Advertisment

ଧର୍ମକୁ ନେଇ ଏମିତି କହିଲେ ଶାହାରୁଖ: ଭାଇରାଲ୍‌ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍‌ ଅର୍ଥାତ୍‌ ଶାହାରୁଖ ଖାନ୍‌ଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ସେ ଧର୍ମ ଓ ହିନ୍ଦୁସ୍ତାନ ସମ୍ପର୍କରେ କିଛି କଥା କହିଛନ୍ତି। ଆଉ ଶାହାରୁଖଙ୍କ ଏହି ଭିଡିଓ ଯିଏ ଦେଖୁଛି ସେ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି। https://www.instagram.com/p/B7xurS_FU4g/?utm_source=ig_web_copy_link ବଲିଉଡ୍‌ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏହି ଭିଡିଓଟିକୁ ନିଜ ଟ୍ୱିଟର୍‌ ପେଜ୍‌ରେ ଶେଆର କରିଛନ୍ତି। ଏଥିରେ ଶାହାରୁଖ କହିଛନ୍ତି, “ଆମେ କେବେ ବି ହିଦୁ-ମୁସଲ୍‌ମାନ୍‌ର […]

ଅଦ୍ୟତନ ହୋଇଛି
ଧର୍ମକୁ ନେଇ ଏମିତି କହିଲେ ଶାହାରୁଖ: ଭାଇରାଲ୍‌ ହେଉଛି ଭିଡିଓ

srk

Advertisment

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍‌ ଅର୍ଥାତ୍‌ ଶାହାରୁଖ ଖାନ୍‌ଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ସେ ଧର୍ମ ଓ ହିନ୍ଦୁସ୍ତାନ ସମ୍ପର୍କରେ କିଛି କଥା କହିଛନ୍ତି। ଆଉ ଶାହାରୁଖଙ୍କ ଏହି ଭିଡିଓ ଯିଏ ଦେଖୁଛି ସେ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି।

Advertisment

https://www.instagram.com/p/B7xurS_FU4g/?utm_source=ig_web_copy_link

ବଲିଉଡ୍‌ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏହି ଭିଡିଓଟିକୁ ନିଜ ଟ୍ୱିଟର୍‌ ପେଜ୍‌ରେ ଶେଆର କରିଛନ୍ତି। ଏଥିରେ ଶାହାରୁଖ କହିଛନ୍ତି, “ଆମେ କେବେ ବି ହିଦୁ-ମୁସଲ୍‌ମାନ୍‌ର କଥା ହୋଇନୁ। ମୋ ସ୍ତ୍ରୀ ହିନ୍ଦୁ ଓ ମୁଁ ହେଲି ମୁସଲ୍‌ମାନ୍‌। ଆଉ ଆମ ପିଲାମାନେ ହେଉଛନ୍ତି ହିଦୁସ୍ତାନ୍।”

ଶାହାରୁଖ ନିଜ ପିଲାମାନଙ୍କ ବିଷୟରେ ଆହୁରି କହିଛନ୍ତି, “ଅନେକଥର ଏପରି ହୋଇଛି ଯେତେବେଳେ ପିଲାମାନେ ସ୍କୁଲ ଗଲେ ସେମାନଙ୍କ ଫର୍ମରେ ଧର୍ମ ଲେଖିବାକୁ ହୁଏ। ମୋ ଝିଅ ଯେତେବେଳେ ଛୋଟ ଥିଲା ସେ ବହୁତ ଥର ମୋତେ ପଚାରିଥିଲା ଯେ ଆମେ କେଉଁ ଧର୍ମର? ଆଉ ମୁଁ ସବୁବେଳେ କହେ ଯେ ଆମେ ଭାରତୀୟ। ଆମର କୌଣସି ଧର୍ମ ନାହିଁ କି ରହିବା ବି ଉଚିତ୍ ନୁହେଁ।”

Advertisment

https://twitter.com/anubhavsinha/status/1221429970158772225?s=20

ଶାହାରୁଖଙ୍କ ଏହି ଭିଡିଓଟି ହେଉଛି ରିଆଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌’ର। ନିକଟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ଏହି ଶୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ ଓ ନିଜ ଜୀବନ ସହ ଜଡ଼ିତ ଅନେକ କଥା ଶେଆର କରିଥିଲେ। ହେଲେ ଏହି ହିନ୍ଦୁ-ମୁସଲମାନ୍‌ କଥାଟି ଲୋକଙ୍କ ମନକୁ ଛୁଇଁଛି। ସୋଶାଲ୍‌ ମିଡିଆରେ ସମସ୍ତେ ଶାହାରୁଖଙ୍କ ଭଳି ଚିନ୍ତାଧାରା ରଖିବାକୁ  ଆହ୍ୱାନ ଦେଇଛନ୍ତି।publive-imageସୂଚନାଯୋଗ୍ୟ, ଶାହାରୁଖ ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ‘ଜିରୋ’ରେ ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଗକୁ ସେ ୟଶ୍‌ରାଜ୍‌ ବ୍ୟାନ୍‌ରରେ ତିଆରି ହେଉଥିବା ଏକ ଆକ୍ସନ ଥ୍ରୀଲର୍‌ରେ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe