Advertisment

ନୂଆ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ଶାହିଦ୍

ମୁମ୍ବାଇ: ବ୍ଲକ୍‌ବଷ୍ଟର ଫିଲ୍ମ ‘କବୀର ସିଂହ’ ପରେ ଅଭିନେତା ଶାହିଦ୍‌ କପୁର ଏବେ ନିଜ ଅପ୍‌କମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ ‘ଜର୍ସି’ର ରିମେକ୍‌। ଏଥିରେ ସେ ଜଣେ କ୍ରିକେଟର୍‌ ଭୂମିକାରେ ଅଭିନୟ କରିବେ। ସେଥିପାଇଁ ସେ କ୍ରିକେଟ୍ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତରଣ ତାଙ୍କ ଟ୍ୱିଟର୍ ପେଜ୍‌ରେ […]

ଅଦ୍ୟତନ ହୋଇଛି
ନୂଆ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ଶାହିଦ୍

shahid-kapoor

Advertisment

ମୁମ୍ବାଇ: ବ୍ଲକ୍‌ବଷ୍ଟର ଫିଲ୍ମ ‘କବୀର ସିଂହ’ ପରେ ଅଭିନେତା ଶାହିଦ୍‌ କପୁର ଏବେ ନିଜ ଅପ୍‌କମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ ‘ଜର୍ସି’ର ରିମେକ୍‌। ଏଥିରେ ସେ ଜଣେ କ୍ରିକେଟର୍‌ ଭୂମିକାରେ ଅଭିନୟ କରିବେ। ସେଥିପାଇଁ ସେ କ୍ରିକେଟ୍ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

Advertisment

ତରଣ ତାଙ୍କ ଟ୍ୱିଟର୍ ପେଜ୍‌ରେ ଶାହିଦ୍‌ଙ୍କ ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ସେ ଏକ ବ୍ୟାଟ୍ ଧରିଛନ୍ତି। ଏହା ସହିତ ତରଣ ଲେଖିଛନ୍ତି, ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍‌ରେ ଜଣେ କ୍ରିକେଟର ଚରିତ୍ରରେ ଅଭିନୟ କରିବା ପାଇଁ ଶାହିଦ କପୁର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗୌତମ ଟିନ୍ନାନୁରି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସେ ଏହାର ତେଲୁଗୁ ଭର୍ସନର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ୍ ହେବ।

https://twitter.com/taran_adarsh/status/1190121488671633409

ଗତ ଏପ୍ରିଲ୍‌ ମାସରେ ‘ଜର୍ସି’ର ତେଲୁଗୁ ଭର୍ସନ ରିଲିଜ୍ ହୋଇଥିଲା। ଭାରତୀୟ କ୍ରିକେଟ୍ ଟିମ୍‌ରେ ସାମିଲ ହେବାକୁ ଚାହୁଁଥିବା ଅର୍ଜୁନ ନାମକ ଜଣେ ରଣଜୀ ଖେଳାଳିଙ୍କ ସଂଘର୍ଷର କାହାଣୀକୁ ଏଥିରେ ଦର୍ଶାଯାଇଛି। ଫିଲ୍ମଟିକୁ ଲୋକେ ବେଶ୍ ପସନ୍ଦ କରି ଥିଲେ। ଏହାର ହିନ୍ଦୀ ରିମେକ୍‌କୁ ବି ଲୋକେ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି।

Advertisment

ସୂଚନା ଅନୁଯାୟୀ, ଶାହିଦ ଏହି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେବେ। ଏହା ବ୍ୟତୀତ ଫିଲ୍ମଟିରୁ ଯେଉଁ ଲାଭ ମିଳିବ ସେଥିରୁ ବି ୩୦ ପ୍ରତିଶତ ନେବେ। ‘କବୀର୍‌ ସିଂହ' ପରେ ତାଙ୍କର ଡିମାଣ୍ଡ ବଢ଼ିଯାଇଛି। ତେଣୁ ସେ ନିଜ ପାରିଶ୍ରମିକ ମଧ୍ୟ ବଢ଼ାଇ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe