Advertisment

“ଏହା ଦୀପାବଳି, ହନିମୁନ୍‌ ନୁହେଁ”

ମୁମ୍ବାଇ:  ସରିଯାଇଛି ଆଲୋକର ପର୍ବ ଦୀପାବଳି।  କିନ୍ତୁ ଦୀପାବଳିକୁ ନେଇ ଟ୍ରଲ ହେବା ଏବେ ବି ସରିନି। ଆଜ୍ଞା ହଁ ଆମେ କହୁଛୁ ସାହିଦ୍‌ କପୁର ଓ ତାଙ୍କ ପତ୍ନୀ ମୀରା ରାଜ୍‌ପୁତଙ୍କ କଥା।  ଦୁହେଁ ଦୀପାବଳିରେ ଏକ ଫଟୋ ଶେୟାର କରି ନିଜ ଫ୍ୟାନ୍‌ମାଙ୍କୁ ଶୁଭକାମନା ଜଣାଇଛନ୍ତି ସତ ହେଲେ ଏମିତି ଏକ ଫଟୋ ପୋଷ୍ଟ୍‌ କରିଛନ୍ତି ଯେଉଁଥିପାଇଁ ଏବେ ଟ୍ରଲ ହେଉଛନ୍ତି। ମୀରା ରାଜ୍‌ପୁତ୍‌ ଦୀପାବଳି ଅବସରରେ ସାହିଦ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ସାହିଦ୍‌ଙ୍କ […]

author-image
Mihir Pattnayak
ଅଦ୍ୟତନ ହୋଇଛି
“ଏହା ଦୀପାବଳି, ହନିମୁନ୍‌ ନୁହେଁ”

chu

ମୁମ୍ବାଇ:  ସରିଯାଇଛି ଆଲୋକର ପର୍ବ ଦୀପାବଳି।  କିନ୍ତୁ ଦୀପାବଳିକୁ ନେଇ ଟ୍ରଲ ହେବା ଏବେ ବି ସରିନି। ଆଜ୍ଞା ହଁ ଆମେ କହୁଛୁ ସାହିଦ୍‌ କପୁର ଓ ତାଙ୍କ ପତ୍ନୀ ମୀରା ରାଜ୍‌ପୁତଙ୍କ କଥା।  ଦୁହେଁ ଦୀପାବଳିରେ ଏକ ଫଟୋ ଶେୟାର କରି ନିଜ ଫ୍ୟାନ୍‌ମାଙ୍କୁ ଶୁଭକାମନା ଜଣାଇଛନ୍ତି ସତ ହେଲେ ଏମିତି ଏକ ଫଟୋ ପୋଷ୍ଟ୍‌ କରିଛନ୍ତି ଯେଉଁଥିପାଇଁ ଏବେ ଟ୍ରଲ ହେଉଛନ୍ତି।

Advertisment

ମୀରା ରାଜ୍‌ପୁତ୍‌ ଦୀପାବଳି ଅବସରରେ ସାହିଦ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ସାହିଦ୍‌ଙ୍କ ସହ ଲିପ୍‌ କିସ୍‌ କରୁଥିବାର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

ଯାହାକି ତାଙ୍କ ଫ୍ୟାନ୍‌ମାନଙ୍କୁ ପସନ୍ଦ ଆସୁନି। ତେଣୁ ଫ୍ୟାନ୍‌ମାନେ ସେମାନଙ୍କୁ ସମାଲୋଚନା କରିଛନ୍ତି।

Advertisment

ଦୀପାବଳିରେ ଏଇ ଫଟୋ ପୋଷ୍ଟ୍‌ କରିବାକୁ ଫ୍ୟାନ୍‌ମାନେ ଅନୁଚିତ୍‌ କହି ଭିନ୍ନ ଭିନ୍ନ କମେଣ୍ଟ୍‌ ଦେଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି “ଏହା ଦୀପାବଳି, ହନିମୁନ୍‌ ନୁହେଁ”।  ଆଉ ଜଣେ ୟୁଜର ଲେଖିଛନ୍ତି “ଥାର୍ଡ୍‌ କ୍ଲାସ୍‌ ଦୀପାବଳି, ଲଜ୍ଜା ରଖ”।

ପୁଣି ଆଉ ଜଣେ ଫ୍ୟାନ୍‌ ଏହାକୁ ବ୍ୟକ୍ତିଗତ ବୋଲି କହି ଖୁବ୍‌ ନିନ୍ଦା କରିଛନ୍ତି। ଲେଖିଛନ୍ତି, “କାହିଁକି ଦୁନିଆକୁ ନିଜ ପ୍ରେମ ଦେଖାଉଛ। ନିଜ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତଗତ ରଖ”। ଏମିତି କି ନିଜ କମେଣ୍ଟରେ ଜଣେ ଫ୍ୟାନ୍‌ ଦୀପାବଳି ଓ ଭ୍ୟାଲେନ୍‌ଟାନ୍ସ ଡେ’ର ଫରକ ମଧ୍ୟ ଏହି ସେଲିବ୍ରିଟି ଦମ୍ପତିଙ୍କୁ ବୁଝାଇ ଦେଇଛନ୍ତି।

View this post on Instagram

Only love ?Happy Diwali!

A post shared by Mira Rajput Kapoor (@mira.kapoor) on