sah
ମୁମ୍ବାଇ: ବଲିଉଡ୍ ବାଦ୍ଶାହା ଶାହାରୁଖଙ୍କର ଏକ ଟ୍ୱିଟ୍ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଟ୍ୱିଟ୍ରୁ ତାଙ୍କୁ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀ ତାହିରାଙ୍କ ଉପରେ ଅସନ୍ତୋଷ ଥିବାର ଜଣାପଡୁଛି। ଶାହାରୁଖଙ୍କ ଏହି ଟ୍ୱିଟ୍ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି।
ଗତକାଲି ତାହିରା ଶାହାରୁଖ୍ଙ୍କ ସହ ‘ଟେଡ୍ ଟକ୍ସ ଇଣ୍ଡିଆ’ ଟକ୍ ଶୋ’ରେ ଉଠାଇଥିବା ଏକ ଫଟୋ ଶେଆର କରିଥିଲେ। ଏହି ଫଟୋରେ ସେ ଲେଖିଥିଲେ- ଶାହାରୁଖ୍ଙ୍କୁ ମୁଁ ହେୟାର୍ ଷ୍ଟାଇଲ୍ରେ ମାତ୍ ଦେବି।
ଯାହାର ଉତ୍ତରରେ ଶାହାରୁଖ୍- ସବୁଠିକ୍ ଅଛି କିନ୍ତୁ ଯଦି ବାଳ ଉପରେ କଥା ପହଞ୍ଚିଯାଏ ତେବେ ମୁଁ ତାକୁ ବ୍ୟକ୍ତିଗତ ଭାବେ ନେଇଯାଏ। ତୁମେ ବାଲାର ସ୍ତ୍ରୀ। କହି ଟ୍ୱିଟ୍ର ରିଟ୍ୱିଟ୍ କରିଥିଲେ। ଶାହାରୁଖ୍ ଏକଥାକୁ ବଡ଼ ମଜାକିଆ ଢଙ୍ଗରେ କହିଛନ୍ତି।
ଶାହାରୁଖ୍ଙ୍କର ଏହି ଟ୍ୱିଟ୍କୁ ୨୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/sah-1.jpg)