ଗୋଟିଏ ବି ଫିଲ୍ମ ରିଲିଜ୍‌ ହୋଇନି, ତଥାପି ଶହେ କୋଟିରୁ ଅଧିକ ଆୟ କରିଛନ୍ତି ଶାହାରୁଖ୍‌

ମୁମ୍ବାଇ: ‘କିଙ୍ଗ୍ ଖାନ୍‌’ ଶାହାରୁଖଙ୍କୁ ପ୍ରାୟ ବର୍ଷେ ହେଲାଣି ବଡ଼ ପରଦାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ଗତ ବର୍ଷ ଡିସେମ୍ବର ୨୧ରେ ତାଙ୍କ ଫିଲ୍ମ ‘ଜିରୋ’ ରିଲିଜ୍ ହୋଇଥିଲା। ତା’ପରେ ତାଙ୍କର ଆଉ କୌଣସି ଫିଲ୍ମ ଆସିନାହିଁ। କିନ୍ତୁ ଫୋର୍ବସ ବିଜ୍‌ନେସ୍‌ ପତ୍ରିକା ଦ୍ୱାରା ଜାରି କରାଯାଇଥିବା  ଟପ୍‌ ୧୦୦ ସେଲେବ୍ରିଟିଙ୍କ ଲିଷ୍ଟରେ ତାଙ୍କ ନାଁ ଷଷ୍ଠ ସ୍ଥାନରେ ରହିଛି। ବିନା ଫିଲ୍ମ ରିଲିଜ୍‌ରେ ଶାହାରୁଖ ଚଳିତ ବର୍ଷ ୧୨୪.୩୮ କୋଟି ଟଙ୍କା ଆୟ କରିଛନ୍ତି। […]

srk

srk

Chinmayee Roy
  • Published: Monday, 23 December 2019
  • Updated: 23 December 2019, 01:22 PM IST

Sports

Latest News

ମୁମ୍ବାଇ: ‘କିଙ୍ଗ୍ ଖାନ୍‌’ ଶାହାରୁଖଙ୍କୁ ପ୍ରାୟ ବର୍ଷେ ହେଲାଣି ବଡ଼ ପରଦାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ଗତ ବର୍ଷ ଡିସେମ୍ବର ୨୧ରେ ତାଙ୍କ ଫିଲ୍ମ ‘ଜିରୋ’ ରିଲିଜ୍ ହୋଇଥିଲା। ତା’ପରେ ତାଙ୍କର ଆଉ କୌଣସି ଫିଲ୍ମ ଆସିନାହିଁ। କିନ୍ତୁ ଫୋର୍ବସ ବିଜ୍‌ନେସ୍‌ ପତ୍ରିକା ଦ୍ୱାରା ଜାରି କରାଯାଇଥିବା  ଟପ୍‌ ୧୦୦ ସେଲେବ୍ରିଟିଙ୍କ ଲିଷ୍ଟରେ ତାଙ୍କ ନାଁ ଷଷ୍ଠ ସ୍ଥାନରେ ରହିଛି। ବିନା ଫିଲ୍ମ ରିଲିଜ୍‌ରେ ଶାହାରୁଖ ଚଳିତ ବର୍ଷ ୧୨୪.୩୮ କୋଟି ଟଙ୍କା ଆୟ କରିଛନ୍ତି। ଆପଣ ଭାବୁଥିବେ ଯେ ବକ୍ସ ଅଫିସ୍‌ରେ ତ ଗୋଟିଏ ବି ଫିଲ୍ମ ଆସିନି, ତାଙ୍କର ଏତେ ଆୟ ହେଲା କେମିତି?

https://www.instagram.com/p/B07bXDCFdB8/?utm_source=ig_web_copy_link

ଶାହାରୁଖ ଜଣେ ଫିଲ୍ମ ଅଭିନେତା ହେବା ସହ ଜଣେ ବଡ଼ ବିଜ୍‌ନେସ୍‌ମ୍ୟାନ୍‌ ମଧ୍ୟ। ଆଉ ଏ ସବୁ ଟଙ୍କା ସେ ନିଜ ବିଜ୍‌ନେସ୍‌ରୁ ଆୟ କରିଛନ୍ତି। ଶାହାରୁଖ ନିଜ ହୋମ୍‌ ପ୍ରଡକ୍ସନ୍‌ ‘ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ’ ଜରିଆରେ ଭଲ ଆୟ କରୁଛନ୍ତି। ଏହା ଜରିଆରେ ନେଟ୍‌ଫ୍ଲିକ୍ସରେ ତାଙ୍କର ଏକ ୱେବ୍‌ସିରଜ୍‌ ‘ବାର୍ଡ଼ ଅଫ୍‌ ବ୍ଲଡ୍‌’ ଆସିଥିଲା। ଏଥିରେ ଇମ୍‌ରାନ୍‌ ହାସମି ଅଭିନୟ କରିଥିଲେ। ସିରିଜ୍‌ଟିକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଥିଲା। ଏହା ବ୍ୟତୀତ ଶାହାରୁଖ ଅନେକ ବଡ଼ ବଡ଼ କମ୍ପାନୀର ବିଜ୍ଞାପନ ମଧ୍ୟ କରୁଛନ୍ତି। ସେ ଏବେ ପାଖାପାଖି ୧୪ଟି ବ୍ରାଣ୍ଡ ସହ ଜଡ଼ିତ। ସେଗୁଡ଼ିକ ମଧ୍ୟରେ ଲକ୍ସ, ହ୍ୟୁଣ୍ଡାଇ, ବିଗ୍‌ ବାସ୍କେଟ୍‌, ଆଇସିଆଇସିଆଇ, ନେରୋଲାକ୍‌ ପରି ବଡ଼ ବଡ଼ ବ୍ରାଣ୍ଡ ସାମିଲ୍‌ ଅଛନ୍ତି।

https://www.instagram.com/p/B4cMHSclq0D/?utm_source=ig_web_copy_link

ସୂଚନାଯୋଗ୍ୟ, ଶାହାରୁଖ ଚଳିତ ବର୍ଷ ୧୨୪.୩୮ କୋଟି ଟଙ୍କାର ଆୟ ସହ ଫୋର୍ବସ ଟପ୍‌ ୧୦୦ ଲିଷ୍ଟର ଷଷ୍ଠ ସ୍ଥାନରେ ଥିବାବେଳେ ଗତ ବର୍ଷ ସେ ୫୬ କୋଟି ଟଙ୍କା ଆୟ କରି ଏହି ତାଲିକାର ୧୩ ନମ୍ବରରେ ଥିଲେ। ୨୦୧୭ରେ ସେ ୧୭୦ କୋଟି ଟଙ୍କା ଆୟ କରିଥିଲେ। ଏହି ତାଲିକାରେ ତାଙ୍କ ଉପରେ ଅକ୍ଷୟ କୁମାର୍, ଅମିତାଭ ବଚ୍ଚନ ଓ ସଲ୍‌ମାନ୍‌ ଖାନ୍‌ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos