Advertisment

ଶାହାରୁଖଙ୍କ ପୁଅ ଜିତିଲେ ଗୋଲ୍ଡ ମେଡାଲ୍

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ସାନ ପୁଅ ଅବରାମ୍ କରାଟେରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଉ ଏହାକୁ ନେଇ ଶାହାରୁଖ ଭାରି ଖୁସି ଅଛନ୍ତି। ସେ ସୋଶାଲ୍ ମିଡିଆରେ ନିଜ ଖୁସି ଜାହିର କରିଛନ୍ତି। https://www.instagram.com/p/B8V1y9BFwJR/?utm_source=ig_web_copy_link ଶାହାରୁଖ୍ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅବରାମ୍‌ଙ୍କ କିଛି ଫଟୋ ଶେଆର କରିଛନ୍ତି, ଯେଉଁଥିରୁ ଗୋଟିକରେ ସେ କରାଟେ ପୋଷାକ ପିନ୍ଧିଛନ୍ତି ଓ ବେକରେ ମେଡାଲ୍‌ ପକାଇଛନ୍ତି। ଫଟୋର କ୍ୟାପଶନ୍‌ରେ ଶାହାରୁଖ୍ ଲେଖିଛନ୍ତି, ‘ତୁମେ ଶିଖିଲ, ଲଢ଼ିଲ ଓ ଜିତିଲ। […]

ଶାହାରୁଖଙ୍କ ପୁଅ ଜିତିଲେ ଗୋଲ୍ଡ ମେଡାଲ୍

srk

Advertisment

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ସାନ ପୁଅ ଅବରାମ୍ କରାଟେରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଉ ଏହାକୁ ନେଇ ଶାହାରୁଖ ଭାରି ଖୁସି ଅଛନ୍ତି। ସେ ସୋଶାଲ୍ ମିଡିଆରେ ନିଜ ଖୁସି ଜାହିର କରିଛନ୍ତି।

Advertisment

https://www.instagram.com/p/B8V1y9BFwJR/?utm_source=ig_web_copy_link

ଶାହାରୁଖ୍ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅବରାମ୍‌ଙ୍କ କିଛି ଫଟୋ ଶେଆର କରିଛନ୍ତି, ଯେଉଁଥିରୁ ଗୋଟିକରେ ସେ କରାଟେ ପୋଷାକ ପିନ୍ଧିଛନ୍ତି ଓ ବେକରେ ମେଡାଲ୍‌ ପକାଇଛନ୍ତି। ଫଟୋର କ୍ୟାପଶନ୍‌ରେ ଶାହାରୁଖ୍ ଲେଖିଛନ୍ତି, ‘ତୁମେ ଶିଖିଲ, ଲଢ଼ିଲ ଓ ଜିତିଲ। ପୁଣି ଥରେ କରି ଦେଖାଇଲ। ମୋତେ ଲାଗୁଛି ଅବରାମଙ୍କ ଏହି ମେଡାଲକୁ ମିଶାଇଲେ ମୋଠାରୁ ମୋ ପିଲାମାନଙ୍କର ଅଧିକ ଆୱାର୍ଡ଼ ହେବ। ଏହା ବହୁତ ଭଲ କଥା। ବର୍ତ୍ତମାନ ମୁଁ କିଛି ଅଧିକ ଶିଖିବା ଆବଶ୍ୟକ। ମୁଁ ଗର୍ବିତ ଓ ଉତ୍ସାହିତ।”

publive-imageସୂଚନାଯୋଗ୍ୟ, ଶାହାରୁଖ ଓ ଗୌରି ଖାନ୍‌ଙ୍କ ତିନୋଟି ସନ୍ତାନ ଅଛନ୍ତି। ବଡ଼ ପୁଅ ଆରୟନ୍, ଝିଅ ସୁହାନା ଓ ସବୁଠୁ ସାମ ପୁଅ ଅବରାମ୍‌। ଏମାନେ ଫିଲ୍ମି ଦୁନିଆରେ ନଥିଲେ ମଧ୍ୟ ସବୁବେଳେ ଲାଇମଲାଇଟ୍‌ରେ ରହିଥା’ନ୍ତି। ଅବଶ୍ୟ ସୁହାନାଙ୍କୁ ମଞ୍ଚରେ ଦେଖିବାକୁ ମିଳିଛି। ଏବେ ସେ ଧୀରେ ଧୀରେ ଅଭିନୟ ଆଡ଼କୁ ମନ ବଳାଇଲେଣଇ। ନିକଟରେ ତାଙ୍କର ଏକ ହଲିଉଡ୍‌ ଶର୍ଟ ଫିଲ୍ମ ମଧ୍ୟ ଆସିଥିଲା।

Advertisment

.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe