Advertisment

ସାମ୍ୱାଦିକ ଭୂମିକାରେ ଆସିବେ ଶାହରୁଖ୍‌

ମୁମ୍ୱାଇ : ବଲିଉଡ୍‌ର ବାଦ୍‌ଶା’ ଶାହରୁଖ୍‌ ଖାନ୍‌ଙ୍କୁ ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍‌ ଅଭିନୟ କରିଥିଲେ। ଏହାପରେ ଅନୁଷ୍କାଙ୍କୁ ୱେବ ସିରିଜ୍‌ ‘ପାତାଲ୍‌ ଲୋକ୍‌’ରେ ଦେଖିବାକୁ ମିଳିଥିଲା କିନ୍ତୁ ଏହାପରଠାରୁ ଶାହରୁଖ୍‌ଙ୍କୁ ରୁପେଲି ପରଦାରେ ପୁଣିଥରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରିରହିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଶାହରୁଖ୍‌ ଅଭିନେତା […]

ସାମ୍ୱାଦିକ ଭୂମିକାରେ ଆସିବେ ଶାହରୁଖ୍‌

s22

Advertisment

ମୁମ୍ୱାଇ : ବଲିଉଡ୍‌ର ବାଦ୍‌ଶା’ ଶାହରୁଖ୍‌ ଖାନ୍‌ଙ୍କୁ ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍‌ ଅଭିନୟ କରିଥିଲେ।

Advertisment

ଏହାପରେ ଅନୁଷ୍କାଙ୍କୁ ୱେବ ସିରିଜ୍‌ ‘ପାତାଲ୍‌ ଲୋକ୍‌’ରେ ଦେଖିବାକୁ ମିଳିଥିଲା କିନ୍ତୁ ଏହାପରଠାରୁ ଶାହରୁଖ୍‌ଙ୍କୁ ରୁପେଲି ପରଦାରେ ପୁଣିଥରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରିରହିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଶାହରୁଖ୍‌ ଅଭିନେତା ଆର୍‌ ମାଧବନ୍‌ଙ୍କ ନିର୍ମିତ ଫିଲ୍ମ ‘ରକେଟ୍ରି : ଦ ନମ୍ୱି ଇଫେକ୍ଟ’ରେ ଅଭିନୟ କରିବାକୁ ଯାଉଛନ୍ତି। ଏଥିରେ ଶାହରୁଖ୍‌ଙ୍କୁ ଦର୍ଶକେ ଜଣେ ସାମ୍ୱାଦିକ ଭୂମିକାରେ ଦେଖିବାକୁ ପାଇବେ। ଏହି ପିଲ୍ମଟି ଜଣାଶୁଣା ବୈଜ୍ଞାନିକ ନମ୍ୱି ନାରାୟଣଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ସାମ୍ୱାଦିକ ଭାବରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଶାହରୁଖ୍‌ ବୈଜ୍ଞାନିକ ନମ୍ୱି ନାରାୟଣଙ୍କ କାହାଣୀକୁ ଲୋକଲୋଚନରେ ପହଞ୍ଚାଇବାର କାର୍ଯ୍ୟ କରିବେ।

Advertisment

publive-image

ଏହି ଫିଲ୍ମରେ ଅଭିନୟ କରିବାକୁ ନେଇ ଶାହରୁଖ୍‌ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ଫ୍ୟାନ୍ସ ଶାହରୁଖ୍‌ଙ୍କୁ ପୁଣିଥରେ ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।
ଆଗକୁ ଶାହରୁଖଙ୍କୁ ଅୟାନ୍‌ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ବୈଜ୍ଞାନିକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ସହିତ ଆଲିଆ ଭଟ୍ଟ, ରଣବୀର୍ କପୁର୍‌, ଅମିତାଭ ବଚ୍ଚନ ଓ ମୌନି ରୟ ରହିଛନ୍ତି।

ଏବେ କେବଳ ଦେଖିବାକୁ ବାକି ରହିଲା, ଶାହରୁଖ୍‌ଙ୍କ ଏହି ନୂଆ ଚରିତ୍ର ଦର୍ଶକଙ୍କ ମନ ଜିତିପାରୁଛି ନା ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe