Advertisment

‘ବିଗ୍‌ବସ୍‌-୧୩’ରେ ଏଣ୍ଟ୍ରି କଲେ କାଣ୍ଟା ଲଗା ଗର୍ଲ

ମୁମ୍ବାଇ: ସବୁ ସିଜିନ୍‌ରେ ହାଇ ଟିଆରପି ନିଜ ନାଁରେ କରି ପାରୁଥିବା ‘ବିଗବସ୍‌’ ଏଥର କିନ୍ତୁ ଏହି ରେସ୍‌ରେ ପଛେଇଯାଇଛି। ‘ବିଗ୍‌ବସ୍‌’ର ପୂର୍ବ ସମସ୍ତ ସିଜିନ୍‌ ବେଶ୍ ହିଟ୍‌ ହୋଇଥିବା ବେଳେ ଦର୍ଶକ ମଧ୍ୟ ପସନ୍ଦ କରୁଥିଲେ। ଏପରିକି ସୋଶାଲ୍‌ ମିଡିଆରେ ମଧ୍ୟ ଏହି ଶୋ’ଟ୍ରେଣ୍ଡ୍ କରୁଥିଲା। ହେଲେ ଚଳିତ ସିଜିନ୍‌  ଆଶା ମୁତାବକ ହିଟ୍‌ ହୋଇପାରିନାହିଁ। ଏଥିପାଇଁ ନିର୍ମାତା ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ ଅପ୍ରାଣ ଉଦ୍ୟମ ଚଲାଇଛନ୍ତି। ନିକଟରେ ଶୋ’ରେ କାଣ୍ଟା ଲଗା ଗର୍ଲ […]

‘ବିଗ୍‌ବସ୍‌-୧୩’ରେ ଏଣ୍ଟ୍ରି କଲେ କାଣ୍ଟା ଲଗା ଗର୍ଲ

sefali

Advertisment

ମୁମ୍ବାଇ: ସବୁ ସିଜିନ୍‌ରେ ହାଇ ଟିଆରପି ନିଜ ନାଁରେ କରି ପାରୁଥିବା ‘ବିଗବସ୍‌’ ଏଥର କିନ୍ତୁ ଏହି ରେସ୍‌ରେ ପଛେଇଯାଇଛି। ‘ବିଗ୍‌ବସ୍‌’ର ପୂର୍ବ ସମସ୍ତ ସିଜିନ୍‌ ବେଶ୍ ହିଟ୍‌ ହୋଇଥିବା ବେଳେ ଦର୍ଶକ ମଧ୍ୟ ପସନ୍ଦ କରୁଥିଲେ। ଏପରିକି ସୋଶାଲ୍‌ ମିଡିଆରେ ମଧ୍ୟ ଏହି ଶୋ’ଟ୍ରେଣ୍ଡ୍ କରୁଥିଲା। ହେଲେ ଚଳିତ ସିଜିନ୍‌  ଆଶା ମୁତାବକ ହିଟ୍‌ ହୋଇପାରିନାହିଁ। ଏଥିପାଇଁ ନିର୍ମାତା ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ ଅପ୍ରାଣ ଉଦ୍ୟମ ଚଲାଇଛନ୍ତି। ନିକଟରେ ଶୋ’ରେ କାଣ୍ଟା ଲଗା ଗର୍ଲ ସେଫାଲି ଜରିୱାଲାଙ୍କର ଏଣ୍ଟ୍ରି ହୋଇଯାଇଛି।

Advertisment

https://www.instagram.com/tv/B4PP245ovrV/?utm_source=ig_web_copy_link

ଆଜିର ଏପିସୋଡରେ ଶେଫାଲି ଜରିୱାଲା ଏଣ୍ଟ୍ରି କରିବେ। କଲର୍ସ ନିଜର ଇନ୍‌ଷ୍ଟାଗ୍ରମ ପେଜ୍‌ରେ ‘ବିଗ୍‌ବସ୍‌-୧୩’ର ଏକ ପ୍ରୋମୋ ଶେଆର କରିଛନ୍ତି। ଏହି ପ୍ରୋମୋରେ ଶେଫାଲି ଜଣେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଥିବା ଓ ସିକ୍ରେଟ ରୁମ୍‌ରେ ରହି ଅନ୍ୟ ପ୍ରତିଯୋଗୀଙ୍କ ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି।

https://www.instagram.com/p/B2JsrQYn9q2/?utm_source=ig_web_copy_link

ଶେଫାଲିଙ୍କ ଏଣ୍ଟ୍ରିକୁ ନେଇ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଶେଫାଲିଙ୍କର ଗ୍ଲାମର୍‌ର ତଡ଼କା ଶୋ’ର ଟିଆର୍‌ପି ବଢ଼ାଇପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା। ଏଥିସହ ଶେଫାଲି ଘରର ମାହୋଲକୁ ବଦଳାଉଛନ୍ତି କି ନିଜେ ବି ସେହି ମାହୋଲରେ ଫସିଯାଉଛନ୍ତି ତାହା ଦେଖିବା ବେଶ୍ ମଜାଦାର ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe