Advertisment

ଅକ୍ଷୟଙ୍କୁ ଟାର୍ଗେଟ୍ କଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକ ମୁକାବିଲା ପାଇଁ ମେ’ ୩ ପର୍ଯ୍ୟନ୍ତ ଦେଶକୁ ଲକଡାଉନ କରାଯାଇଛି। ଏଭଳି ସମୟରେ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ଆସୁଛି। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଵଲିଉଡ଼ କଳାକାର ମାନେ ସହଯୋଗର ହାତ ବଢ଼ାଇ ଦାନ ଦେଉଛନ୍ତି। ଏହି କ୍ରମରେ ଵଲିଉଡ୍ ଅଭିନେତା ଅକ୍ଷୟ କୁମାର ୨୫କୋଟି ଟଙ୍କା ଦାନ କରି ଚର୍ଚ୍ଚାର ବିଷୟ ପାଲଟିଥିଲେ। ଅକ୍ଷୟଙ୍କ ପକ୍ଷରୁ ଏତେ ବଡ଼ ସହାୟତା ରାଶି ପାଇ ଦେଶବାସୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଭିନ୍ନ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅକ୍ଷୟଙ୍କୁ ଟାର୍ଗେଟ୍ କଲେ ଶତ୍ରୁଘ୍ନ

Akshay_shatrughan

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକ ମୁକାବିଲା ପାଇଁ ମେ' ୩ ପର୍ଯ୍ୟନ୍ତ ଦେଶକୁ ଲକଡାଉନ କରାଯାଇଛି। ଏଭଳି ସମୟରେ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ଆସୁଛି। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଵଲିଉଡ଼ କଳାକାର ମାନେ ସହଯୋଗର ହାତ ବଢ଼ାଇ ଦାନ ଦେଉଛନ୍ତି। ଏହି କ୍ରମରେ ଵଲିଉଡ୍ ଅଭିନେତା ଅକ୍ଷୟ କୁମାର ୨୫କୋଟି ଟଙ୍କା ଦାନ କରି ଚର୍ଚ୍ଚାର ବିଷୟ ପାଲଟିଥିଲେ। ଅକ୍ଷୟଙ୍କ ପକ୍ଷରୁ ଏତେ ବଡ଼ ସହାୟତା ରାଶି ପାଇ ଦେଶବାସୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା।

Advertisment

ଅନ୍ୟପଟେ ଅକ୍ଷୟଙ୍କ ପରେ ପରେ ଶାହରୁଖ ଖାନ୍, ସଲମାନ ଖାନଙ୍କ ଭଳି ଅନେକ ବଲିଉଡ୍ ତାରକା ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଲେ। ତେବେ ଅକ୍ଷୟଙ୍କ ଆର୍ଥିକ ସହାୟତାକୁ ନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଇଛି। ବଲିଉଡର ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଏ କଥା ପସନ୍ଦ ଆସିନାହିଁ। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଶତ୍ରୁଘ୍ନ  କହିଛନ୍ତି ଯେ, ଦାନ ଘୋଷଣା କରିବା ହେଉଛି 'ଭଲଗର୍' ।

ଶତ୍ରୁଘ୍ନ କହିଛନ୍ତି, କେହି ୨୫କୋଟି  ଦାନ କରିଛନ୍ତି। ଏହା ଶୁଣିବାକୁ ଖୁବ୍ ଖରାପ ବୋଧ ହେବା ସହ ଆତ୍ମବିଶ୍ୱାସ ହ୍ରାସ ପାଇବା ଭଳି। ଆଉ ଦାନ ରାଶି ହିସାବରେ ଲୋକମାନେ ତାଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଥାନ୍ତି।

Advertisment

ସେ ପୁଣି କହିଛନ୍ତି,  ଦୁନିଆର କୌଣସି ସ୍ଥାନରେ ଦାନ ଦିଆଯାଉଥିବା ରାଶି କହିବାକୁ ଦିଆଯାଏ ନାହିଁ। ଦାନ ଏବଂ ସଂକଳ୍ପ ଏକ ବ୍ୟକ୍ତିଗତ ବିଷୟ| ଶୋ ବ୍ୟବସାୟ ବର୍ତ୍ତମାନ ଶୋ-ଅଫ୍ ବ୍ୟବସାୟରେ ପରିଣତ ହୋଇଛି ବୋଲି କହି ଖିଲାଡୀ କୁମାର ଅକ୍ଷୟଙ୍କୁ ଶତ୍ରୁଘ୍ନ ଟାର୍ଗେଟ୍ କରିଛନ୍ତି।