ଧୁମ୍‌-୪ରେ ଖଳନାୟକ ଭୂମିକାରେ ଅଭିନୟ କରିବେ ଶାହାରୁଖ୍‌!

ମୁମ୍ବାଇ: ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍‌ବାଷ୍ଟର୍‌ ହିଟ୍‌ ସିରିଜ୍‌ ‘ଧୁମ୍‌’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଦେଖାଯାଇ ପାରନ୍ତି। ସୋଶାଲ୍‌ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍‌ ଧୁମ୍‌-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍‌ ଧରିଥିଲା। ପୂର୍ବରୁ ରିଲିଜ୍‌ ହୋଇଥିବା ଶାହରୁଖ୍‌ଙ୍କ ଫିଲ୍ମ ‘ଜିରୋ’ ବକ୍ସ ଅଫିସ୍‌ରେ ଏତେ ଧମାଲ୍‌ କରିପାରି ନଥିଲା। ଏବେ ଶାହରୁଖ୍‌ଙ୍କ ପାଖରେ କୌଣସି ପ୍ରୋଜେକ୍ଟ ନାହିଁ। ରାକେଶ୍‌ ଶର୍ମାଙ୍କ ଫିଲ୍ମ ‘ସାରେ […]

21

21

Rosalin Rath
  • Published: Tuesday, 11 June 2019
  • Updated: 11 June 2019, 10:52 AM IST

Sports

Latest News

ମୁମ୍ବାଇ: ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍‌ବାଷ୍ଟର୍‌ ହିଟ୍‌ ସିରିଜ୍‌ ‘ଧୁମ୍‌’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଦେଖାଯାଇ ପାରନ୍ତି। ସୋଶାଲ୍‌ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍‌ ଧୁମ୍‌-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍‌ ଧରିଥିଲା।

ପୂର୍ବରୁ ରିଲିଜ୍‌ ହୋଇଥିବା ଶାହରୁଖ୍‌ଙ୍କ ଫିଲ୍ମ ‘ଜିରୋ’ ବକ୍ସ ଅଫିସ୍‌ରେ ଏତେ ଧମାଲ୍‌ କରିପାରି ନଥିଲା। ଏବେ ଶାହରୁଖ୍‌ଙ୍କ ପାଖରେ କୌଣସି ପ୍ରୋଜେକ୍ଟ ନାହିଁ। ରାକେଶ୍‌ ଶର୍ମାଙ୍କ ଫିଲ୍ମ ‘ସାରେ ଜାହାସେ ଆଚ୍ଛା’କୁ ବି ଶାହରୁଖ୍‌ ମନା କରିଦେଇଛନ୍ତି।

https://www.instagram.com/p/BwqeQ6zA9Wt/?utm_source=ig_web_copy_link

ୟଶ ରାଜ୍‌ଙ୍କ ଫିଲ୍ମ ‘ଧୁମ୍‌’ର ସବୁ ସିରିଜ୍‌ରେ ଏବେ ଯାଏ ଲୋକପ୍ରିୟ ଅଭିନେତାଙ୍କୁ ନିଆଯାଇଛି। ସେଥିପାଇଁ ଏହି ସିରିଜ୍‌ରେ ଶାହରୁଖ୍‌ ଖଳନାୟକ ଭୂମିକାରେ ଦେଖାଯିବେ ବୋଲି ଚର୍ଚ୍ଚା ହେଉଛି। ଆଉ ଏକ ବିଷୟ ହେଉଛି ଯେ, ‘ଜିରୋ’ ପ୍ଲପ୍‌ ହେଲା ପରେ ଶାହରୁଖ୍‌ ଏଥିପାଇଁ ଖଳନାୟକ ଭୂମିକାକୁ ବିକଳ୍ପ ଭାବେ ନେଇ ପାରନ୍ତି।

https://www.instagram.com/p/BwwN2AWA5Hu/?utm_source=ig_web_copy_link

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଧୁମ୍‌ ସିରିଜ୍‌ରେ ଜନ୍‌ ଆବ୍ରାହମ୍‌, ହ୍ରିତ୍ୱିକ୍‌ ରୋଶନ୍‌ ଏବଂ ଅମିର୍‌ ଖାନ୍‌ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏବେ କେଉଁ ସୁପର୍‌ହିଟ୍‌ ହିରୋ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି, ତାହା କେବଳ ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos