Advertisment

ମେଡାଲ୍ ଜିତିଲେ ଶାହାରୁଖଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ‘କିଙ୍ଗ୍ ଖାନ୍’ ଶାହାରୁଖ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ସାନ ପୁଅ ଅବ୍‌ରାମଙ୍କ ଫଟୋ ଶେଆର୍ କରିଛନ୍ତି। ଏଥିରେ ସେ ସ୍କୁଲ୍ ୟୁନିଫର୍ମରେ ଅଛନ୍ତି ଏବଂ ତାଙ୍କ ବେକରେ ମେଡାଲ୍ ଝୁଲୁଛି। ଏହି ଫଟୋ ଶେଆର୍ କରି ଶାହାରୁଖ ଲେଖିଛନ୍ତି, ମୋ ଛୋଟିଆ ‘ଗୋଲ୍ଡ ମେଡାଲ୍‌’ ଆଜି ଦୌଡ଼ ପ୍ରତିଯୋଗିତାରେ ସିଲ୍‌ଭର ଓ ବ୍ରୋଞ୍ଜ ମେଡାଲ୍‌ ଜିତିଛି। ଏହା ଲେଖି ପୁଅର ସଫଳତାରେ ସେ ତାଙ୍କ ଖୁସି ଜାହିର କରିଛନ୍ତି। ଅବରାମ୍‌ଙ୍କୁ ସେ ତାଙ୍କର ‘ଗୋଲ୍ଡ ମେଡାଲ୍‌’ […]

ଅଦ୍ୟତନ ହୋଇଛି
ମେଡାଲ୍ ଜିତିଲେ ଶାହାରୁଖଙ୍କ ପୁଅ

sah

Advertisment

ମୁମ୍ବାଇ: ବଲିଉଡ୍‌ର ‘କିଙ୍ଗ୍ ଖାନ୍’ ଶାହାରୁଖ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ସାନ ପୁଅ ଅବ୍‌ରାମଙ୍କ ଫଟୋ ଶେଆର୍ କରିଛନ୍ତି। ଏଥିରେ ସେ ସ୍କୁଲ୍ ୟୁନିଫର୍ମରେ ଅଛନ୍ତି ଏବଂ ତାଙ୍କ ବେକରେ ମେଡାଲ୍ ଝୁଲୁଛି। ଏହି ଫଟୋ ଶେଆର୍ କରି ଶାହାରୁଖ ଲେଖିଛନ୍ତି, ମୋ ଛୋଟିଆ ‘ଗୋଲ୍ଡ ମେଡାଲ୍‌’ ଆଜି ଦୌଡ଼ ପ୍ରତିଯୋଗିତାରେ ସିଲ୍‌ଭର ଓ ବ୍ରୋଞ୍ଜ ମେଡାଲ୍‌ ଜିତିଛି। ଏହା ଲେଖି ପୁଅର ସଫଳତାରେ ସେ ତାଙ୍କ ଖୁସି ଜାହିର କରିଛନ୍ତି। ଅବରାମ୍‌ଙ୍କୁ ସେ ତାଙ୍କର ‘ଗୋଲ୍ଡ ମେଡାଲ୍‌’ ବୋଲି ଦର୍ଶାଇଛନ୍ତି। 

Advertisment

https://www.instagram.com/p/B7ajcNvF97P/?utm_source=ig_web_button_share_sheet

ଶାହାରୁଖଙ୍କ ଏହି ଫଟୋକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ହଜାରେରୁ ଅଧିକ ପ୍ରଶଂକକ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି। ଲୋକମାନେ ଅବରାମ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ବଡ଼ ହେଲେ ବାପା ପରି ନାଁ ରଖିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପକ୍ଷରେ ଶାହାରୁଖ ଫିଲ୍ମ ଜିରୋ ପରେ ଆଉ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି। ‘ଜିରୋ’ ୨୦୧୮ ଡିସେମ୍ବର ମାସରେ ରିଲିଜ୍ ହୋଇଥିଲା। ୨୦୧୯ରେ ଶାହାରୁଖଙ୍କ କୌଣସି ଫିଲ୍ମ ରିଲିଜ୍ ହୋଇ ନଥିଲା। ତେଣୁ ତାଙ୍କ ଫ୍ୟାନ୍‌ମାନେ ଭାରି ବ୍ୟସ୍ତ ହୋଇପଡ଼ିଲେଣି। ଏମିତିକି ନିକଟରେ ତାଙ୍କର ଜଣେ ଫ୍ୟାନ୍ ଶାହାରୁଖ ତାଙ୍କର ଆଗାମୀ ପ୍ରୋଜେକ୍ଟ ସଂପର୍କରେ ଘୋଷଣା ନ କଲେ ଆତ୍ମହତ୍ୟା କରିବେ ବୋଲି ଘୋଷଣା କରିଥିଲେ। ତେବେ ଆଗକୁ ତାଙ୍କର ଏକ ଫିଲ୍ମ ଆସିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏନେଇ କିଛି ସ୍ପଷ୍ଟ ସୂଚନା ନାହିଁ। 

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe