Advertisment

ଶାହରୁଖ୍‌ ଖାନ୍‌ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ନିଜର ସୁପରହିଟ୍‌ ଡେବ୍ୟୁ ଫିଲ୍ମ !

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଫିଲ୍ମ ଶୁଟିଂ ପରେ ପ୍ରାୟ ସବୁ କଳାକାର ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅପେକ୍ଷା କରି ବସିଥାନ୍ତି। ଆଉ ତାକୁ ଦେଖିବାକୁ ଥାଏ ଖୁବ୍‌ ଉତ୍କଣ୍ଠା। କିନ୍ତୁ ଏଥିରେ ବ୍ୟତିକ୍ରମ ହେଉଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖ୍‌ । ସେ ନିଜ ଡେବ୍ୟୁ ଫିଲ୍ମ ଦେଖି ନାହାନ୍ତି, ଯାହା ପୁଣି ବ୍ଲକ୍‌ ବଷ୍ଟର ହିଟ୍‌ ହୋଇଛି। ଏ କଥାକୁ ହୁଏତ ଅନେକେ ବିଶ୍ୱାସ କରିପାରୁ ନ ଥିବେ। କିନ୍ତୁ କଥାଟି ସତ। ନିଜେ ଶାହରୁଖ୍‌ ଏକ ସାକ୍ଷାତକାରରେ […]

ଅଦ୍ୟତନ ହୋଇଛି
‘ପଠାନ୍‌’କୁ ବିରୋଧ କରୁଥିବା ଲୋକଙ୍କୁ କ’ଣ କହିଲେ ଶାହରୁଖ୍

saharukh

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଫିଲ୍ମ ଶୁଟିଂ ପରେ ପ୍ରାୟ ସବୁ କଳାକାର ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅପେକ୍ଷା କରି ବସିଥାନ୍ତି। ଆଉ ତାକୁ ଦେଖିବାକୁ ଥାଏ ଖୁବ୍‌ ଉତ୍କଣ୍ଠା। କିନ୍ତୁ ଏଥିରେ ବ୍ୟତିକ୍ରମ ହେଉଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ।

Advertisment

ସେ ନିଜ ଡେବ୍ୟୁ ଫିଲ୍ମ ଦେଖି ନାହାନ୍ତି, ଯାହା ପୁଣି ବ୍ଲକ୍‌ ବଷ୍ଟର ହିଟ୍‌ ହୋଇଛି।

ଏ କଥାକୁ ହୁଏତ ଅନେକେ ବିଶ୍ୱାସ କରିପାରୁ ନ ଥିବେ। କିନ୍ତୁ କଥାଟି ସତ। ନିଜେ ଶାହରୁଖ୍‌ ଏକ ସାକ୍ଷାତକାରରେ ଏକଥା କହିଛନ୍ତି। ୨୭ ବର୍ଷ ବିତି ଯାଇଥିଲେ ବି ସେ ନିଜ ଡେବ୍ୟୁ ଫିଲ୍ମ ‘ଦିୱାନା’ ଦେଖି ନାହାନ୍ତି। ଜାଣିଛନ୍ତି କ’ଣ ଏହାର କାରଣ ?

ସିଗ୍ନେଚର ମାଷ୍ଟର କ୍ଲାସ୍‌ର ଗୋଟିଏ ଏପିସୋଡ୍‌ରେ ଶାହରୁଖ୍‌ ଏହି କଥାଟି କହିଥିଲେ। ତାଙ୍କ ମତରେ, ‘‘ଯଦି ମୁଁ ଫିଲ୍ମ ସହ ଜଡ଼ିତ ପ୍ରୋସେସ୍‌କୁ ଉପୋଭୋଗ କରେନାହିଁ, ତେବେ ମୁଁ ତାକୁ ଦେଖେ ନାହିଁ। ଏହା ପସନ୍ଦ ଆସିବା ନ ଆସିବା ଅର୍ଥରେ କହୁନି। ମୋତେ ଏମିତି ଲାଗେ ଯଦି ଫିଲ୍ମ ଶୁଟିଂ କରିବା ସମୟରେ ମୋତେ ମଜା ନ ଆସେ ବା ତାକୁ ମୁଁ ଉପଭୋଗ ନ କରେ ତେବେ ମୁଁ ସେହି ଫିଲ୍ମ ଦେଖେ ନାହିଁ। ସେ ଫିଲ୍ମ ଯେତେ ବି ବ୍ଲକ ବଷ୍ଟର ହିଟ୍‌ ହେଉ ପଛକେ, ମୋର ମନେ ପଡ଼ିଯାଏ ଯେ, ସେ ଫିଲ୍ମର ପ୍ରୋସେସ୍‌ ଭଲ ନ ଥିଲା। ’’

Advertisment

ଶାହରୁଖ୍‌ ଆହୁରି କହିଥିଲେ, “ସମସ୍ତଙ୍କ ପରି ମୁଁ ବି ମୋ ଫିଲ୍ମ ପାଇଁ ଖୁବ୍‌ ପରିଶ୍ରମ କରେ। ଆଉ ମୋ ଫିଲ୍ମ ତିଆରି କରିବା ସମୟରେ ତାକୁ ଉପଭୋଗ କରିବାକୁ ଚାହେଁ। କାହିଁକି ନା ଯଦି ଏମିତି ନ ହୁଏ ତେବେ ଫିଲ୍ମରୁ ମୁଁ ଦୂରେଇ ଯାଉଥିବା ଅନୁଭବ କରେ। ସେଥିପାଇଁ ମୋତେ ଷ୍ଟାର୍‌ କରିଥିବା ‘ଦିୱାନା’ ଫିଲ୍ମ ମୁଁ ଆଜି ପର୍ଯ୍ୟନ୍ତ ଦେଖି ନାହିଁ। କାହିଁକି ନା ସେ ଫିଲ୍ମର ପ୍ରୋସେସ୍‌ ମୋତେ ପସନ୍ଦ ଆସି ନ ଥିଲା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe