/odisha-reporter/media/post_attachments/uploads/2021/01/shahrukh-khan.jpg)
shahrukh-khan
ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖ ଦୀର୍ଘ ଦିନ ହେବ ବଡ ପରଦାଠାରୁ ଦୂରେଇ ଅଛନ୍ତି । ୨୦୧୮ରେ ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ଫ୍ଲପ୍ ହେବା ପରେ ସେ ଅଭିନୟଠାରୁ ବ୍ରେକ ନେଇଥିଲେ । ଶାହାରୁଖ କେବେ ବଡ ପରଦାକୁ କମବ୍ୟାକ୍ କରିବେ ସେ ନେଇ ତାଙ୍କ ପ୍ରଶଂସକମାନେ ଚାହିଁ ରହିଥିଲେ । ନିକଟରେ ଶାହାରୁଖ ତାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ଦେଇଛନ୍ତି।
ବଲିଉଡର ବାଦଶାହା ଶାହାରୁଖ ଖାନ ଏକ ମଜାଦାର ଭିଡିଓ ଶେଆର କରିଛନ୍ତି । ଶାହାରୁଖ ଶେଆର କରିଥିବା ଏହି ଭିଡିଓରେ ସେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସେ ନିଜ କେଶ ସଜାଡୁଥିବା ସହ ମଶା ଘଉ ଡାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସେ ଫ୍ୟାନ୍ସଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି, ଯାହାକି ତାଙ୍କ ପ୍ରଶଂସକଙ୍କୁ ବେଶ୍ ଉତ୍ସାହିତ କରିଛି । ୨୦୨୧ ମସିହାରେ ସେ ବଡ ପରଦାକୁ ପୁଣିଥରେ କମବ୍ୟାକ କରିବେ ବୋଲି କହିଛନ୍ତି।
ଭିଡିଓ ଆରମ୍ଭରୁ ଶାହାରୁଖ ୨୦୨୦ ମସିହା କିପରି ସମସ୍ତଙ୍କ ପାଇଁ ଖରାପ ଗଲା ସେ ବିଷୟରେ କହିଛନ୍ତି। ୨୦୨୧ରେ ତାହା ପୁନରାବୃତ୍ତି ନ ହେଉ, ଏହି ବର୍ଷ ସମସ୍ତଙ୍କ ପାଇଁ ଭଲ ଫଳ ଦେଉ ବୋଲି ଆଶା ରଖି ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛନ୍ତି। ଶାହାରୁଖଙ୍କର ଏହି ୨ ମିନିଟ୍ର ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଖୁବଶୀଘ୍ର ଶାହାରୁଖ ଖାନ ତାଙ୍କ ଅପକମିଂ ଫିଲ୍ମ ’ପଠାନ’ରେ ନଜର ଆସିବେ । ଏଥିରେ ଶାହାରୁଖ ଲିଡ୍ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟରେ ଦୀପିକା ପାଦୁକୋନ ଅଛନ୍ତି । ଦୀପିକା ଏହି ଫିଲ୍ମର ପ୍ରଥମ ପର୍ଯ୍ୟୟ ଶୁଟିଂ ସାରି ଦେଇଥିବା ଶୁଣିବାକୁ ମିଳିଛି । ଏହା ବ୍ୟତୀତ ଅନ୍ୟ ପ୍ରମୁଖ ଭୂମିକରେ ସଲମାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
