Advertisment

ସୁହାନାଙ୍କ ଫାଷ୍ଟ୍‌ ଲୁକ୍‌ ଆଉଟ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍‌ ଶାହରୁଖ୍‌ଙ୍କ ଝିଅ ସୁହାନା ଏକ ଶର୍ଟ ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଫାଷ୍ଟ୍ ଲୁକ୍ ଏବେ ସାମ୍ନାକୁ ଆସିଛି। ଏଥିରେ ସୁହାନା ଡେନିମ୍ ଜିନ୍ସ ସହିତ କଳା ରଙ୍ଗର ଟପ୍ ଓ ଜ୍ୟାକେଟ୍ ପିନ୍ଧିଛନ୍ତି। ତେଣୁ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଏମିତି ବି ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହନ୍ତି। କେତେବେଳେ ନିଜ ଫଟୋ ପାଇଁ ତ ଆଉ କେତେବେଳେ ବନ୍ଧୁମାନଙ୍କ ସହ ପାର୍ଟି କରିବା […]

ସୁହାନାଙ୍କ ଫାଷ୍ଟ୍‌ ଲୁକ୍‌ ଆଉଟ୍‌

suhana_5d4a8997a1580

Advertisment

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍‌ ଶାହରୁଖ୍‌ଙ୍କ ଝିଅ ସୁହାନା ଏକ ଶର୍ଟ ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଫାଷ୍ଟ୍ ଲୁକ୍ ଏବେ ସାମ୍ନାକୁ ଆସିଛି। ଏଥିରେ ସୁହାନା ଡେନିମ୍ ଜିନ୍ସ ସହିତ କଳା ରଙ୍ଗର ଟପ୍ ଓ ଜ୍ୟାକେଟ୍ ପିନ୍ଧିଛନ୍ତି। ତେଣୁ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଏମିତି ବି ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହନ୍ତି। କେତେବେଳେ ନିଜ ଫଟୋ ପାଇଁ ତ ଆଉ କେତେବେଳେ ବନ୍ଧୁମାନଙ୍କ ସହ ପାର୍ଟି କରିବା ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି ଏବଂ ଟ୍ରୋଲ୍ ବି ହୋଇଛନ୍ତି।

Advertisment

publive-imageସୁହାନାଙ୍କ ଏହି ଇଂରାଜୀ ଶର୍ଟ ଫିଲ୍ମର ନାଁ ‘ଦ ଗ୍ରେ ପାର୍ଟ ଅଫ୍ ବ୍ଲୁ’। ତାଙ୍କର ଜଣେ ବନ୍ଧୁ ତଥା ସହପାଠୀ ଥିଓଡର୍ ଜିମେନୋ ଏହାର କାହାଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏଥିରେ ସୁହାନାଙ୍କ ସହିତ ରୋବିନ୍ ଗୋନ୍ନେଲା ମଧ୍ୟ ଅଭିନୟ କରିଛନ୍ତି।

https://www.instagram.com/p/B0qi62vH42a/?utm_source=ig_web_button_share_sheet

Advertisment

ଏହା ପୂର୍ବରୁ ଗତ ଡିସେମ୍ବରରେ ଥିଓଡର୍ ଏକ ଫଟୋ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। ଏଥିରେ ତାଙ୍କ ସହିତ ସୁହାନା ଓ ରୋବିନ୍ ଥିଲେ। ପ୍ରଥମ ଦିନର ଶୁଟିଂ ଶେଷ ହେବା ପରେ ସେ ଏହି ଫଟୋ ଶେଆର କରିଥିଲେ ଓ ତାଙ୍କୁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଶର୍ଟ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସୁହାନା ଗତବର୍ଷ ୱିଲିୟମ୍‌ ସେକ୍ସପିଅରଙ୍କ ଲିଖିତ ‘ରୋମିଓ ଆଣ୍ଡ୍ ଜୁଲିଏଟ୍‌’ ନାଟକରେ ଜୁଲିଏଟ୍‌ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ଦେଖି ଶାହାରୁଖ ବି ବହୁତ ଖୁସି ହୋଇଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe