Advertisment

ବିବାଦରେ ଶାହାରୁଖଙ୍କ ‘ପଠାନ’, ଶୁଟିଂ ସେଟରେ ମାରପିଟ୍

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଛି। ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମର ରିଲିଜକୁ ନେଇ ଅପେକ୍ଷା କରି ବସିଛନ୍ତି। ତେବେ ବଲିଉଡ ବାଦଶାହଙ୍କ ଏହି ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଫିଲ୍ମର ଶୁଟିଂ ସେଟରେ ହୋଇଛି ଝଗଡା । ଏପରିକି ମାରପିଟ ଯାଏଁ ମଧ୍ୟ କଥା ଯାଇଥିବା ଶୁଣିବାକୁ ମିଳିଛି। ଫଳରେ ଫିଲ୍ମ ଶୁଟିଂ ଅଟକି ଯାଇଛି। କିଛି ଦିନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିମାନ ବନ୍ଦରରେ ଶାହରୁଖ ଖାନ୍ ଅଟକ

Sharukhkhan

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଛି। ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମର ରିଲିଜକୁ ନେଇ ଅପେକ୍ଷା କରି ବସିଛନ୍ତି। ତେବେ ବଲିଉଡ ବାଦଶାହଙ୍କ ଏହି ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଫିଲ୍ମର ଶୁଟିଂ ସେଟରେ ହୋଇଛି ଝଗଡା । ଏପରିକି ମାରପିଟ ଯାଏଁ ମଧ୍ୟ କଥା ଯାଇଥିବା ଶୁଣିବାକୁ ମିଳିଛି। ଫଳରେ ଫିଲ୍ମ ଶୁଟିଂ ଅଟକି ଯାଇଛି।

Advertisment

କିଛି ଦିନ ପୂର୍ବେ ଫିଲ୍ମ ‘ପଠାନ’ର ଶୁଟିଂ ସେଟରେ ନିର୍ଦ୍ଦେଶକ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା, ଯାହା ଶାହାରୁଖଙ୍କ କ୍ୟାରିଅରର ପ୍ରଥମ ଘଟଣା। ଏହି ଝଗଡା ଯୋଗୁଁ ଶାହାରୁଖଙ୍କ ଏହି ଫିଲ୍ମର ଶୁଟିଂକୁ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି। ସେପଟେ ପ୍ରଡକ୍ସନ ହାଉସ ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟରକୁ ଚାକିରିରୁ ବିଦା କରିଦେଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର, ନିର୍ଦ୍ଦେଶକ ଆନନ୍ଦ ଏଲ୍ ରଏଙ୍କ କଥା ଶୁଣୁ ନଥିଲା। ଶୁଟିଂ ସେଟରେ ଫୋନ ବ୍ୟବହାର କରିବା ବାରଣ ଥିବା ସତ୍ତ୍ୱେ ସେ ଫୋନରେ କଥା ହେଉଥିଲା। ଏହାକୁ ବାରଣ କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ମାରପିଟ ଯାଏଁ କଥା ଯାଇଥିଲା। ଏପରିକି ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର।

Advertisment

ଏହି ଘଟଣାକୁ ନେଇ ଶାହାରୁଖ ବିରକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏଭଳି ପରିସ୍ଥିତିରେ କୌଣସି ଅଭିନେତ୍ରୀ କିଭଳି କାମ କରିପାରିବେ। ଯେଉଁ ଶୁଟିଂ ସେଟରେ ଏଭଳି ଝଗଡା ହେବ ସେଠି କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ସେପଟେ ଆଦିତ୍ୟ ଚୋପ୍ରା ଏହି ପୁରା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନର ବିରତି ପରେ ଫିଲ୍ମ ‘ପଠାନ’ ଜରିଆରେ ପୁଣି ଥରେ ଶାହାରୁଖ ଖାନ ବଡ ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି। ଏହି ବିଗ୍ ବଜେଟ ଫିଲ୍ମରେ ତାଙ୍କ ଅପୋଜିଟରେ ଦୀପିକା ପାଦୁକୋନା ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଜନ ଅବ୍ରାହମ ମଧ୍ୟ ନଜର ଆସିବେ ।

ଅଧିକ ପଢ଼ନ୍ତୁ : ‘ତାଣ୍ଡବ’ ପରେ ଏବେ ‘ମିର୍ଜାପୁର’ ପାଳି 

Bollywood News Bollywood