Advertisment

ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି ପଠାନ୍‌, ସପ୍ତାହରେ ୬୦୦ କୋଟି ପାର୍‌

‘ପଠାନ୍‌’ ମାତ୍ର ସପ୍ତାହେ ମଧ୍ୟରେ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୬୪୦ କୋଟି ଟଙ୍କା ଆୟ କରିଛି।

Pathaan

Pathaan

Advertisment

ଆରମ୍ଭରୁ ବିବାଦୀୟ ଥିବା ଶାହରୁଖ ଖାନ, ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଥିବା ବେ‌ଳେ ଆଗକୁ ବି ବଡ଼ ରେକର୍ଡ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। କାରଣ ସପ୍ତାହେ ମଧ୍ୟରେ ସିନେମା ପାଖାପାଖି ୬୦୦କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ସାରା ବିଶ୍ୱ ରେ ଏହି ଚଳଚ୍ଚିତ୍ର ଜବରଦସ୍ତ ଆୟ କରୁଛି। ଫଳରେ ଫିଲ୍ମର କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ମଧ୍ୟ ଖୁସିରେ ନାଚୁଛନ୍ତି।

Advertisment

ଟ୍ରେଡ୍‌ ଆନାଲିଷ୍ଟ ରମେଶ ବାଲାଙ୍କ ମୁତାବକ, ଶାହରୁଖ ଖାନ୍‌, ଦୀପିକା ପାଦୁକୋନ ଓ ଜନ୍‌ ଆବ୍ରାହମ୍‌ ଅଭିନୀତ ‘ପଠାନ୍‌’ ମାତ୍ର ସପ୍ତାହେ ମଧ୍ୟରେ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୬୪୦ କୋଟି ଟଙ୍କା ଆୟ କରିଛି। ଏହି ଖବର ଶୁଣି ପ୍ରଶଂସକମାନେ ଖୁବ୍‌ ଖୁସି ହେବା ସହ ଶାହରୁଖଙ୍କର ଭୁରିଭୁରି ପ୍ରଶଂସା କରିଛନ୍ତି। ସିନେମା ଦେଖି ଫେରୁଥିବା ଦର୍ଶକ ଶାହରୁଖଙ୍କ ଆକସନ ସହିତ ଦୀପିକାଙ୍କ ସହିତ ତାଙ୍କ ‌ଯୋଡ଼ିକୁ ଖୁବ ପସନ୍ଦ କରୁଥିବା ବଳେ ଜନ ଅବ୍ରାହମଙ୍କୁ ନେଇ ବି ଖୁବ ଚର୍ଚ୍ଚା କରୁଛନ୍ତି। କାରଣ ‘ପଠାନ’ ସଫଳତା ଜନଙ୍କ କ୍ୟାରିୟର ପାଇଁ ଜରୁରୀ ଥିଲା। ଏପୂର୍ବରୁ ଜନଙ୍କ ବିଶେଷ କିଛି ଦମଦାର ସିନେମା ବକ୍ସ ଅଫିସକୁ ଆସିନାହିଁ। ତେଣୁ ‘ପଠାନ’ ସିନେମା ପରେ ଜନଙ୍କ କ୍ୟାରିୟର ଏକ ନୂଆ ଦୌଡ଼ରେ ସାମିଲ ହୋଇପାରେ ବୋଲି କୁହାଯାଉଛି।

କାରଣ ଜନଙ୍କ କ୍ରମାଗତ ଚାରିଟି ସିନେମା ପ୍ରେକ୍ଷାଳୟରେ ଚିତପଟାଙ୍ଗ ମାରିଥିଲା। ସେଗୁଡ଼ିକ ମଧ୍ୟ‌ରେ ‘ପାଗଲପନ୍ଥୀ’,‘ମୁମ୍ବାଇ ସାଗା’ ‘ସତ୍ୟମେବ ଜୟତେ’ ଓ ‘ଆର୍ଟାକ ପାର୍ଟ ୧’ ରହିଛି। ୨୦୧୯ରେ ରିଲିଜ ହୋଇଥିବା ‘ବାଟଲା ହାଉସ’ ଜନଙ୍କ ଶେଷ ହିଟ ସିନେମା ଥିଲା।

Advertisment

ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଦର୍ଶକଙ୍କ ଭଲପାଇବାକୁ ଦେଖି ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe