ଆବୁ ଧାବିରେ ଆକ୍ସନ କରିବେ ଶାହାରୁଖ

ମୁମ୍ବାଇ: ପୁଣି ଆକ୍ସନ ମୁଡରେ ନଜର ଆସିବେ ବଲିଉଡର କିଙ୍ଗ ଖାନ ଶାହାରୁଖ । ବାଦଶାହାଙ୍କ ଦେଖିବାକୁ ମିଳିବ ଜୋରଦାର ଫାଇଟ୍। ଦୁବାଇର ଆବୁ ଧାବିରେ ଆକ୍ସନ ସାଙ୍ଗକୁ ଜୋରଦାର ଷ୍ଟଣ୍ଟ ମଧ୍ୟ କରିବେ ଶାହାରୁଖ । ଦୀର୍ଘ ଦିନର ବିରତି ପରେ ଫିଲ୍ମ ‘ପଠାନ’ରେ ନଜର ଆସିବେ ବଲିଉଡର ଡନ୍ ଶାହାରୁଖ ଖାନ । ଗତ କିଛି ଦିନ ହେବ ମୁମ୍ବାଇରେ ଏହି ଫିଲ୍ମର ଶୁଟିଂ ଚାଲିଛି । ଏବେ ଆବୁ ଧାବିରେ ଏହି ଫିଲ୍ମର […]

shah-rukh-khan

shah-rukh-khan

Madhupriya Mistry
  • Published: Saturday, 05 December 2020
  • Updated: 05 December 2020, 11:08 AM IST

Sports

Latest News

ମୁମ୍ବାଇ: ପୁଣି ଆକ୍ସନ ମୁଡରେ ନଜର ଆସିବେ ବଲିଉଡର କିଙ୍ଗ ଖାନ ଶାହାରୁଖ । ବାଦଶାହାଙ୍କ ଦେଖିବାକୁ ମିଳିବ ଜୋରଦାର ଫାଇଟ୍। ଦୁବାଇର ଆବୁ ଧାବିରେ ଆକ୍ସନ ସାଙ୍ଗକୁ ଜୋରଦାର ଷ୍ଟଣ୍ଟ ମଧ୍ୟ କରିବେ ଶାହାରୁଖ ।

ଦୀର୍ଘ ଦିନର ବିରତି ପରେ ଫିଲ୍ମ ‘ପଠାନ’ରେ ନଜର ଆସିବେ ବଲିଉଡର ଡନ୍ ଶାହାରୁଖ ଖାନ । ଗତ କିଛି ଦିନ ହେବ ମୁମ୍ବାଇରେ ଏହି ଫିଲ୍ମର ଶୁଟିଂ ଚାଲିଛି । ଏବେ ଆବୁ ଧାବିରେ ଏହି ଫିଲ୍ମର ଶୁଟିଂ ହେବ । ଏଥିପାଇଁ ଖୁବଶୀଘ୍ର ଦୁବାଇ ଗସ୍ତରେ ଯିବେ କିଙ୍ଗ ଖାନ । ତାଙ୍କ ସହ ଜନ ଅବ୍ରାହମ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଦୁବାଇ ଯାଇ ଶୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଛି।

ରିପୋର୍ଟ ମୁତାବକ, ଫିଲ୍ମର ନିର୍ଦ୍ଦେଶକ ମରୁଭୂମିରେ କିଛି ବଡ ଆକ୍ସନ ସିନ୍ ଶୁଟ କରିବା ପାଇଁ ପ୍ଲାନ କରିଛନ୍ତି । ଶାହାରୁଖଙ୍କ ସହ ହେବାକୁ ଥିବା ଏହି ଆକ୍ସନ ସିନକୁ ନେଇ ଅଧିକ ପରିଶ୍ରମ ମଧ୍ୟ କରୁଛନ୍ତି ଫିଲ୍ମର ପୁରା କ୍ରୁ ମେମ୍ବର । କେବଳ ସେତିକି ନୁହେଁ ବିଗ୍ ବଜେଟରେ ତିଆରି ଏହି ଫିଲ୍ମକୁ ବିଭିନ୍ନ ଲୋକେସନରେ ମଧ୍ୟ ଶୁଟ୍ କରିବାକୁ ଯୋଜନା ରହିଛି । ଆସନ୍ତା ଜୁଲାଇ ମାସ ଭିତରେ ଫିଲ୍ମ ପଠାନର ଶୁଟିଂ ଶେଷ ହେବ ।

ଶାହାରୁଖଙ୍କ ଏହି ଫିଲ୍ମକୁ ନେଇ ତାଙ୍କ ପ୍ରଶଂସକମାନ ବେଶ୍ ଉତ୍ସାହିତ ଅଛନ୍ତି । ଦୁଇ ବର୍ଷ ପରେ ଏହି ଫିଲ୍ମ ଜରିଆରେ ସେ ବଡ ପରଦାକୁ ପୁଣି ଥରେ କମବ୍ୟାକ୍ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଜନ ଅବ୍ରାହମ, ଦୀପିକା ପାଦୁକୋନ ଏବଂ କ୍ୟାଟ୍ରିନା କୈଫ ନଜର ଆସିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos