11
ମୁମ୍ବାଇ: ଖୁବ୍ଶୀଘ୍ର ପରଦାକୁ ଆସିବ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍ଦାନୀ ଶଫାଖାନା’। ଆଉ ୟା ଭିତରେ ଏହାର ଆଉ ଏକ ଏକ ଗୀତ ‘ସେହେର୍ କୀ ଲଡ୍କୀ…’ ରିଲିଜ୍ ହୋଇଛି। ଏହି ଗୀତଟି ହେଉଛି ୧୯୯୬ରେ ରିଲିଜ୍ ’ରକ୍ଷକ’ ଫିଲ୍ମର ସୁପରହିଟ୍ ଗୀତ ‘ସେହେର କୀ ଲଡ୍କୀ...’ର ରିମେକ୍।
ଏହି ଗୀତରେ ମଧ୍ୟ ରାପର ବାଦ୍ଶାହ ତାଙ୍କ ଆବାଜ୍ର ଯାଦୁ ଦେଖାଇଛନ୍ତି। ଏହାଛଡ଼ା ଡାଏନା ପେଣ୍ଟିଙ୍କ ସ୍ୱର ଯାଦୁ ମଧ୍ୟ ଶୁଣିବାକୁ ମିଳିବ। ଗୀତକୁ ଦର୍ଶକ ମନଭରି ଉପଭୋଗ କରୁଥିବାବେଳେ ହଠାତ୍ ଅରିଜିନାଲ ଆକ୍ଟର-ଆକ୍ଟ୍ରେସ୍ ସୁନୀଲ ସେଟ୍ଟି ଓ ରବୀନା ଟଣ୍ଡନଙ୍କ ଆଗମନ ଏକ ଭିନ୍ନ ମାହୋଲ ସୃଷ୍ଟି କରିଛି।
ରକ୍ଷକ ଫିଲ୍ମର ଏହି ସୁପରହିଟ୍ ଗୀତ ସେହେର୍ କୀ ଲଡକୀ…ରେ ସୁନୀଲ ସେଟ୍ଟି-ରବିନାଙ୍କୁ ଦେଖିବାକୁ ମିଳିଥିଲା।
ସୋଶାଲ ମିଡିଆରେ ‘ଖାନ୍ଦାନୀ ଶଫାଖାନା’ର ଏହି ଗୀତ ସେହେର୍ କୀ ଲଡ଼କୀ…ର ବିହାଇଣ୍ଡ ସିନ୍ ଭିଡିଓ ସେୟାର କରାଯାଇଛି। ଏହି ଛୋଟ ଭିଡିଓରେ ରବିନା ବାଇକ୍ରେ ବସି ହେଲ୍ମେଟ କାଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
‘ଖାନ୍ଦାନୀ ଶଫାଖନା’ ଫିଲ୍ମରେ ସୋନାକ୍ଷୀଙ୍କ ସହ ବରୁଣ ଶର୍ମା, ଅନୁ ଧାବନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଅଗଷ୍ଟ ୨ରେ ଏହା ରିଲିଜ ହେବାକୁ ଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/11-1.jpg)