Advertisment

ଏକାଠି ଆସିବେ ଶାହାରୁଖ୍‌, ରଣବୀର ଓ ଆଲିଆ

ମୁମ୍ବାଇ: ଡିସେମ୍ବର ୨୫ ତାରିଖରେ ରିଲିଜ୍‌ ହେବ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ତେବେ ସଦ୍ୟ ସୂଚନା ଅନୁଯାୟୀ, ଏଥିରେ ‘କିଙ୍ଗ୍ ଖାନ୍‌’ ଶାହାରୁଖ୍ ମଧ୍ୟ ଅଛନ୍ତି। ଅବଶ୍ୟ ଏଥିରେ ତାଙ୍କର ଗେଷ୍ଟ୍ ଆପିଅରାନ୍ସ ରହିଛି। ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଶାହାରୁଖଙ୍କୁ ଖୁବ୍‌ ପସନ୍ଦ ଆସେ। ତେଣୁ ଯେତେବେଳେ ଆୟନ ତାଙ୍କୁ ‘ବ୍ରହ୍ମାସ୍ତ୍ର’ରେ ଗେଷ୍ଟ ଆପିଅରାନ୍ସ ପାଇଁ ଅନୁରୋଧ କରିଥିଲେ ସେ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ। ଏଥିପାଇଁ ସେ ଖୁବ୍‌ଶୀଘ୍ର […]

author-image
Biswobandita Swain
ଏକାଠି ଆସିବେ ଶାହାରୁଖ୍‌, ରଣବୀର ଓ ଆଲିଆ

sahrukh

ମୁମ୍ବାଇ: ଡିସେମ୍ବର ୨୫ ତାରିଖରେ ରିଲିଜ୍‌ ହେବ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ତେବେ ସଦ୍ୟ ସୂଚନା ଅନୁଯାୟୀ, ଏଥିରେ ‘କିଙ୍ଗ୍ ଖାନ୍‌’ ଶାହାରୁଖ୍ ମଧ୍ୟ ଅଛନ୍ତି। ଅବଶ୍ୟ ଏଥିରେ ତାଙ୍କର ଗେଷ୍ଟ୍ ଆପିଅରାନ୍ସ ରହିଛି।

Advertisment

ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଶାହାରୁଖଙ୍କୁ ଖୁବ୍‌ ପସନ୍ଦ ଆସେ। ତେଣୁ ଯେତେବେଳେ ଆୟନ ତାଙ୍କୁ ‘ବ୍ରହ୍ମାସ୍ତ୍ର’ରେ ଗେଷ୍ଟ ଆପିଅରାନ୍ସ ପାଇଁ ଅନୁରୋଧ କରିଥିଲେ ସେ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ। ଏଥିପାଇଁ ସେ ଖୁବ୍‌ଶୀଘ୍ର ଶୁଟିଂ ବି କରିବେ ବୋଲି ଜଣାପଡ଼ିଛି। ଶେଷ ଥର ପାଇଁ ‘ଜିରୋ’ରେ ଶାହାରୁଖଙ୍କୁ ଦେଖିବାକୁ ମିଳିଥିଲା। ଏହା ଗତବର୍ଷ ଡିସେମ୍ବରରେ ରିଲିଜ୍ ହୋଇଥିଲା।

ସୂଚନାଯୋଗ୍ୟ, ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅମିତାଭ ବଚ୍ଚନ, ଅକ୍କିନେନି ନାଗାର୍ଜୁନ ଓ ମୌନୀ ରୟଙ୍କ ଭଳି କଳାକାର ବି ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର, ଆଲିଆ ଓ ଅମିତାଭ ଏକାଠି କାମ କରିଛନ୍ତି।

Advertisment