Advertisment

ଶେହନାଜଙ୍କ ଇନଷ୍ଟାଗ୍ରାମ ପୋଷ୍ଟର ମୂଲ୍ୟ ୮ ଲକ୍ଷ ଟଙ୍କା

ମୁମ୍ୱାଇ : ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗବସ୍‌ ୧୩’ରେ ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଶେହନାଜ୍‌ ଗିଲ୍‌ ଜଣେ। ପେସାରେ ସେ ପଞ୍ଜାବର ଜଣେ ଲୋକପ୍ରିୟ ଗାୟିକା ତଥା ଅଭିନେତ୍ରୀ। ଶେହନାଜ୍‌ଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରିଥା’ନ୍ତି। ଶୋ’ରେ ନିଜର ପାଗଳାମି ଓ ପିଲାଳିଆମି ବ୍ୟବହାରରେ ଶେହନାଜଙ୍କ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ। ଆଜି ବି ସୋଶାଲ ମିଡିଆରେ ଫ୍ୟାନ୍ସ ତାଙ୍କର ପ୍ରଶଂସା କରିଥା’ନ୍ତି। ଶେହନାଜ ମଧ୍ୟ […]

ଶେହନାଜଙ୍କ ଇନଷ୍ଟାଗ୍ରାମ ପୋଷ୍ଟର ମୂଲ୍ୟ ୮ ଲକ୍ଷ ଟଙ୍କା

ssss

Advertisment

ମୁମ୍ୱାଇ : ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗବସ୍‌ ୧୩’ରେ ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଶେହନାଜ୍‌ ଗିଲ୍‌ ଜଣେ। ପେସାରେ ସେ ପଞ୍ଜାବର ଜଣେ ଲୋକପ୍ରିୟ ଗାୟିକା ତଥା ଅଭିନେତ୍ରୀ। ଶେହନାଜ୍‌ଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରିଥା’ନ୍ତି। ଶୋ’ରେ ନିଜର ପାଗଳାମି ଓ ପିଲାଳିଆମି ବ୍ୟବହାରରେ ଶେହନାଜଙ୍କ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ।

Advertisment

ଆଜି ବି ସୋଶାଲ ମିଡିଆରେ ଫ୍ୟାନ୍ସ ତାଙ୍କର ପ୍ରଶଂସା କରିଥା’ନ୍ତି। ଶେହନାଜ ମଧ୍ୟ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଫଟୋ ଓ ଟିକ୍‌ଟକ୍‌ ଭିଡିଓ ପୋଷ୍ଟ କରିଥା’ନ୍ତି।

ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ସେ ବିଭିନ୍ନ କମ୍ପାନୀର ବ୍ରାଣ୍ଡକୁ ପ୍ରମୋଟ୍‌ କରି ମୋଟା ଅଙ୍କର ଫି ଆଦାୟ କରନ୍ତି। ମିଡିଆ ରିପୋର୍ଟ ଅନୁସାରେ ଶେହନାଜ ତାଙ୍କ ଇନ୍‌ଷ୍ଟା ପୋଷ୍ଟରୁ ୮ ଲକ୍ଷ ଉପାର୍ଜନ କରିଥାନ୍ତି। ଯାହାର ବେସ୍‌ ପ୍ରାଇସ୍‌‌ ୫ ଲକ୍ଷ ରହିଥାଏ। ଏହି ସବୁ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର୍‌ ରହିଥାଏ। କେବଳ ସେତିକି ନୁହେଁ, ବିଗବସ୍‌ ଫେମ୍ ଅସିମ୍‌ ରିଆଜ୍‌ ଓ ଟେଲି କଳାକାରଙ୍କଠାରୁ ସେ ଅଧିକ ଟଙ୍କା କମାଇଥା’ନ୍ତି।

Advertisment

https://www.instagram.com/p/CAujWBLhFHt/?utm_source=ig_web_copy_link

ବିଗବସ୍‌ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ଶେହନାଜଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଦୁହେଁ ଶୋ’ରୁ ବାହାରିବା ପରେ ‘ଭୁଲା ଦୁଙ୍ଗା’ ନାମରେ ଏକ ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରିଥିଲେ। ଏହି ଗୀତଟିକୁ ଦର୍ଶନ ରାବଲ ଗାଇଥିଲେ। ୟୁ ଟ୍ୟୁବ୍‌ରେ ଭିଡିଓଟି ଅନେକ ଦିନ ପର୍ଯ୍ୟନ୍ତ ଟ୍ରେଣ୍ଡିଂରେ ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe