Advertisment

ନୂଆ ମ୍ୟୁଜିକ୍ ଭିଡିଓ ନେଇଆସୁଛନ୍ତି ଶେହେନାଜ୍

ମୁମ୍ବାଇ: ‘ବିଗ୍ ବସ୍-୧୩’ ପରେ ଯଦି ସବୁଠୁ ଅଧିକ କିଏ ଲୋକପ୍ରିୟ ହୋଇଛନ୍ତି, ସେ ହେଉଛନ୍ତି ଶେହନାଜ୍ ଗିଲ୍। ଶୋ’ରେ ତାଙ୍କର ଚୁଲବୁଲି ଅନ୍ଦାଜ ଦର୍ଶକଙ୍କ ମନ ଜିତିନେଇଥିଲା। ତାଙ୍କ ଫ୍ୟାନ୍ ଫଲୋଇଂ ବହୁତ ବଢ଼ିଯାଇଛି। ବିବି ହାଉସରୁ ବାହାରିବା ପରେ  ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେହି ଫ୍ୟାନମାନଙ୍କ ପାଇଁ ଖୁସି ଖବର। ଶେହନାଜ୍ ଖୁବଶୀଘ୍ର ପଞ୍ଜାବୀ ଗାୟକ ଜସି ଗିଲଙ୍କ ସହ କାମ କରିବାକୁ ଯାଉଛନ୍ତି। https://www.instagram.com/p/B_Z042vhYEJ/?utm_source=ig_web_copy_link ସୂଚନା ଅନୁଯାୟୀଏହି […]

ଅଦ୍ୟତନ ହୋଇଛି
ନୂଆ ମ୍ୟୁଜିକ୍ ଭିଡିଓ ନେଇଆସୁଛନ୍ତି ଶେହେନାଜ୍

sana

Advertisment

ମୁମ୍ବାଇ: ‘ବିଗ୍ ବସ୍-୧୩’ ପରେ ଯଦି ସବୁଠୁ ଅଧିକ କିଏ ଲୋକପ୍ରିୟ ହୋଇଛନ୍ତି, ସେ ହେଉଛନ୍ତି ଶେହନାଜ୍ ଗିଲ୍। ଶୋ’ରେ ତାଙ୍କର ଚୁଲବୁଲି ଅନ୍ଦାଜ ଦର୍ଶକଙ୍କ ମନ ଜିତିନେଇଥିଲା। ତାଙ୍କ ଫ୍ୟାନ୍ ଫଲୋଇଂ ବହୁତ ବଢ଼ିଯାଇଛି। ବିବି ହାଉସରୁ ବାହାରିବା ପରେ  ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେହି ଫ୍ୟାନମାନଙ୍କ ପାଇଁ ଖୁସି ଖବର। ଶେହନାଜ୍ ଖୁବଶୀଘ୍ର ପଞ୍ଜାବୀ ଗାୟକ ଜସି ଗିଲଙ୍କ ସହ କାମ କରିବାକୁ ଯାଉଛନ୍ତି।

Advertisment

https://www.instagram.com/p/B_Z042vhYEJ/?utm_source=ig_web_copy_link

ସୂଚନା ଅନୁଯାୟୀଏହି ଗୀତରେ ଭରପୂର ପଞ୍ଜାବୀ ତଡ଼କା ରହିବ। କୁହାଯାଉଛି ଯେ କିଛି ଦିନ ଭିତରେ ଏହାର ଟିଜର୍ ମଧ୍ୟ ରିଲିଜ୍ କରିଦିଆଯିବ। ଏହି ଗୀତର ଅଧିକାଂଶ ସିନ୍ ଗରେ ହିଁ ଶୁଟିଂ କରାଯିଛି। ତେବେ ଲକଡାଉନ୍ ସରିବା ପରେ ହିଁ ଏହି ଗୀତର ଶୁଟିଂ ସମ୍ପୂର୍ଣ୍ଣ କରାଯିବ। କେବଳ ଏତିକି ନୁହେଁ ଶେହନାଜ୍ ଖୁବଶୀଘ୍ର ପଞ୍ଜାବୀ ସିଙ୍ଗର ଗିପି ଗ୍ରେୱାଲଙ୍କ ସହ ଏକ ଫିଲ୍ମ ଓ ଏକ ମ୍ୟୁଜିକ୍ ବିଡିଓରେ ମଧ୍ୟ ନଜର ଆସିବେ।

https://www.instagram.com/p/B8WbPb7hXHl/?utm_source=ig_web_copy_link

ପୂର୍ବରୁ ଶେହନାଜଙ୍କ ବିଷୟରେ ଖବର ଆସିଥିଲା ଯେ ସେ ଟେଲି ଅଭିନେତା ଅର୍ଜୁନ ବିଜଲାନୀଙ୍କ ସହ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ ହୋଷ୍ଟ କରିବେ। ଏସବୁ ବାଦ୍ ସେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ‘ନଚବଲିଏ ୧୦’ରେ ଅଂଶଗ୍ରହଣ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଶେହନାଜଙ୍କୁ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଶେଷ ଥର ପାଇଁ 'ଭୁଲା ଦୁଙ୍ଗା'ରେ ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ବେଶ୍ ହିଟ୍ ହୋଇଥିଲା। ତେବେ ଆଗକୁ ତାଙ୍କର ଟୋନି କକ୍କରଙ୍କ ସହ ମଧ୍ୟ ଏକ ମ୍ୟୁଜିକ୍ ଭିଡିଓ ଆସିପାରେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe