Advertisment

ଅର୍ଚ୍ଚନାଙ୍କ ଦେହରେ ଲାଗିଲା ନିଆଁ, ଶାହାରୁଖ୍‌ଙ୍କ ହାତ ବି ଜଳିଯାଇଛି

ମୁମ୍ବାଇ: ଗତ ରବିବାର ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ଧୁମ୍‌ଧାମରେ ପାଳନ କଲେ। ବଲିଉଡ୍‌ ସେଲେବ୍ରେଟି ମାନେ ମଧ୍ୟ ଏହି ପର୍ବକୁ ଭରପୂର ଏନ୍‌ଜୟ କରିଥିଲେ। ଦୀପାବଳିକୁ ନେଇ କିଛି କଳାକାର ସେମାନଙ୍କ ଘରେ ପାର୍ଟି ବି ଆୟୋଜନ କରିଥିଲେ। ସେମାନଙ୍କ ମଧ୍ୟରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବି ଥିଲେ। ସେ ଆୟୋଜନ କରିଥିବା ପାର୍ଟିରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ଯୋଗ ଦେଇଥିଲେ। ତେବେ ପାର୍ଟି ଚାଲିଥିବା ସମୟରେ ଏକ ଛୋଟ […]

ଅଦ୍ୟତନ ହୋଇଛି
ଅର୍ଚ୍ଚନାଙ୍କ ଦେହରେ ଲାଗିଲା ନିଆଁ, ଶାହାରୁଖ୍‌ଙ୍କ ହାତ ବି ଜଳିଯାଇଛି

sah

Advertisment

ମୁମ୍ବାଇ: ଗତ ରବିବାର ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ଧୁମ୍‌ଧାମରେ ପାଳନ କଲେ। ବଲିଉଡ୍‌ ସେଲେବ୍ରେଟି ମାନେ ମଧ୍ୟ ଏହି ପର୍ବକୁ ଭରପୂର ଏନ୍‌ଜୟ କରିଥିଲେ। ଦୀପାବଳିକୁ ନେଇ କିଛି କଳାକାର ସେମାନଙ୍କ ଘରେ ପାର୍ଟି ବି ଆୟୋଜନ କରିଥିଲେ। ସେମାନଙ୍କ ମଧ୍ୟରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବି ଥିଲେ। ସେ ଆୟୋଜନ କରିଥିବା ପାର୍ଟିରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ଯୋଗ ଦେଇଥିଲେ। ତେବେ ପାର୍ଟି ଚାଲିଥିବା ସମୟରେ ଏକ ଛୋଟ ଦୁର୍ଘଟଣା ଘଟିଥିଲା।

Advertisment

ସୂଚନା ଅନୁଯାୟୀ, ଦୀପାବଳି ପାର୍ଟିରେ ଐଶ୍ୱର୍ଯ୍ୟା ରାୟଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ଏହା ଦେଖି ପାର୍ଟିରେ ଉପସ୍ଥିତ ଥିବା ଶାହାରୁଖ୍‌ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ ଏବଂ ସେ ପିନ୍ଧିଥିବା ଜ୍ୟାକେଟ୍‌କୁ ଓହ୍ଲାଇ ଅର୍ଚ୍ଚନାଙ୍କ ଲେହେଙ୍ଗା ଉପରେ ପକାଇ ଦେଇଥିଲେ। ଫଳରେ ଅର୍ଚ୍ଚନାଙ୍କର ଲେହେଙ୍ଗାରୁ ନିଆଁ ଲିଭିଯାଇଥିଲା। ତେବେ ଏଥିଯୋଗୁ ଅର୍ଚ୍ଚନାଙ୍କ ହାତ ଓ ଗୋଡ଼ ଜଳି ଯାଇଛି। ଅର୍ଚ୍ଚନାଙ୍କୁ ବଞ୍ଚାଇବା ସମୟରେ ଶାହାରୁଖ୍‌ଙ୍କ ହାତ ମଧ୍ୟ ହାଲ୍‌କା ଜଳି ଯାଇଛି।

ରିପୋର୍ଟ ଅନୁଯାୟୀ, ଅର୍ଚ୍ଚନାଙ୍କୁ ଏବେ ମୁମ୍ବାଇ ନାନାବତୀ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ରଖାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଅର୍ଚ୍ଚନାଙ୍କ ଶରୀରର ୧୫ ଭାଗ ଜଳିଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe