ବାହା ହେଉଛନ୍ତି ପାରସ୍‌ ଓ ଶେହନାଜ୍ !

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଆଜି ହେଉଛି ଶୋ’ର ଗ୍ରାଣ୍ଡ ଫିନାଲେ ଏପିସୋଡ୍‌। ଆଜି ଚଳିତ ସିଜିନ୍‌ର ବିଜେତାଙ୍କ ନାଁ ଘୋଷଣା କରାଯିବ। ଗୋଟେପଟେ ଫ୍ୟାନ୍‌ମାନେ ବିଜେତାଙ୍କ ନାଁ ଜାଣିବାକୁ ଉତ୍ସାହିତ ଥିବାବେଳେ ଅନ୍ୟପଟେ ସେମାନଙ୍କ ମଧ୍ୟରେ ଶୋ’ ସରିଯିବାର ଦୁଃଖ ମଧ୍ୟ ରହିଛି।  ଫିନାଲେ ପରେ ସେମାନେ ଆଉ ନିଜ ପ୍ରିୟ ପ୍ରତିଯୋଗୀଙ୍କୁ ଦେଖିପାରିବେ ନାହିଁ ବୋଲି ମନ ଦୁଃଖ କରୁଛନ୍ତି। ତେବେ ଶେହନାଜ୍ ଗିଲ୍‌ ଓ ପାରସ୍‌ ଛାବ୍ରାଙ୍କ […]

wedding

wedding

Chinmayee Roy
  • Published: Saturday, 15 February 2020
  • Updated: 15 February 2020, 01:44 PM IST

Sports

Latest News

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଆଜି ହେଉଛି ଶୋ’ର ଗ୍ରାଣ୍ଡ ଫିନାଲେ ଏପିସୋଡ୍‌। ଆଜି ଚଳିତ ସିଜିନ୍‌ର ବିଜେତାଙ୍କ ନାଁ ଘୋଷଣା କରାଯିବ। ଗୋଟେପଟେ ଫ୍ୟାନ୍‌ମାନେ ବିଜେତାଙ୍କ ନାଁ ଜାଣିବାକୁ ଉତ୍ସାହିତ ଥିବାବେଳେ ଅନ୍ୟପଟେ ସେମାନଙ୍କ ମଧ୍ୟରେ ଶୋ’ ସରିଯିବାର ଦୁଃଖ ମଧ୍ୟ ରହିଛି।  ଫିନାଲେ ପରେ ସେମାନେ ଆଉ ନିଜ ପ୍ରିୟ ପ୍ରତିଯୋଗୀଙ୍କୁ ଦେଖିପାରିବେ ନାହିଁ ବୋଲି ମନ ଦୁଃଖ କରୁଛନ୍ତି। ତେବେ ଶେହନାଜ୍ ଗିଲ୍‌ ଓ ପାରସ୍‌ ଛାବ୍ରାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର୍‌। ୧୭ ଫେବ୍ରୁଆରୀରୁ ଏମାନଙ୍କର ଏକ ନୂଆ ଶୋ’ ଆସିବାକୁ ଯାଉଛି। ଯାହାର ନାଁ ରହିଛି ‘ମୁଝ୍‌ ସେ ଶାଦୀ କରୋଗେ’।

https://www.instagram.com/p/B8jQBm6ArmT/?utm_source=ig_web_copy_link

ଚ୍ୟାନେଲ୍‌ ଏହି ଶୋ’ର ଏକ ପ୍ରୋମୋ ମଧ୍ୟ ଶେଆର୍‌ କରିଛି ଯେଉଁଥିରେ ପାରସ୍‌ ଓ ଶେହନାଜ୍‌ଙ୍କୁ ବରକନିଆ ବେଶରେ ଦେଖିବାକୁ ମିଳୁଛି। ଏଥିରେ  ଶେହନାଜ୍‌ଙ୍କୁ ପାରସ କହୁଛନ୍ତି ଯେ ସେ ବାହା ହେଉଛନ୍ତି। ତାଙ୍କ କଥା ଶୁଣି ଶେହନାଜ୍‌ ତାଙ୍କୁ କହୁଛନ୍ତି ଯେ ସେ ବି ବାହା ହେଉଛନ୍ତି। ଶେହନାଜ୍‌ କହୁଛନ୍ତି ଯେ ସେ ଏଠି ତାଙ୍କ ବର ଖୋଜୁଛନ୍ତି। ଆଉ ପାରସ୍ କହୁଛନ୍ତି ଯେ ସେ ବି ନିଜ କନିଆ ଖୋଜୁଛନ୍ତି।ଏହି ପ୍ରୋମୋରୁ ଜଣାପଡ଼ିଯାଉଛି ଯେ ଏହା ଏକ ସ୍ୱୟଂବର ଶୋ’।

https://www.instagram.com/p/B8k2uLnh-88/?utm_source=ig_web_copy_link

‘ବିଗ୍‌ ବସ୍‌’ ଘର ଭିତରେ ପାରସ୍‌ ଓ ଶେହନାଜ୍‌ଙ୍କର ଏକ ଖଟାମିଠା ସମ୍ପର୍କ ଦେଖିବାକୁ ମିଳିଛି। ଏବେ ଦୁହେଁ ଶୋ’ର ଫିନାଲେରେ ପହଞ୍ଚିଯାଇଛନ୍ତି। ତେବେ ଚର୍ଚ୍ଚା ହେଉଛି ଯେ ପାରସ୍ ବ୍ରିଫ୍‌କେଶ୍ ଟାସ୍କରେ ୧୦ ଲକ୍ଷ ଟଙ୍କା ନେଇ ଶୋ’ ଛାଡ଼ି ଦେଇଛନ୍ତି। ତେବେ ତାଙ୍କ ବ୍ୟତୀତ ବର୍ତ୍ତମାନ ଶୋ’ରେ ଶେହନାଜ୍‌, ସିଦ୍ଧାର୍ଥ ଶୁକ୍ଲା, ରଶ୍ମି ଦେଶାଇ, ଅସୀମ ରିୟାଜ୍ ଓ ଆରତି ସିଂହ ଅଛନ୍ତି। ତେବେ ୧୯ ସପ୍ତାହର ଲଢ଼େଇ ପରେ କିଏ ହେବ ବିଜେତା, ତାହା ଆଉ କିଛି ଘଣ୍ଟା ପରେ ଜଣାପଡ଼ିଯିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos