Advertisment

ଆଲିଆଙ୍କ ସହ ଡେବ୍ୟୁ କରିବେ ଶାନ୍ତନୁ

ମୁମ୍ବାଇ: ମୋଷ୍ଟ ଷ୍ଟାଇଲିସ୍‌ ଡ୍ୟାନସର୍‌ ତଥା ଟେଲିଭିଜନ୍‌ ଅଭିନେତା ଶାନ୍ତନୁ ମାହେଶ୍ୱରୀ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ସେ ଏହି ଡେବ୍ୟୁ କରିବାକୁ ଯାଉଛନ୍ତି ବର୍ତ୍ତମାନ୍‌ର ଟପ୍‌ ହିରୋଇନ୍‌ ଆଲିଆ ଭଟ୍ଟଙ୍କ ସହ। ସୂଚନା ଅନୁଯାୟୀ ଆଲିଆଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାବାଡ଼ି’ ଶାନ୍ତନୁ ନଜର ଆସିବେ। https://www.instagram.com/p/B7U1CVqlAmr/?utm_source=ig_web_copy_link ନିର୍ମାତା ସଞ୍ଜୟ ଲୀଲା ଭଂଶାଲୀଙ୍କୁ ଏହି ରୋଲ୍‌ ପାଇଁ ଜଣେ ୟଙ୍ଗ ଫ୍ରେଶ୍‌ ଚେହେରାର ଆବଶ୍ୟକତା ଥିଲା। […]

ଆଲିଆଙ୍କ ସହ ଡେବ୍ୟୁ କରିବେ ଶାନ୍ତନୁ

alia

Advertisment

ମୁମ୍ବାଇ: ମୋଷ୍ଟ ଷ୍ଟାଇଲିସ୍‌ ଡ୍ୟାନସର୍‌ ତଥା ଟେଲିଭିଜନ୍‌ ଅଭିନେତା ଶାନ୍ତନୁ ମାହେଶ୍ୱରୀ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ସେ ଏହି ଡେବ୍ୟୁ କରିବାକୁ ଯାଉଛନ୍ତି ବର୍ତ୍ତମାନ୍‌ର ଟପ୍‌ ହିରୋଇନ୍‌ ଆଲିଆ ଭଟ୍ଟଙ୍କ ସହ। ସୂଚନା ଅନୁଯାୟୀ ଆଲିଆଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାବାଡ଼ି’ ଶାନ୍ତନୁ ନଜର ଆସିବେ।

Advertisment

https://www.instagram.com/p/B7U1CVqlAmr/?utm_source=ig_web_copy_link

ନିର୍ମାତା ସଞ୍ଜୟ ଲୀଲା ଭଂଶାଲୀଙ୍କୁ ଏହି ରୋଲ୍‌ ପାଇଁ ଜଣେ ୟଙ୍ଗ ଫ୍ରେଶ୍‌ ଚେହେରାର ଆବଶ୍ୟକତା ଥିଲା। ହେଲେ ଜଣେ ଏମିତି କଳାକାର  ଯିଏ ଡାର୍କ ରୋଲ୍‌ରେ ଫିଟ୍‌ ହୋଇପାରିବେ। ଆଉ ଏହି ପରୀକ୍ଷାରେ ଶାନ୍ତନୁ ବାଜି ମାରିନେଲେ। ସେ ଏହି ଫିଲ୍ମରେ ଆଲିଆଙ୍କ ସହ ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ। ଯେଉଁଥିରେ ତାଙ୍କ ନାଁ ରହିବ ‘ଅଫ୍‌ସାନ୍’। ଖୁବ୍‌ଶୀଘ୍ର ସେ ଏଥିପାଇଁ ଶୁଟିଂ ଆରମ୍ଭ କରିଦେବେ।

https://www.instagram.com/p/B7U0140lyBR/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଗଙ୍ଗୁବାଈ’ ଲେଖକ ହୁସେନ୍‌ ଜୈଦିଙ୍କ ବହି ‘ମାଫିଆ କ୍ୱିନ୍ସ ଅଫ୍‌ ମୁମ୍ବାଇ’ର ଏକ ଅଧ୍ୟାୟ ଉପରେ ଆଧାରିତ। ଫିଲ୍ମରେ କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀକୁ ଖାଯିବ। ଚର୍ଚ୍ଚା ହେଉଛି ଯେ ଫିଲ୍ମରେ ଅଜୟ ଦେବ୍‌ଗନ୍‌ ସ୍ପେଶାଲ୍‌ ଆପିୟରାନ୍ସ ଦେବେ। କୁହାଯାଉଛି, ଅଜୟଙ୍କ ରୋଲ୍‌ ବେଶ୍ ରୋଚକ ହେବ। ତେବେ ଖୁବ୍‌ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ। ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମ ୨୦୨୦ ସେପ୍ଟେମ୍ବର ୧୧ରେ ରିଲିଜ୍‌ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe