛନ୍ତି। କିନ୍ତୁ ବଲିଉଡ୍‌ର ବାଦଶାହ କୁହାଯାଉଥିବା କିଙ୍ଗ ଖାନ୍‌ ଶାହରୁଖ୍‌ ଖାନ୍‌ ଟିକେ ନିଆରା ପଦକ୍ଷେପ ନେଇଛନ୍ତି।

ଟ୍ୱିଟର ଯୋଗେ ଶାହରୁଖ୍‌ ଏପରି ଘୋଷଣା କରିଛନ୍ତି, ଯେଉଁଥିରେ ୭ ପ୍ରକାରର ସହାୟତା ରହିଛି। ସେ ନିଜ ମାଲିକାନାରେ ଥିବା ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ, କୋଲକାତା ନାଇଟ୍‌ ରାଇଡର୍ସ, ମିଅର ଫାଉଣ୍ଡେସନ୍‌ ଏବଂ ରେଡ୍‌ ଚିଲିଜ୍‌ ଭିଏଫ୍‌ଏକ୍ସ ଆଦି ଜରିଆରେ ସହାୟତା ଦେବେ। ତାଙ୍କ ପୂର୍ବରୁ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ପକ୍ଷରୁ କୁହାଯାଇଥିଲା ଯେ, ଆମ ସୁରକ୍ଷା ପାଇଁ କେତେ ଲୋକ କାମ କରୁଛନ୍ତି। ସେମାନଙ୍କ ସୁସ୍ୱାସ୍ଥ୍ୟ ପାଇଁ ଆମର ଛୋଟ ପ୍ରୟାସ। ଏଥିରେ ଦୁଇ ପୃଷ୍ଠାର ଏକ ବିବୃତ୍ତି ରହିଛି। ଯେଉଁଥିରେ ଘୋଷଣା ବାବଦରେ ଲେଖାଯାଇଛି।

https://twitter.com/iamsrk/status/1245718174726680579?s=20
ଏହାକୁ ରିଟ୍ୱିଟ୍‌ କରି ଶାହରୁଖ୍‌ ଲେଖିଥିଲେ, “ବର୍ତ୍ତମାନ ସମୟରେ ତୁମ ପାଇଁ ଅବିରତ କାମ କରୁଥିବା ଲୋକଙ୍କୁ ହୁଏତ ତୁମେ ଜାଣି ନଥିବ ବା ଦେଖିନଥିବ, ସେମାନଙ୍କ ପାଇଁ କିଛି କରିବାକୁ ହେବ। ଅନୁଭବ କରିବାକୁ ହେବ ଯେ ସେମାନେ ଏକା ନୁହନ୍ତି। ଭାରତ ଏବଂ ସବୁ ଭାରତୀୟ ଗୋଟିଏ ପରିବାର।”
https://twitter.com/RedChilliesEnt/status/1245714713041764352?s=20
ଏହି ଘୋଷଣା ଅନୁଯାୟୀ, ଶାହରୁଖ୍‌, ଗୌରୀ ଖାନ୍‌, ଜୁହି ଚାୱଲା ଏବଂ ଜୁହିଙ୍କସ୍ୱାମୀ ଜୟ ମେହଟାଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ‘ପିଏମ୍‌ କେୟାର୍‌ସ’ ଫାଉଣ୍ଡେସନ୍‌କୁ ଦାନ କରିବେ। ତେବେ କେତେ ଟଙ୍କା ଦେବେ ସେ ତାହାର ପ୍ରଚାର କରିବାକୁ ଚାହିଁନାହାନ୍ତି। ଅନ୍ୟପକ୍ଷରେ ଶାହରୁଖ୍‌ ଏବଂ ପତ୍ନୀ ଗୌରୀ ଖାନ୍‌ଙ୍କ ମାଲିକାନାରେ ଥିବା ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସହାୟତା ଦେବ।

କେକେଆର ଏବଂ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ କରୋନା ଲଢ଼େଇ ଲଢ଼ୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ହଜାର ପିପିଇ କିଟ୍‌ ବ୍ୟବସ୍ଥା କରାଇବେ। ସେମାନେ ସଚେତନତା ମଧ୍ୟ କରାଇବେ।

ମିଅର ଫାଉଣ୍ଡେସନ୍‌ ଏକ୍‌ ସାଥ୍‌-ଦି ଆର୍ଥ ଫାଉଣ୍ଡେସନ୍‌ ସହ ମିଶି ମୁମ୍ବାଇରେ ୫,୫୦୦ ପରିବାରକୁ ମାସେ ଯାଏ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରିବ। ଏଥିସହ ଏକ କିଚେନ୍‌ ପ୍ରସ୍ତୁତ କରାଯିବ ଯାହାକି ୨୦୦୦ ରନ୍ଧା ଖାଦ୍ୟ ବିଭିନ୍ନ ପରିବାର ଏବଂ ହସ୍ପିଟାଲରେ ପହଞ୍ଚାଇବ। ମିଅର ଫାଉଣ୍ଡେସନ୍‌, ମୁମ୍ବାଇ ପୁଲିସ୍‌ ସହ ସହବନ୍ଧିତ ଥିବା ରୋଟି ଫାଉଣ୍ଡେସନ୍‌ ସହ ମିଶି ନିରାଶ୍ରୟ ଲୋକଙ୍କ ଖାଦ୍ୟ ବ୍ୟବସ୍ଥା କରାଇବ। ଏଥିସହ ଏହି ମିଅର ଫାଉଣ୍ଡେସନ୍‌ ଦିଲ୍ଲୀରେ ଚିହ୍ନଟ ହୋଇଥିବା ୨୫୦୦ ଦିନ ମଜୁରିଆଙ୍କ ପରିବାରକୁ ରାସନ୍‌ ସାମଗ୍ରୀ ଓ ଅନ୍ୟ ସହାୟତା ଯୋଗାଇବ। ସବୁଠାରୁ ବଡ଼ କଥା ହେଉଛି ମିଅର ଫାଉଣ୍ତେସନ୍‌ ୧୦୦ ଜଣ ଏସିଡ୍‌ ପୀଡ଼ିତାଙ୍କୁ ମାସିକ ଷ୍ଟାଇପେଣ୍ଡ ଯୋଗାଇବ ଯେଉଁଥିରେ ସେମାନେ ନିଜ ଦାୟିତ୍ୱ ନେଇପାରିବେ। ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରାଖଣ୍ଡରେ ସେମାନଙ୍କୁ ଚିହ୍ନଟ କରାଯାଇଛି।

Related story