Advertisment

ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ

ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍‌ ବସ୍‌ର ସିଜନ୍ 5” ରେ ଭାଗ ନେଇଥିଲେ।

author-image
Tapaswini Nayak
shakti kapoor and shraddha kapoor

shakti kapoor and shraddha kapoor

ବଲିଉଡ ଜଣାଶୁଣାର ଖଳନାୟକ ଶକ୍ତି କପୁର ନିଜ ଝିଅ ଶ୍ରଦ୍ଧା କପୁରଙ୍କ ପାଇଁ ଛାଡ଼ି ଥିଲେ ମଦ। ଏଥିସହ ରିୟାଲିଟି ଶୋ’ “ବିଗ୍‌ ବସ୍‌ର ସିଜନ୍ 5” ରେ ଭାଗ ନେଇଥିଲେ। ଏକ ସାକ୍ଷାତ କାରରେ ଏପରି କହିଛନ୍ତି ଶକ୍ତି କପୁର ।

Advertisment

ସାକ୍ଷାତ କାରରେ ଶକ୍ତି କପୁର କହିଛନ୍ତି, ମୁଁ “ବିଗ୍‌ ବସ୍‌ର ସିଜନ୍ 5”ରେ ଜିତିବା ପାଇଁ ଯାଇ ନଥିଲି। ବରଂ ମୋ ଛୁଆମାନଙ୍କ ନିକଟରେ ନିଜକୁ ସ୍ୟାବସ୍ତ କରିବା ପାଇଁ ବିଗ୍‌ ବସ୍‌ର ସିଜନ୍ 5”କୁ ଯାଇଥିଲି। ଯାହା ଦ୍ୱାରା ମଦଠୁ ଦୂରେଇ ରହି ପାରିବି। ମୁଁ ଗର୍ବ ଅନୁଭବ କରୁଛି ଯେ, ତାହା ମୁଁ କରିପାରିଲି। ଏଥିପାଇଁ ମୁଁ ଖୁସି ମଧ୍ୟ।

ମୋ ଝିଅ ଶ୍ରଦ୍ଧା ଓ ମୋ ସ୍ତ୍ରୀ ମୋତେ ବହୁତ ଭଲ ପାଆନ୍ତି। ଆର ଜନ୍ମରେ ମୋ ଝିଅ ହୋଇ ଜନ୍ମ ହେବ ବୋଲି ସେ ମୋତେ ସବୁ ବେଳେ ମୋତେ କହିଥାଏ । ମାତ୍ର ମୋ ମଦ ପିଇବା ଅଭ୍ୟାସ ଯୋଗୁ ସେମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ସେମାନେ ସମ୍ମୁଖରେ ମୁଁ ନିଜକୁ ସ୍ୟାବସ୍ତ କରିବା ପାଇଁ ବିଗ୍‌ ବସ୍‌ରେ ସାମିଲ ହୋଇଥିଲି।

Advertisment

ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍‌ ବସ୍‌ର ସିଜନ୍ 5” ରେ ଭାଗ ନେଇଥିଲେ। ୨୮ ଦିନ ବିଗ୍‌ ବସ୍‌ର ଘରେ ରହିବା ପରେ ସେ ବାହାରି ଆସିଥିଲେ।

Entertainment