Advertisment

ଏଥର ବିବି ହାଉସ୍‌ରୁ ବାହାରିବେ ଏହି ପ୍ରତିଯୋଗୀ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ରେ ଏହି ସପ୍ତାହରେ ଦେଖିବାକୁ ମିଳିଥିଲା ଜବରଦସ୍ତ ହଙ୍ଗାମା। ସପ୍ତାହର ସବୁଠୁ ହାଇଲାଇଟେଡ୍‌ ପାର୍ଟ ଥିଲା ଅସୀମ ରିୟାଜ୍ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ୍‌ ଫାଇଟ୍‌। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଏବେ ସପ୍ତାହର ଶେଷ ଏପିସୋଡ୍‌ ଆସିଯାଇଛି। ଆଉ ସବୁଥର ଭଳି ଏଥର ମଧ୍ୟ ଜଣେ ପ୍ରତିଯୋଗୀ ଘରୁ ବାହାରିବେ। ତେବେ ଏଥର ଯିଏ ଘରୁ ବାହାରିବେ ସେ ହେଉଛନ୍ତି ଜଣେ ୱାଇଲ୍ଡ କାର୍ଡ଼ […]

ଏଥର ବିବି ହାଉସ୍‌ରୁ ବାହାରିବେ ଏହି ପ୍ରତିଯୋଗୀ

sefali

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ରେ ଏହି ସପ୍ତାହରେ ଦେଖିବାକୁ ମିଳିଥିଲା ଜବରଦସ୍ତ ହଙ୍ଗାମା। ସପ୍ତାହର ସବୁଠୁ ହାଇଲାଇଟେଡ୍‌ ପାର୍ଟ ଥିଲା ଅସୀମ ରିୟାଜ୍ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ୍‌ ଫାଇଟ୍‌। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଏବେ ସପ୍ତାହର ଶେଷ ଏପିସୋଡ୍‌ ଆସିଯାଇଛି। ଆଉ ସବୁଥର ଭଳି ଏଥର ମଧ୍ୟ ଜଣେ ପ୍ରତିଯୋଗୀ ଘରୁ ବାହାରିବେ। ତେବେ ଏଥର ଯିଏ ଘରୁ ବାହାରିବେ ସେ ହେଉଛନ୍ତି ଜଣେ ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀ।

Advertisment

https://www.instagram.com/tv/B65GKDig6Cv/?utm_source=ig_web_copy_link

‘ବିଗ୍‌ ବସ୍‌’ ଜାରି କରିଥିବା ପ୍ରୋମୋ ଅନୁଯାୟୀ ଏଥର ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ ବେଶ୍‌ ମଜାଦାର୍‌ ହେବ। ଅସୀମ୍, ସିଦ୍ଧାର୍ଥ ଓ ରଶ୍ମିଙ୍କ କ୍ଲାସ୍‌ ନେବେ ସଲ୍‌ମାନ୍‌। ଏପରିକି ରଶ୍ମିଙ୍କୁ ଘରୁ ବାହାରିଯିବାକୁ କହିବେ। ଆଉ ଏଥିପାଇଁ ସେ ବିଗ୍‌ବସ୍‌ର ମୁଖ୍ୟଦ୍ୱାର ଖୋଲିବାକୁ ମଧ୍ୟ କହିବେ। ତେବେ ରଶ୍ମି ଘର ଛାଡ଼ି ଯାଉଛନ୍ତି କି ନାହିଁ ତାହା ତ ଆଗାମୀ ଏପିସୋଡ୍‌ରେ ଦେଖିଲେ ହିଁ ଜଣାପଡ଼ିବ। ହେଲେ ଆଉ ଜଣେ ପ୍ରତିଯୋଗୀ କିନ୍ତୁ ଏଥର ଘରଛାଡ଼ି ଚାଲିଯିବେ।

https://twitter.com/TheKhbri/status/1213151946430828546

https://www.instagram.com/p/B64UiiQh5dO/?utm_source=ig_web_copy_link

ସୂଚନା ଅନୁଯାୟୀ, ଏଇ ସପ୍ତାହର ଏଭିକ୍ସନ୍‌ରେ ଶେଫାଲି ବଗ୍ଗା ଘରୁ ବାହାରିଯିବେ।  ‘ଦ ଖବରି’ ନାମକ ଏକ ଟ୍ୱିଟର୍‌ ହାଣ୍ଡେଲ ଅନୁଯାୟୀ,  ଶେଫାଳି ଘରୁ ବାହାରି ସାରିଛନ୍ତି, ଯାହାକି ଶନିବାର କିମ୍ବା ରବିବାରର ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ, ଶେଫାଳି ପୂର୍ବରୁ ମଧ୍ୟ ଥରେ ଘରୁ ବାହାରିଯାଇଥିଲେ। ଏହା ପରେ ଶୋ’ ଆଉ ୫ ସପ୍ତାହ ବଢ଼ିବା ଯୋଗୁ ନିର୍ମାତା ଘର ଭିତରକୁ କିଛି ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀଙ୍କ ଏଣ୍ଟ୍ରି କରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଶେଫାଳି ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe