Advertisment

ଶାହାରୁଖଙ୍କୁ ଡକ୍ଟରେଟ ଡିଗ୍ରୀ

ମୁମ୍ବାଇ: ରୋମାଣ୍ଟିକ ଫିଲ୍ମ କହିଲେ ଶାହାରୁଖଙ୍କ ଅନ୍ଦାଜ କଥା ମନେପଡେ। ୟୁନିକ ଷ୍ଟାଇଲ, ନଟି ସ୍ମାଇଲ,ଟିକେ ଦୁଷ୍ଟାମୀ ସେଥିରେ ପୁଣି ଅଭିନୟର ଜାଦୁଗରୀ ଏସବୁ ପାଇଁ ସିନେ ଦର୍ଶକ ଦିୱାନା କହିଲେ ଜମାରୁ ଭୁଲ ହବନି। ସେ କ୍ୟାରେକ୍ଟର ରୋଲ ହଉ ବା କମେଡି, ହିରୋ ହେଉ ବା ଆଣ୍ଟି ହିରୋ ସବୁଥିରେ ସେ ରାଜ କରନ୍ତି ଦର୍ଶକଙ୍କ ହୃଦୟରେ। ଖାଲି ଭାରତରେ କାହିଁକି ବିଦେଶରେ ବି ଏହି ଅଭିନେତାଙ୍କ କ୍ରେଜ୍ କହିଲେ ନ ସରେ।   ବଲିଉଡର […]

author-image
Rakesh Mallick
ଫ୍ୟାନ୍‌ଙ୍କ ସହ ଯୋଡି ହେବେ କିଙ୍ଗଖାନ୍‌: ଖୁବ୍‌ଶୀଘ୍ର ଲଞ୍ଚ କରିବେ ଆପ୍‌

shahrukhkhan

ମୁମ୍ବାଇ: ରୋମାଣ୍ଟିକ ଫିଲ୍ମ କହିଲେ ଶାହାରୁଖଙ୍କ ଅନ୍ଦାଜ କଥା ମନେପଡେ। ୟୁନିକ ଷ୍ଟାଇଲ, ନଟି ସ୍ମାଇଲ,ଟିକେ ଦୁଷ୍ଟାମୀ ସେଥିରେ ପୁଣି ଅଭିନୟର ଜାଦୁଗରୀ ଏସବୁ ପାଇଁ ସିନେ ଦର୍ଶକ ଦିୱାନା କହିଲେ ଜମାରୁ ଭୁଲ ହବନି। ସେ କ୍ୟାରେକ୍ଟର ରୋଲ ହଉ ବା କମେଡି, ହିରୋ ହେଉ ବା ଆଣ୍ଟି ହିରୋ ସବୁଥିରେ ସେ ରାଜ କରନ୍ତି ଦର୍ଶକଙ୍କ ହୃଦୟରେ। ଖାଲି ଭାରତରେ କାହିଁକି ବିଦେଶରେ ବି ଏହି ଅଭିନେତାଙ୍କ କ୍ରେଜ୍ କହିଲେ ନ ସରେ।   ବଲିଉଡର କିଙ୍ଗଖାନ ଶାହାରୁଖଙ୍କୁ ମିଳିଛି ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ। ଆଉ ଏହି ଡିଗ୍ରୀ ପ୍ରଦାନ କରିଛି ୟୁନିଭରସିଟି ଅଫ ଇଡେନବର୍ଗ। ଶାହାରୁଖ ୟୁନିଭରସିଟି ଅଫ ଇଡେନବର୍ଗରେ ନିଜ ଅନୁଭୁତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ। ତା ସହ ପୁରା ବଲିଉଡ ଷ୍ଟାଇଲରେ ଏଡିନବର୍ଗ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବି ବାଣ୍ଟିଥିଲେ କିଙ୍ଗ ଖାନ। ତାଙ୍କର ପୂରା ବଲିଉଡ ସଫର ବିଷୟରେ କହିଥିଲେ ଶାହାରୁଖ।

Advertisment

ଏହା ପୁର୍ବରୁ ଶାହାରୁଖ ଖାନଙ୍କୁ ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରାଯାଇଛି। ଶାହାରୁଖଙ୍କ ଅଭିନୀତ ଫିଲ୍ମ 'ଦିଲୱାଲେ ଦୁଲହନିୟା ଲେଜାମ୍ଭେଙ୍ଗେ', 'କୁଛକୁଛ ହୋତା ହେ' ଆଉ 'ଜବ ତକ ହେ ଜାନ'ରେ ତାଙ୍କର ଉଚ୍ଚକୋଟ୍ଟୀର ଅଭିନୟ ପାଇଁ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ଆଗକୁ ଶାହାରୁଖଙ୍କର ଆସୁଛି  ତିନିଟି ନୂଆ ଧରଣର ଫିଲ୍ମ ରୟିଜ୍, ଦିଲୱାଲେ ଏବଂ ଫ୍ୟାନ୍।