Advertisment

ମଜାଦାର ଭିଡିଓ ଶେଆର କରିି ଲୋକଙ୍କୁ ସଚେତନ କଲେ ଶାହରୁଖ୍

ମୁମ୍ବାଇ: କରୋନାର ଦାଉରେ ସାରା ଦୁନିଆ ଛଟପଟ ହେଉଛି। ଏଭଳି ସଙ୍କଟାପନ୍ନ ସ୍ଥିତିରେ ସମସ୍ତେ ନିଜ ନିଜ ଘରେ ରହି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ଅଧିକାଂଶ ସ୍ଥାନରେ ଲକ୍ ଡାଉନ୍ ଘୋଷଣା କରିଦିଆଯାଇଛି। ଏଣୁ ତାରକାମାନେ ମଧ୍ୟ ନିଜ ନିଜ ଘରେ ସତର୍କତାର ସହ ରହୁଛନ୍ତି ଏବଂ ସୋଶାଲ ମିଡିଆ ମାଧ୍ୟମରେ କରୋନା ମୁକାବିଲା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଅମିତାଭ ବଚ୍ଚନ, ସଲମାନ ଖାନ, ପ୍ରିୟଙ୍କା ଚୋପ୍ରାଙ୍କ ଭଳି […]

ଅଦ୍ୟତନ ହୋଇଛି
ମଜାଦାର ଭିଡିଓ ଶେଆର କରିି ଲୋକଙ୍କୁ ସଚେତନ କଲେ ଶାହରୁଖ୍

shahrukh khan

Advertisment

ମୁମ୍ବାଇ: କରୋନାର ଦାଉରେ ସାରା ଦୁନିଆ ଛଟପଟ ହେଉଛି। ଏଭଳି ସଙ୍କଟାପନ୍ନ ସ୍ଥିତିରେ ସମସ୍ତେ ନିଜ ନିଜ ଘରେ ରହି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ଅଧିକାଂଶ ସ୍ଥାନରେ ଲକ୍ ଡାଉନ୍ ଘୋଷଣା କରିଦିଆଯାଇଛି। ଏଣୁ ତାରକାମାନେ ମଧ୍ୟ ନିଜ ନିଜ ଘରେ ସତର୍କତାର ସହ ରହୁଛନ୍ତି ଏବଂ ସୋଶାଲ ମିଡିଆ ମାଧ୍ୟମରେ କରୋନା ମୁକାବିଲା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଅମିତାଭ ବଚ୍ଚନ, ସଲମାନ ଖାନ, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ତାରକାଙ୍କ ପରେ ଏବେ ଶାହରୁଖ୍ ଖାନ୍ ମଧ୍ୟ ସୋଶାଲ ମିଡିଆରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି।

Advertisment

ବଲିଉଡ୍ ବାଦଶାହ ଶାହରୁଖ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରି ଲୋକଙ୍କୁ ସତର୍କ କରାଇଛନ୍ତି। ଭିଡିଓରେ ସେ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି, ଯାହାକୁ ଫ୍ୟାନମାନେ ଦେଖି ମଜା ଉଠାଇବା ସହ ସତର୍କ ମଧ୍ୟ ହେବେ। କରୋନା ଭୂତାଣୁ ସମ୍ବନ୍ଧୀୟ ଅନେକ ସୂଚନା ଦେବା ସହ ଆବଶ୍ୟତକ ସତର୍କତା ଓ ସ୍ୱଚ୍ଛତା ପାଳନ କରିବାକୁ ଶାହରୁଖ ଭିଡିଓରେ କହିଛନ୍ତି। ଲୋକଙ୍କୁ ନିଆରା ଢଙ୍ଗରେ ବୁଝାଇବାକୁ ଭିଡିଓରେ ସେ ନିଜ ହିଟ୍ ଫିଲ୍ମଗୁଡ଼ିକର ଦୃଶ୍ୟକୁ ଯୋଡ଼ିଛନ୍ତି।

https://www.instagram.com/tv/B-CbhyelqIr/?utm_source=ig_web_copy_link

ଶାହରୁଖଙ୍କ ପ୍ରତ୍ୟେକଟି ବାର୍ତ୍ତା ସହ ତାଙ୍କ ଫିଲ୍ମର ନିର୍ଦ୍ଦିଷ୍ଟ ଦୃଶ୍ୟଗୁୁଡ଼ିକୁ ଯୋଡ଼ାଯାଇଛି। ଏହାସହ କରୋନାକୁ ନେଇ ଭାଇରାଲ ହେଉଥିବା ତଥ୍ୟ, ଭୁଲ ତଥ୍ୟ, ଡର, ଭୟ ଓ ଆତଙ୍କକୁ ନେଇ ଚାରିଆଡ଼େ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱରେ ଛନ୍ଦି ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସାରା ବିଶ୍ୱ କରୋନା ଭୂତାଣୁ ସହ ଲଢ଼ୁଥିବା ବେଳେ ଏହାର ମୁକାବିଲା କରିବାକୁ ସେ କିଛି ଜରୁରୀ ତଥା ଅତ୍ୟାବଶ୍ୟକ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ଶାହରୁଖ ଲୋକଙ୍କୁ ଘରେ ରହି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ଏହାସହ କରୋନାର ଲକ୍ଷଣ ଏବଂ ପ୍ରତିଷେଧକ ପାଇଁ ନିୟମସବୁକୁ ପାଳନ କରି ସଂକ୍ରମଣ ରୋକିବା ଦିଗରେ ସୁରକ୍ଷା ପ୍ରତି ସଚେତନ ରହିବାକୁ ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe